ETV Bharat / bharat

ଟ୍ରକକୁ ଡକାୟତ ଗ୍ୟାଙ୍ଗଙ୍କ Hijack, ଲୁଟି ନେଲେ ୬ କୋଟିର ମୋବାଇଲ

author img

By

Published : Aug 8, 2021, 8:39 PM IST

କର୍ଣ୍ଣାଟକରେ ମୋବାଇଲ ଫୋନ ନେଇ ଯାଉଥିବା ଟ୍ରକକୁ ଡକାୟତ ଗ୍ୟାଙ୍ଗଙ୍କ ହାଇଜାକ । ଲୁଟି ନେଲେ ୬ କୋଟି ମୂଲ୍ୟର ମୋବାଇଲ ଫୋନ । ଅଧିକ ପଢନ୍ତୁ...

ଟ୍ରକକୁ ଡକାୟତ ଗ୍ୟାଙ୍ଗଙ୍କ Hijack, ଲୁଟି ନେଲେ ୬ କୋଟିର ମୋବାଇଲ
ଟ୍ରକକୁ ଡକାୟତ ଗ୍ୟାଙ୍ଗଙ୍କ Hijack, ଲୁଟି ନେଲେ ୬ କୋଟିର ମୋବାଇଲ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ବଡ ଧରଣର ମୋବାଇଲ ଚୋରି । ଟ୍ରକକୁ ହାଇଜାକ କରି ୬ କୋଟି ମୂଲ୍ୟର ମୋବାଇଲ ଫୋନକୁ ଲୁଟି ନେଇଛନ୍ତି ଡକାୟତ ଗ୍ୟାଙ୍ଗ । ଏହି ମୋବାଇଲ ଫୋନ କର୍ଣ୍ଣାଟକ କୋଲାର ନିକଟସ୍ଥ କାଞ୍ଚିପୁରମଠାରେ ଉତ୍ପାଦିତ ହେଉଥିଲା ।

ଟ୍ରକଟି କର୍ଣ୍ଣାଟକର ସୀମାବର୍ତ୍ତୀ ଅଞ୍ଚଳ ଭାଗଲପୁର ଦେଇ ଯାଉଥିବାବେଳେ ହଠାତ ଏହି ଡକାୟତମାନେ ଟ୍ରକକୁ ହାଇଜାକ କରିଥିଲେ । ଏହାପରେ ଡ୍ରାଇଭର ଉପରେ ଆକ୍ରମଣ କରି 6 କୋଟି ମୂଲ୍ୟର ମୋବାଇଲ ଫୋନକୁ ଲୁଟି ନେଇଥିଲେ । କିଛି ସମୟ ପରେ ସ୍ଥାନୀୟ ବାସିନ୍ଦା ଡ୍ରାଇଭରକୁ ଗୁରୁତର ଅବସ୍ଥାରେ ଦେଖି କୋଲାର ପୋଲିସକୁ ଖବର ଦେଇଥିଲେ । ଏହି ହାଇଜାକ ସମୟରେ ସେହି ରାସ୍ତା ଦେଇଥିବା ଯାଇଥିବା ଯାନବାହନକୁ ସିସିଟିଭି ଫୁଟେଜ ନ ଦେଖି ଯାଞ୍ଚ କରୁଛି ପୋଲିସ ।

ତେବେ ଗତ ବର୍ଷ ଅକ୍ଟୋବରରେ ମଧ୍ୟ ଡକାୟତମାନେ ଏଭଳି ଏକ ବଡ ଧରଣର ଟ୍ରକ ହାଇଜାକ କରିଥିଲେ । ଆଉ ୧୫ କୋଟି ମୂଲ୍ୟର ମୋବାଇଲ ଫୋନ ଲୁଟି ନେଇଥିଲେ । ଏହି ଘଟଣା ତାମିଲନାଡୁ କ୍ରିଷ୍ଣାଗିରି ଜିଲ୍ଲାରେ ଘଟିଥିଲା । ଏହି ଘଟଣାରେ ହୋସୁର ପୋଲିସ ୧୦ ଜଣ ଡକାୟତଙ୍କୁ ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶରୁ ଗିରଫ କରିଥିଲା । ଏହି ଡକାୟତ ଗ୍ୟାଙ୍ଗ ଆନ୍ଧ୍ରପ୍ରଦେଶରେ ମଧ୍ୟ ବିପୁଳ ଟଙ୍କାର ମୋବାଇଲ ଫୋନ ଲୁଟିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.