ETV Bharat / bharat

Gujarat Polls: ଆଜି ପ୍ରଥମ ପର୍ଯ୍ୟାୟ ଭୋଟ, 788 ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

ଆଜି ଗୁଜୁରାଟରେ ପ୍ରଥମ ପ୍ରର୍ଯ୍ୟାୟ ଭୋଟିଂ (first phase Voting gujarat assembly election)। 89 ଆସନରେ 788 ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ 2.39 କୋଟି ଭୋଟର । ପ୍ରସ୍ତୁତ 25,430 ବୁଥ । ପରିଚାଳନା ଦାୟିତ୍ବରେ 1,06,963 ଅଧିକାରୀଙ୍କ ସହ 50 ହଜାର ସୁରକ୍ଷାକର୍ମୀ ।

author img

By

Published : Nov 30, 2022, 10:43 PM IST

Updated : Dec 1, 2022, 8:36 AM IST

first phase poll gujarat assembly election: ରାତି ପାହିଲେ ଭୋଟ ଦେବ ଗୁଜୁରାଟ, ପ୍ରସ୍ତୁତି ଶେଷ

ହାଇଦ୍ରାବାଦ: ଆଜି ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ । 19ଟି ଜିଲ୍ଲାର 89ଟି ବିଧାନସଭା ଆସନରେ ଭୋଟିଂ ହେଉଛି । ପ୍ରଥମ ପର୍ଯ୍ୟାୟରେ ମୋଟ 788 ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ 2.39 କୋଟି ଭୋଟର (first phase Voting Gujarat assembly election)। ଗତ ନଭେମ୍ବର 29 ସଂଧ୍ୟା 5ଟାରୁ ସମସ୍ତ ରାଜନୈତିକ କାର୍ଯ୍ୟକ୍ରମ ବନ୍ଦ ରହିଥିବା ବେଳେ ଭୋଟିଂ ପ୍ରକ୍ରିୟା ଆରମ୍ଭ ହୋଇଛି ।

ସକାଳ 8ରୁ ଭୋଟିଂ:-

ଆଜି ସକାଳ 8 ଟାରୁ ଭୋଟିଂ ଆରମ୍ଭ ହୋଇ ସଂଧ୍ୟା 5ଟା ପର୍ଯ୍ୟନ୍ତ ଜାରି ରହିବ । 89ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମୋଟ 25,430 ମତଦାନ କେନ୍ଦ୍ର ପ୍ରସ୍ତୁତ ହୋଇଛି । ସେଥିମଧ୍ୟରୁ ସହରାଞ୍ଚଳରେ 9,014 ମତଦାନ କେନ୍ଦ୍ର ଏବଂ ଗ୍ରାମାଞ୍ଚଳର 16,416 ମତଦାନ କେନ୍ଦ୍ର ପ୍ରସ୍ତୁତ କରାଯାଇଛି । ସମସ୍ତ ମତଦାନ କେନ୍ଦ୍ରରେ ପୁଲିଂ ପାର୍ଟି ସରଞ୍ଜାମ ସହ ପହଞ୍ଚି ସାରିଛନ୍ତି ।

ମୈଦାନରେ 788 ପ୍ରାର୍ଥୀ:-

ରାଜ୍ୟ ନିର୍ବାଚନ ଅଧିକାରୀ ପି.ଭାରତୀ କହିଛନ୍ତି, ପ୍ରଥମ ପର୍ଯ୍ୟାୟରେ ବିଭିନ୍ନ ଦଳର ମୋଟ 788 ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି । ସେଥିମଧ୍ୟରୁ 718 ଜଣ ପୁରୁଷ ପ୍ରାର୍ଥୀ ଏବଂ 70 ଜଣ ମହିଳା ପ୍ରାର୍ଥୀ ରହିଛନ୍ତି । ସେହିପରି ମୋଟ 39ଟି ରାଜନୈତିକ ଦଳ ଚଳିତ ନିର୍ବାଚନରେ ପ୍ରାର୍ଥୀ ଦେଇଛନ୍ତି । ଜାତୀୟ ଓ ଆଞ୍ଚଳିକ ଦଳର ପ୍ରାର୍ଥୀଙ୍କ ସମେତ ବହୁ ସ୍ବାଧୀନ ପ୍ରାର୍ଥୀ ମଧ୍ୟ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି (first phase poll Gujarat)।

ମତାଧିକାର ସାବ୍ୟସ୍ତ କରିବେ 2.39 କୋଟି ଭୋଟର:-

ପ୍ରଥମ ପର୍ଯ୍ୟାୟରେ 89 ଟି ଆସନରେ ମୋଟ 2,39,76,670 ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବାକୁ ଯାଉଛନ୍ତି । ସେଥିମଧ୍ୟରୁ 1,24,33,362 ପୁରୁଷ ଏବଂ 1,1,5,42,811 ମହିଳା ଭୋଟର ରହିଛନ୍ତି । ସେହିପରି 497 ଟ୍ରାନ୍ସଜେଣ୍ଡର ଭୋଟର ପଞ୍ଜିକୃତ ହୋଇଛନ୍ତି । ଚଳିତ ପର୍ଯ୍ୟାୟରେ ଯୁବ ତଥା ନବାଗତ ଭୋଟରଙ୍କ ସଂଖ୍ୟା ମଧ୍ୟ ଉତ୍ସାହଜନକ ରହିଛି । 18 ରୁ 19 ବର୍ଷ ବୟସ ମଧ୍ୟରେ ମୋଟ 5,75,560 ନବାଗତ ଭୋଟର ପ୍ରଥମ ଥର ପାଇଁ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବାକୁ ଯାଉଛନ୍ତି ।

