ETV Bharat / bharat

ଜାଲନା ଗୀତାଇ ଷ୍ଟିଲ୍‌ ପ୍ଲାଣ୍ଟରେ ବଡଧରଣର ବିସ୍ଫୋରଣ, ୨ ମୃତଦେହ ଉଦ୍ଧାର - Jalna Gitai Steel Company explosion

ମହାରାଷ୍ଟ୍ର ଜାଲନା ଶିଳ୍ପାଞ୍ଚଳରେ ବିସ୍ଫୋରଣ ଘଟଣା । ଜାଲନା ଗୀତାଇ ଷ୍ଟିଲ୍‌ ପ୍ଲାଣ୍ଟରେ ବଡଧରଣର ବିସ୍ଫୋରଣ । ଏହି ଅଘଟଣରେ ୨ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ଅଧିକ ପଢନ୍ତୁ

explosion in steel company in Jalna Industrial Estate
ଷ୍ଟିଲ୍‌ କମ୍ପାନୀରେ ବଡଧରଣର ବିସ୍ଫୋରଣ, ଅନେକ ମୃତାହତ ଆଶଙ୍କା
author img

By

Published : Nov 1, 2022, 2:30 PM IST

Updated : Nov 1, 2022, 8:46 PM IST

ମୁମ୍ବାଇ: ମହାରାଷ୍ଟ୍ର ଜାଲନା ଶିଳ୍ପାଞ୍ଚଳରେ ଭୟଙ୍କର ବିସ୍ଫୋରଣ । ଜାଲନା ଗୀତାଇ ଷ୍ଟିଲ୍‌ ପ୍ଲାଣ୍ଟରେ ବଡଧରଣର ବିସ୍ଫୋରଣ । ମଙ୍ଗଳବାର ସକାଳୁ ଗୀତାଇ ଷ୍ଟିଲ୍‌ ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସା କରାଯାଉଛି । ଏହି ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଷ୍ଟିଲ୍‌ ପ୍ଲାଣ୍ଟ ସମ୍ପୂର୍ଣ୍ଣ ଧ୍ବସ୍ତ ହୋଇଯାଇଛି ।

ବର୍ତ୍ତମାନ ସୁଦ୍ଧା ୨ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ୬ ଜଣଙ୍କୁ ଗୁରୁତର ଭାବରେ ଉଦ୍ଧାର କରି ସ୍ଥାନୀୟ ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି । ଏକ ବଡ଼ଚୁଲି ବା furnace ଷ୍ଟିଲ୍‌ ତରଳାଇବାକୁ ବ୍ୟବହାର ହେଉଥିଲା । ତେବେ ମଙ୍ଗଳବାର ଅଚାନକ ଏହି furnace ବିସ୍ଫୋରଣ ହୋଇଛି । ଯାହା ଫଳରେ 2 ଜଣଙ୍କ ମୃତ୍ୟୁ ହୋଇଛି । ୬ ଜଣଙ୍କୁ ଗୁରୁତର ଭାବରେ ଉଦ୍ଧାର କରାଯାଇଛି । ଆଉ ୬ ଜଣଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ତେବେ ଏହାକୁ ନେଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ କୌଣସି ସୂଚନା ପ୍ରଦାନ କରାଯାଇନାହିଁ ।

ଏହା ମଧ୍ୟ ପଢନ୍ତୁ: Morbi Bridge Collapse: ନଭେମ୍ବର ୧୪ରୁ ଶୁଣାଣି କରିବେ ସୁପ୍ରିମକୋର୍ଟ

ଏହି ବିସ୍ଫୋରଣରେ ଷ୍ଟିଲ୍‌ ପ୍ଲାଣ୍ଟ ନିକଟରେ ଛିଡ଼ା ହୋଇଥିବା ଏକ ଟ୍ରକ ସମ୍ପୂର୍ଣ୍ଣ ଭାବେ ଜଳି ଯାଇଛି । ଏହି ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଘଟଣାସ୍ଥଳରୁ ଆହତଙ୍କୁ ଉଦ୍ଧାର କରାଯାଇ ତୁରନ୍ତ ସ୍ଥାନିୟ ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଇଥିଲା । କେଉଁ ପରିସ୍ଥିତିରେ ଏହି ବିସ୍ଫୋରଣ ଘଟିଛି ତାହାର ତଦନ୍ତ ଆରମ୍ଭ କରିଛି ପୋଲିସ ।

Last Updated : Nov 1, 2022, 8:46 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.