ETV Bharat / bharat

କଂଗ୍ରେସକୁ ଝଟକା, TMC ହାତ ଧରିଲେ ପ୍ରଣବ ମୁଖାର୍ଜୀଙ୍କ ପୁଅ ଅଭିଜିତ

author img

By

Published : Jul 5, 2021, 5:00 PM IST

ତୃଣମୂଳ କଂଗ୍ରେସରେ ସାମିଲ ହୋଇଛନ୍ତି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପୁଅ ଅଭିଜିତ ମୁଖାର୍ଜୀ । 2012 ଓ 2014ରେ କଂଗ୍ରେସ ଟିକେଟରେ ପଶ୍ଚିମବଙ୍ଗର ଜଙ୍ଗୀପୁର ଲୋକସଭା ଆସନରୁ ନିର୍ବାଚନ ଲଢି ବିଜୟ ହାସଲ କରିଥିଲେ ଅଭିଜିତ । ଅଧିକ ପଢନ୍ତୁ...

କଂଗ୍ରେସକୁ ଝଟକା, TMC ହାତ ଧରିଲେ ପ୍ରଣବ ମୁଖାର୍ଜୀଙ୍କ ପୁଅ ଅଭିଜିତ
କଂଗ୍ରେସକୁ ଝଟକା, TMC ହାତ ଧରିଲେ ପ୍ରଣବ ମୁଖାର୍ଜୀଙ୍କ ପୁଅ ଅଭିଜିତ

କୋଲକାତା: ତୃଣମୂଳ କଂଗ୍ରେସରେ ସାମିଲ ହୋଇଛନ୍ତି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପୁଅ ଅଭିଜିତ ମୁଖାର୍ଜୀ । କଂଗ୍ରେସ ହାତ ଛାଡି ଟିଏମସିରେ ଯୋଗ ଦେଇଛନ୍ତି ଅଭିଜିତ ।

କୋଲକାତାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅଭିଜିତ ମୁଖାର୍ଜୀ ଟିଏମସି ନେତା ପାର୍ଥ ଚାଟାର୍ଜଙ୍କ ଉପସ୍ଥିତିରେ ଦଳର ସଦସ୍ୟତା ଗ୍ରହଣ କରିଛନ୍ତି ।

2012 ଓ 2014ରେ କଂଗ୍ରେସ ଟିକେଟରେ ପଶ୍ଚିମବଙ୍ଗର ଜଙ୍ଗୀପୁର ଲୋକସଭା ଆସନରୁ ନିର୍ବାଚନ ଲଢି ବିଜୟ ହାସଲ କରିଥିଲେ ଅଭିଜିତ । 2019ରେ ମଧ୍ୟ ଏହି ଆସନରୁ ତାଙ୍କୁ ଟିକେଟ ଦେଇଥିଲା କଂଗ୍ରେସ । ହେଲେ ଅଭିଜିତ ସଫଳତା ହାସଲ କରିପାରିନଥିଲେ ।

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଫଳଫଳା ପରେ ଅନେକ ନେତା ଟିଏମସିରେ ଯୋଗଦେବା ଅଭିଯାନ ଜାରି ରହିଛି । ନିକଟରେ ମୁକୁଲ ରାୟ ମଧ୍ୟ ବିଜେପି ଛାଡି ଟିଏମସିରେ ଯୋଗ ଦେଇଥିଲେ । ଟିଏମସିରେ ସାମିଲ ହେବା ପୂର୍ବରୁ ନକଲି ଔଷଧ ମାମଲାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସମର୍ଥନ କରିଥିଲେ ଅଭିଜିତ ବାନାର୍ଜୀ ।

ଅନେକ ବର୍ଷ ଧରି କଂଗ୍ରେସର କର୍ଣ୍ଣଧାର ନେତାଙ୍କ ମଧ୍ୟରେ ସାମିଲ ଥିଲେ ଅଭିଜିତ । ତେବେ ଟିଏମସିରେ ଅଭିଜିତଙ୍କ ଯୋଗଦାନ କଂଗ୍ରେସ ପାଇଁ ଏକ ବଡ ଝଟକା ବୋଲି କୁହାଯାଇପାରେ ।

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ​​ବାମପନ୍ଥୀ ଦଳ ସହ କଂଗ୍ରେସର ମେଣ୍ଟ ପ୍ରସଙ୍ଗରେ ପୂର୍ବତନ ସାଂସଦ ଅଭିଜିତ ମୁଖାର୍ଜୀଙ୍କ ଭିନ୍ନ ମତ ରହିଛି। ଦଳର ପରାଜୟ ପରେ ସେ କହିଥିଲେ ଯେ ଯଦି ବାମପନ୍ଥୀଙ୍କ ସହ ମେଣ୍ଟ ନକରି ପଶ୍ଚିମବଙ୍ଗରେ ନିର୍ବାଚନ ଲଢିଥାନ୍ତା ତେବେ ଦଳର ଭୋଟ ସେୟାର ବଢିଥାନ୍ତା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.