ETV Bharat / bharat

ପାଟନାରୁ ଗୌଆହାଟୀ ଅଭିମୁଖେ ଯାତ୍ରା କରୁଥିବା ବିମାନ ବାତିଲ

author img

By

Published : Dec 7, 2022, 10:47 PM IST

ପାଟନାରୁ ଗୌଆହାଟୀ ଅଭିମୁଖେ ଯାତ୍ରା କରୁଥିବା ବିମାନକୁ ବାତିଲ କରାଯାଇଛି(FlyBig flight from Patna to Guwahati canceled)। ଅଧିକ ପଢନ୍ତୁ

ପାଟନା ରୁ ଗୌଆହାଟୀ ଅଭିମୁଖେ ଯାତ୍ରା କରୁଥିବା ବିମାନ ବାତିଲ

ବିହାର: ପାଟନାରୁ ଗୌଆହାଟୀ ଅଭିମୁଖେ ଯାତ୍ରା କରୁଥିବା ବିମାନକୁ କରାଯାଇଛି ବାତିଲ(FlyBig flight from Patna to Guwahati canceled)। ପାଟନା ବିମାନବନ୍ଦରରୁ(patna airport) ଗୌଆହାଟୀକୁ ପ୍ରତିଦିନ ଯାତ୍ରା କରୁଥିବା ଫ୍ଲାଇ ବିଗର ଫ୍ଲାଇଟ୍ ନମ୍ବର flg219 ମଙ୍ଗଳବାର ଦିନ ବିଳମ୍ବିତ ରାତିରେ ବିମାନ ଉଡାଣ ପୂର୍ବରୁ ଯାନ୍ତ୍ରିକ ତୃଟି ଦେଖାଦେଇଥିଲା । ଯେଉଁଥି ପାଇଁ ବିମାନ ଯାଇ ପାରି ନଥିଲା । ଏହି ବିମାନରେ ଯିବାକୁ ଥିବା 66 ଜଣ ଯାତ୍ରୀ ଗୌହାଟୀ ଯିବାକୁ ଥିବା ବେଳେ ଯାନ୍ତ୍ରିକ ତୃଟି ଯୋଗୁଁ ବିମାନ ଯାଇ ପାରିନଥିଲା ।

ସୂଚନା ମୁତାବକ , ବୋର୍ଡିଂ ପାସ୍ ପାଇବା ପରେ ସମସ୍ତ ଯାତ୍ରୀ ଯିବାକୁ ଅପେକ୍ଷା କରିଥିବା ବେଳେ ବିମାନର ଇଞ୍ଜିନରୁ ଇନ୍ଧନ ଲିକ୍ ହେଉଥିବା ଯୋଗୁଁ ପାଇଲଟ୍ ବିମାନ ଉଡ଼ାଇ ପାରି ନଥିଲେ । ଏହି ସୂଚନା ଯାତ୍ରୀଙ୍କୁ ବିଳମ୍ବରେ ଦିଆଯାଇଥିବାରୁ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଏଥିସହ ପାଟନାରୁ ଗୌଆହାଟୀକୁ ଏହି ଗୋଟିଏ ବିମାନ ଯାଉଥିବା ବେଳେ ଏହାର କୌଣସି ବିକଳ୍ପ ବ୍ୟବସ୍ଥା ନଥିବାରୁ ବିମାନ ଯାନ୍ତ୍ରିକ ତୃଟି ଠିକ ହେବା ଯାଏଁ ଅପେକ୍ଷାରେ ରହିଛନ୍ତି ବିମାନ ଯାତ୍ରୀ । ଅନ୍ୟପଟେ ଘଟଣାସ୍ଥଳରେ ବିମାନ କମ୍ପାନୀର କର୍ମଚାରୀ ମାନେ ପହଞ୍ଚି ଯଥାଶୀଘ୍ର ଯାନ୍ତ୍ରିକ ତୃଟିକୁ ସଂଶୋଧନ କରିବାକୁ ଚେଷ୍ଟା ଜାରି ରଖିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.