ନୂଆଦିଲ୍ଲୀ: କେନ୍ଦ୍ର ସରକାର ପ୍ରଣୟନ କରିଥିବା ନୂତନ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ ଜାରୀ ରହିଛି । ଏହାକୁ ନେଇ ରବିବାର କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ପ୍ରତିକ୍ରିୟାରେ କହିଛନ୍ତି ଯେ ସରକାର କୃଷକଙ୍କୁ ଲଗାତାର ଅପମାନ କରୁଛି । ଏହାସହ ଏହି ଆଇନକୁ ରଦ୍ଦ କରାଯିବା ଆବଶ୍ୟକ ।
ଗତ ବର୍ଷ ଠାରୁ ଦିଲ୍ଲୀ ସୀମାରେ ଆନ୍ଦୋଳନ ବେଳେ ପ୍ରାଣ ହରାଇଥିବା କୃଷକଙ୍କ କୌଣସି ରେକର୍ଡ ନାହିଁ ବୋଲି କେନ୍ଦ୍ରର ବିବୃତ୍ତି ପରେ କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ରବିବାର ଦିନ ଅଭିଯୋଗ କରିଛନ୍ତି ଯେ ସରକାର ଚାଷୀଙ୍କୁ ନିରନ୍ତର ଅପମାନ କରୁଛନ୍ତି । କୃଷି ଆଇନ ପ୍ରତ୍ୟାହାର କରାଯାଉ । କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଶୁକ୍ରବାର ସଂସଦରେ କହିଛନ୍ତି ଯେ, 2020 ମସିହାରୁ କେନ୍ଦ୍ରର ତିନୋଟି ନୂତନ କୃଷି ନିୟମ ବିରୁଦ୍ଧରେ ଦିଲ୍ଲୀ ସୀମାରେ ଆନ୍ଦୋଳନ ସମୟରେ ମୃତ କୃଷକମାନଙ୍କ ବିଷୟରେ ତଥ୍ୟ ନାହିଁ ବୋଲି କହିଛନ୍ତି ।
ମୁଖ୍ୟତଃ ପଞ୍ଜାବ, ହରିୟାଣା ଏବଂ ପଶ୍ଚିମ ଉତ୍ତରପ୍ରଦେଶର କୃଷକମାନେ ଗତ ନଭେମ୍ବରରୁ ଦିଲ୍ଲୀ ସୀମାରେ ଏହି ତିନୋଟି କୃଷି ନିୟମକୁ ବିରୋଧ କରିଆସୁଛନ୍ତି । ଆନ୍ଦୋଳନକାରୀ କୃଷକମାନଙ୍କ ମଧ୍ୟରୁ 200 ଜଣ କୃଷକ ଅନୁମତି ନେଇ କେନ୍ଦ୍ରୀୟ ଦିଲ୍ଲୀର ଯନ୍ତରମନ୍ତରରେ ବିରୋଧ କରୁଛନ୍ତି।