ETV Bharat / bharat

ବିଶ୍ୱର ସର୍ବୋଚ୍ଚ ରେଳ ବ୍ରିଜର ଗୋଲ୍ଡେନ୍ ଜଏଣ୍ଟ ଶେଷ, ଖୁବ ଶୀଘ୍ର ଦୌଡିବ ଟ୍ରେନ - ବିଶ୍ବର ସର୍ବୋଚ୍ଚ ରେଳ ବ୍ରିଜର ସ୍ବର୍ଣ୍ଣିମ ଯୋଡେଇ ଶେଷ

ଦେଶ ସ୍ବାଧୀନତାର 75 ବର୍ଷ ପରେ ଭାରତର ମୁକୁଟ କୁହାଯାଉଥିବା ଜମ୍ମୁ କାଶ୍ମୀରର ଶେଷ ସୀମାକୁ ଗଡିବ ଭାରତୀୟ ରେଳ । ଚେନାବ ନଦୀରେ ନିର୍ମାଣର ଶେଷ ପର୍ଯ୍ୟୟରେ ପହଞ୍ଚିଥିବା ଏହି ରେଳ ବ୍ରିଜର ଗତ ଶନିବାର ଦିନ ଶେଷ ହୋଇଛି ବହୁପ୍ରତିକ୍ଷିତ ବ୍ରିଜର ସ୍ବର୍ଣ୍ଣିମ ଯୋଡେଇ ବା (Golden joint) । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Aug 15, 2022, 10:10 PM IST

ହାଇଦ୍ରାବାଦ: ଦେଶ ସ୍ବାଧୀନତାର 75 ବର୍ଷ ପରେ ଭାରତର ମୁକୁଟ କୁହାଯାଉଥିବା ଜମ୍ମୁ କାଶ୍ମୀରର ଶେଷ ସୀମାକୁ ଗଡିବ ଭାରତୀୟ ରେଳ । ଚେନାବ ନଦୀରେ ନିର୍ମାଣର ଶେଷ ପର୍ଯ୍ୟୟରେ ପହଞ୍ଚିଥିବା ଏହି ରେଳ ବ୍ରିଜର ଗତ ଶନିବାର ଦିନ ଶେଷ ହୋଇଛି ବହୁପ୍ରତିକ୍ଷିତ ସ୍ବର୍ଣ୍ଣିମ ଯୋଡେଇ ବା (Golden joint) । ବ୍ରିଜର ଲମ୍ବା ଏକ ହଜାର 315 (1315) ମିଟର ରହିଥିବା ବେଳେ ଏହାର ଉଚ୍ଚତା ରହିଛି 359 ମିଟର ।

ବିଶ୍ବର ସର୍ବୋଚ୍ଚ ରେଳ ବ୍ରିଜର ସ୍ବର୍ଣ୍ଣିମ ଯୋଡେଇ ଶେଷ, ଖୁବ ଶୀଘ୍ର ଦୌଡିବ ଟ୍ରେନ

ଜମ୍ମୁ କାଶ୍ମୀରର ରିୟାସୀ ଜିଲ୍ଲାର ଚେନାବ ନଦୀରେ ବିଶ୍ବର ସର୍ବୋଚ୍ଚ ରେଳ ବ୍ରିଜ (worlds highest chenab railway bridge) ନିର୍ମାଣ କରୁଛି ଭାରତୀୟ ରେଳ । ଏହି ରେଳ ବ୍ରିଜ ସଲାଲ-ଏ- ଓ ଦୁଗ୍ଗା ରେଳ ଷ୍ଟେସନକୁ ଯୋଡିବ । ଏହି ବ୍ରିଜ ଦେଶର ଏକତା ଅଖଣ୍ଡତାର ପରିଚୟ ହେବ । ଉଦ୍ଧମପୁର-ଶ୍ରୀନଗର- ବାରାମୂଳ ରେଳ ଲାଇନର ଏହି ରେଳ ବ୍ରିଜକୁ ଉତ୍ତର ରେଲୱେ ପ୍ରାୟ 28 ହଜାର କୋଟି ଟଙ୍କା ଖର୍ଚ୍ଚରେ ନିର୍ମାଣ କରୁଛି । ଯାହା ଆତ୍ମନିର୍ଭର ଭାରତର ବଡ ସ୍ତମ୍ଭ ହେବ । ଚେନାବ ନଦୀ ଉପରେ ନିର୍ମାଣ ହେଉଥିବା ଏହି ବ୍ରିଜ ସମ୍ପୂର୍ଣ୍ଣ ଭାବେ ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମାଣ ହେଉଛି । ନିର୍ମାଣ ପାଇଁ ଇସ୍ପାତ ଓ ସ୍ବତନ୍ତ୍ର ପଦାର୍ଥର ବ୍ୟବହାର ହୋଇଛି ।

ଏହି ରୁଟରେ ରେଳ ଲିଙ୍କ ସହ ବ୍ରିଜ ନିର୍ମାଣ ପାଇଁ ଦିବଂଗତ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ବର୍ଷ 2002 ରେ ଯୋଜନା ପ୍ରସ୍ତୁତ କରିଥିଲେ । ଏଥି ପାଇଁ ଅର୍ଥ ମଧ୍ୟ ମଞ୍ଜୁର କରିଥିଲେ ବାଜପେୟୀ । କାମ ମଧ୍ୟ ଆରମ୍ଭ ହୋଇଥିଲା । କିନ୍ତୁ ବିଭିନ୍ନ କାରଣରୁ ଏହି ହୋଇ ପାରିନଥିଲା । ପରେ 2017 ରେ ମୋଦି ସରକାର ପୁଣି ଥରେ ଏହି ବ୍ରିଜ ନିର୍ମାଣ ପାଇଁ ଯୋଜାନ ପ୍ରସ୍ତୁତ କରିବା ସହ ସହାୟତା ଯୋଗାଇ ଦେଇଥିଲେ । ଏହି ବ୍ରିଜ ନିର୍ମାଣ ପାଇଁ କିଛି ବୈଷୟିକ ସମସ୍ୟା ଓ କୋଭିଡ ପାଇଁ 2019 ପରିବର୍ତ୍ତେ 2022 ଶେଷ ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖାଯାଇଥିଲା ।

ଏହି ବ୍ରିଜ ନିର୍ମାଣ ପାଇଁ କଠିନ ଭୌଗୋଳିକ ସ୍ଥିତି ବଡ ଆହ୍ବାନ ସାଜିଥିଲା । ଅତ୍ୟଧିକ ଥଣ୍ଡା, ପାହାଡ ଘଞ୍ଚ ଜଙ୍ଗଲ, ଆତଙ୍କବାଦ ଭଳି ଆହ୍ବାନ ଥିଲେ ସୁଦ୍ଧା ଭାରତୀୟ ରେଳବାଇ ଏହାକୁ ନିର୍ମାଣ କରିବାରେ କୌଣସି ସୁଯୋଗ ଛାଡି ନାହିଁ । ଏଥିପାଇଁ ବ୍ୟାପକ ବ୍ୟବସ୍ଥା କରାଯିବା ସହ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଗତ ଶନିବାର ଦିନ ଏହି ବ୍ରିଜର ସର୍ଣ୍ଣିମ ଯୋଡେଇ ବା (ଗୋଲଡେନ ଜଏଣ୍ଟ) ଶେଷ ହୋଇଥିବା ବେଳେ, ଚଳିତ ବର୍ଷ ସୁଦ୍ଧା ଏହି ବ୍ରିଜ ଉପରେ ରେଳ ଚଳାଚଳ କରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.