ଅହମ୍ମଦାବାଦ: ଭୁଷୁ଼ଡିଲା ପାଞ୍ଚ ମହଲା ବିଲ୍ଡିଂ । ଏଭଳି ଘଟଣା ଦେଖିବାକୁ ମିଳିଛି ଗୁଜୁରାଟର ଅହମ୍ମଦାବାଦ ସହରର ଜମାଲପୁର ଅଞ୍ଚଳରେ । ଘଟଣାସ୍ଥଳରେ ତୁରନ୍ତ ଦମକଳ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି ।
ବୁଧବାର ଅହମ୍ମଦାବାଦର ଜମାଲପୁର ଅଞ୍ଚଳରେ ଏକ ପାଞ୍ଚ ମହଲା କୋଠା ଆଖି ପିଛୁଳାକେ ଭୁଷୁଡି ପଡିଛି । ପ୍ରାଥମିକ ତଦନ୍ତରୁ କେହି ମୃତାହତ ହୋଇନଥିବା ଜଣାପଡିଛି । ବିଲଡିଂରେ କୌଣସି ଲୋକେ ନଥିବା ସୂଚନା ରହିଛି । ଲୋକଙ୍କୁ ବାତ୍ୟାକୁ ନେଇ ଆଲର୍ଟ କରାଯାଇଥିଲା । ସୂଚନାଥାଉକି ଗୁଜୁରାଟରେ ସାମୁଦ୍ରିକ ବାତ୍ୟା ତାଉ'ତେ ଯୋଗୁଁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଥିଲା । ବାତ୍ୟାର ପ୍ରଭାବରେ ଗୁଜୁରାଟ ଉପକୂଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