ETV Bharat / bharat

International Yoga Day: ତାଜମହଲ ସମେତ ସମସ୍ତ ଐତିହସ୍ଥଳୀକୁ ମାଗଣା ପ୍ରବେଶ ଅନୁମତି - ଆନ୍ତର୍ଜାତୀୟ ଯୋଗ ଦିବସ

ଆନ୍ତର୍ଜାତୀୟ ଯୋଗ ଦିବସରେ ତାଜମହଲ ସମେତ ସମସ୍ତ ପର୍ଯ୍ୟଟନ ସ୍ଥାନକୁ ମାଗଣା ପ୍ରବେଶ କରିବା ପାଇଁ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ଅଫ୍ ଇଣ୍ଡିଆ (ASI) ନିର୍ଦ୍ଦେଶ ଜାରି କରିଛି।

free-entry-in-all-monuments-including-taj-mahal-on-international-yoga-day
International Yoga Day:ତାଜମହଲ ସମେତ ସମସ୍ତ ପର୍ଯ୍ୟଟନ ସ୍ଥାନକୁ ମାଗଣା ପ୍ରବେଶ ପାଇଁ ନିର୍ଦ୍ଦେଶ
author img

By

Published : Jun 20, 2022, 2:19 PM IST

ଆଗ୍ରା: ଜୁନ୍ 21 ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ । ଏହି ଦିନ ତାଜମହଲ ସମେତ ସମସ୍ତ ପର୍ଯ୍ୟଟନ ସ୍ଥାନକୁ ମାଗଣା ପ୍ରବେଶ କରିବା ପାଇଁ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (ASI) ଅନୁମତି ପ୍ରଦାନ କରିଛି । ASI ଆଗ୍ରା ସର୍କିଲ ଅଧୀକ୍ଷକ ପ୍ରତ୍ନତତ୍ତ୍ବବିତ ରାଜକୁମାର ପଟେଲ ସୂଚନା ଦେଇଛନ୍ତି । ଏହା ସହ କେନ୍ଦ୍ର ମନ୍ତ୍ରୀ ମୁଖତାର ଅବବାସ ନକ୍କବି ଫତେହପୁର ସିକ୍ରିର ପଞ୍ଚମହଲରେ ଯୋଗ କରିବେ । ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା 5 ହଜାର ଲୋକଙ୍କ ଯୋଗ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ।

ଜାଣନ୍ତୁ ଆଉ କେଉଁ ଦିନ ମାଗଣାରେ ପ୍ରବେଶ କରିପାରିବେ ତାଜମହଲ

ଏସଆଇ ଅଧୀକ୍ଷକ ପ୍ରତ୍ନତତ୍ତ୍ବବିତ୍ ରାଜକୁମାର ପଟେଲ କହିଛନ୍ତି ଯେ, "ତାଜମହଲ ସମେତ ଏୈତିହାସିକ ପର୍ଯ୍ୟଟନ ସ୍ଥାନରେ, ଏପ୍ରିଲ 18 ରେ ବିଶ୍ବ ବିଶ୍ବଦିବସ ଏବଂ ନଭେମ୍ବର 19 ରେ ବିଶ୍ବ ଐତିହ ସପ୍ତାହର ପ୍ରଥମ ଦିନରେ ଏବଂ ମାର୍ଚ୍ଚ 8 ରେ ମହିଳା ଦିବସ ପର୍ଯ୍ୟଟକଙ୍କ ପ୍ରବେଶ ମାଗଣା ରହିଥାଏ । ଯୋଗ ଦିବସରେ ପ୍ରଥମ ଥର ପାଇଁ ମନ୍ତ୍ରଣାଳୟ ତାଜମହଲ ସମେତ ଅନ୍ୟ ସଂରକ୍ଷିତ ପର୍ଯ୍ୟଟନ ସ୍ଥାନରେ ପର୍ଯ୍ୟଟକଙ୍କୁ ମାଗଣା ପ୍ରବେଶ ଅନୁମତି ଦେଇଛି।

ପଞ୍ଚମହଲରେ ମୁଖତାର ଅବବାସ ନକ୍କବିଙ୍କ ସହ 5000 ଲୋକ ଯୋଗ କରିବେ: ଏଏସଆଇ ଅଧୀକ୍ଷକ ପ୍ରତ୍ନତତ୍ତ୍ବବିତ ରାଜକୁମାର ପଟେଲ କହିଛନ୍ତି ଯେ, "ଅନ୍ତର୍ଜାତୀୟ ଯୋଗ ଦିବସରେ 21 ଜୁନ୍ ଦିନ ଫତେହପୁର ସିକ୍ରି ମେମୋରିଆଲରେ ପଞ୍ଚମହଲ କମ୍ପ୍ଲେକ୍ସରେ ଯୋଗ କରିବା ପାଇଁ ବ୍ୟବସ୍ଥା କରାଯାଉଛି । ଯେଉଁଠାରେ କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ତଥା ରାଜ୍ୟସଭା ଉପ-ନେତା ମୁଖାତାର୍ ଅବ୍ବାସ ନାକଭି ସକାଳ 6 ଟାରେ ପହଞ୍ଚିବେ । ପରେ ସକାଳ 7ଟାରୁ ଯୋଗ ଆରମ୍ଭ ହେବ । ଏଥିରେ ରାଜ୍ୟସଭା ସାଂସଦ ହାର୍ଦ୍ଦିକ ଦୁବେ, ଫତେହପୁର ସିକ୍ରି ଲୋକସଭା ସାଂସଦ ରାଜକୁମାର ଚାହର, ଫତେହପୁର ସିକ୍ରି ବିଧାୟକ ବାବୁଲାଲ, ଆଗ୍ରା ଉତ୍ତର ବିଧାୟକ ପୁରୁଷୋତ୍ତମ ଖଣ୍ଡେଲୱାଲ ଏବଂ ସ୍କୁଲ ପିଲାମାନଙ୍କ ସମେତ ପ୍ରାୟ 5000 ଲୋକ ଉପସ୍ଥିତ ରହିବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.