ବରିଷ୍ଠ ନାଗରିକ ତଥା 99 ବର୍ଷରୁ ଅଧିକ ବୟସାଧିକ ଭୋଟରଙ୍କ ସଂଖ୍ୟା 4,945 ରହିଛି । ସେହିପରି ସମୁଦାୟ 89 ଟି ଆଦର୍ଶ ମତଦାନ କେନ୍ଦ୍ର, 89 ଟି ଭିନ୍ନକ୍ଷମ ପରିଚାଳିତ ମତଦାନ କେନ୍ଦ୍ର, 89 ଟି ଇକୋ-ଫ୍ରେଣ୍ଡଲି ମତଦାନ କେନ୍ଦ୍ର, 611 ସଖୀ ମତଦାନ କେନ୍ଦ୍ର ଓ 18 ୟୁଥ ପରିଚାଳିତ ମତଦାନ କେନ୍ଦ୍ର ଅନ୍ତର୍ଭୁକ୍ତ ରହିଛି ।

ସୁରକ୍ଷା ବ୍ୟବସ୍ଥାରେ 50 ହଜାର ଯବାନ:-

ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି । ରାଜ୍ୟରେ ମୋଟ 16,500 ମତଦାନ କେନ୍ଦ୍ର ସମ୍ବେଦନଶୀଳ ମତଦାନ କେନ୍ଦ୍ର ଭାବରେ ଚିହ୍ନଟ କରାଯିବା ସହ ଆଗୁଆ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଇଛି । ସମ୍ବେଦନଶୀଳ ଚିହ୍ନିତ ମତଦାନ କେନ୍ଦ୍ରରେ 100 ମିଟର ବ୍ୟାସାର୍ଦ୍ଧ ମଧ୍ୟରେ ପ୍ରାୟ 10 ଜଣ ପୋଲିସ କର୍ମଚାରୀ ମୁତୟନ ରହିବେ । ସେହିପରି ଡିଏସପି /ଏସପି ସ୍ତରର ଅଧିକାରୀଙ୍କୁ ନିର୍ଦ୍ଦିଷ୍ଟ କେତେକ ଅଞ୍ଚଳକୁ ଜୋନରେ ବିଭକ୍ତ କରି ସୁରକ୍ଷା ବ୍ୟବସ୍ଥାର ତଦାରଖ ଦାୟିତ୍ବ ଦିଆଯାଇଛି । ଏହି ସୁରକ୍ଷା ପର୍ଯ୍ୟବେକ୍ଷକ ତାଲିକାରେ 20 ବରିଷ୍ଠ ତଥା ଆଇପିଏସ ଅଧିକାରୀଙ୍କୁ ଦାୟିତ୍ବ ମିଳିଛି । ସେହିପରି ସଶସ୍ତ୍ର ବଳ ଓ ମାବାଇଲ ପାଟ୍ରୋଲିଂ ପାର୍ଟି ମଧ୍ୟ ସମ୍ପୂର୍ଣ୍ଣ ପ୍ରସ୍ତୁତିର ସହ ରହିବାକୁ ନିର୍ଦ୍ଦେଶ ମିଳିଛି । 50,000ରୁ ଅଧିକ ପ୍ରଦେଶ ପୋଲିସର କର୍ମଚାରୀଙ୍କ ସମେତ BSF ଏବଂ CRPF ପରି କେନ୍ଦ୍ରୀୟ ସଶସ୍ତ୍ର ବଳ ମଧ୍ୟ ନିୟୋଜିତ ହୋଇଛନ୍ତି ।

ମତଦାନ ପରିଚାଳନାରେ 1,06,963 ଅଧିକାରୀ ଓ କର୍ମଚାରୀ:-

ମତଦାନ ପରିଚାଳନା ଦାୟିତ୍ବରେ ମୋଟ 1,06,963 କର୍ମଚାରୀ ଏବଂ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି । ସେମାନଙ୍କ ମଧ୍ୟରେ 27,978 ପ୍ରିଜାଇଡିଂ ଅଫିସର ଏବଂ 78,985 ପୋଲିଂ କର୍ମଚାରୀ ଅଛନ୍ତି । ସେମାନେ ଆଜି ନିଜ ନିଜ ଜିଲ୍ଲା ମୁଖ୍ୟାଳୟରୁ ଇଭିଏମ ଓ ଅନ୍ୟ ଆବଶ୍ୟକ ଯନ୍ତ୍ରଂସ ସହ ପୋଲିଂ ବୁଥରେ ପହଞ୍ଚି ସାରିଛନ୍ତି । ପୋଲିଂ ବୁଥରେ ମତଦାନ ପୂର୍ବ-ପ୍ରସ୍ତୁତି ସହ ଅନ୍ୟ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ସକାଳ 8 ଟାରୁ ଭୋଟିଂ ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟ ଭୋଟିଂ ଆସନ୍ତାକାଲି ଶେଷ ହେଉଥିବା ବେଳେ ଦ୍ବିତୀୟ ତଥା ଅନ୍ତିମ ପର୍ଯ୍ୟାୟ 5 ତାରିଖରେ ଶେଷ ହେବ । 8 ତାରିଖରେ ମତଗଣନା ସହ ଜନାଦେଶ ପ୍ରକାଶ ପାଇବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 1, 2022, 8:36 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.