ETV Bharat / bharat

ପଞ୍ଜାବ ପୋଲିସର ଏନକାଉଣ୍ଟର ଶେଷ, ସିଦ୍ଧୁ ମୁସେଓ୍ବାଲା ହତ୍ୟାକାଣ୍ଡରେ ସମ୍ପୃକ୍ତ 2 ସୁଟର ସଫା - ପଞ୍ଜାବ ପୋଲିସର ଏନକାଉଣ୍ଟର

5 ଘଣ୍ଟା ପରେ ଶେଷ ହେଲା ପଞ୍ଜାବରେ ପୋଲିସ-ଗ୍ୟାଙ୍ଗଷ୍ଟାର ଏନକାଉଣ୍ଟର । 2 ଗ୍ୟାଙ୍ଗଷ୍ଟାର ସଫା । ଜଣେ ସାମ୍ବାଦିକ ଓ 3 ପୋଲିସ କର୍ମୀ ଆହତ । ମୃତ ଗ୍ୟାଙ୍ଗଷ୍ଟାର ସିଦ୍ଧୁ ମୁସେଓ୍ବାଲା ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ପଞ୍ଜାବ ପୋଲିସ ଡିଜିଙ୍କ ସୂଚନା । ଅଧିକ ପଢନ୍ତୁ

ପଞ୍ଜାବ ପୋଲିସର ଏନକାଉଣ୍ଟର, ସିଦ୍ଧୁ ମୁସେଓ୍ବାଲା ହତ୍ୟାକାଣ୍ଡରେ ସମ୍ପୃକ୍ତ ଦୁଇ ଗ୍ୟାଙ୍ଗଷ୍ଟାର ସଫା

author img

By

Published : Jul 20, 2022, 3:40 PM IST

Updated : Jul 20, 2022, 5:34 PM IST

ଚଣ୍ଡିଗଡ: ପଞ୍ଜାବର ଅମୃତସର ଅଟ୍ଟାରୀ ଗ୍ରାମ ନିକଟରେ ପୋଲିସ ଓ ଗ୍ୟାଙ୍ଗଷ୍ଟାରଙ୍କ ମଧ୍ୟରେ ଜାରି ରହିଥିବା ଏନକାଉଣ୍ଟର ଶେଷ ହୋଇଛି । ଦୀର୍ଘ 5 ଘଣ୍ଟା ଧରି ଜାରି ରହିଥିବା ଏହି ଏନକାଉଣ୍ଟରରେ ପଞ୍ଜାବର ଲୋକପ୍ରିୟ ଗାୟକ ତଥା କଂଗ୍ରେସ ନେତା ସିଦ୍ଧୁ ମୁସେଓ୍ବାଲା ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଦୁଇ ସାର୍ପସୁଟରକୁ ସଫା କରିବାରେ ସଫଳ ହୋଇଛି ପୋଲିସ ଟିମ । ମୃତ ଦୁଇ ସୁଟର ଜଗରୂପ ସିଂ ରୁପା ଓ ତାର ସହଯୋଗୀ ମନପ୍ରୀତ ସିଂ ହୋଇଥିବା ନେଇ ଏନକାଉଣ୍ଟର ସ୍ଥାନରେ ଉପସ୍ଥିତ ଥିବା ପଞ୍ଜାବ ପୋଲିସ ଡିଜିପି ଗୌରବ ଯାଦବ ସୂଚନା ଦେଇଛନ୍ତି ।

ପଞ୍ଜାବ ପୋଲିସର ଏନକାଉଣ୍ଟର, ସିଦ୍ଧୁ ମୁସେଓ୍ବାଲା ହତ୍ୟାକାଣ୍ଡରେ ସମ୍ପୃକ୍ତ ଦୁଇ ଗ୍ୟାଙ୍ଗଷ୍ଟାର ସଫା

ତେବେ ଡିଜିପି ଏହା ମଧ୍ୟ ସୂଚନା ଦେଇଛନ୍ତି, ଜଣେ ସାମ୍ବାଦିକଙ୍କ ସମେତ ମୋଟ 3 ପୋଲିସ କର୍ମୀ ଆହତ ହୋଇଛନ୍ତି । ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏନକାଉଣ୍ଟର ସ୍ଥାନରୁ ଏକେ-47 ରାଇଫଲ ସମେତ ଏକାଧିକ ଅତ୍ୟାଧୁନିକ ମାରଣାସ୍ତ୍ର ମଧ୍ୟ ପୋଲିସ ଜବତ କରିଛି । ସମ୍ପୂର୍ଣ୍ଣ ସ୍ଥାନକୁ ସିଲ କରି ବର୍ତ୍ତମାନ ଯାଞ୍ଚ କରାଯାଉଛି । ଯାଞ୍ଚ ପରେ ଆହୁରି ନୂଆ ତଥ୍ୟ ସାମ୍ନାକୁ ଆସିବା ନେଇ ଆଶା କରାଯାଉଛି ।

  • Amritsar encounter | Heavy exchange of fire took place today, 2 gangsters involved in Sidhu Moose Wala case namely Jagroop Singh Roopa & Manpreet Singh killed. We have recovered an AK47 & a pistol. 3 police officials have also suffered minor injuries: Punjab DGP Gaurav Yadav pic.twitter.com/4zR2sxeZJh

    — ANI (@ANI) July 20, 2022 " class="align-text-top noRightClick twitterSection" data=" ">

ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଲୁଚିଥିବା ଗ୍ୟାଙ୍ଗଷ୍ଟାରଙ୍କ ପାଖରେ ଅତ୍ୟାଧୁନିକ ହତିଆର ଥିଲା । ଫଳରେ ଅପରାହ୍ନରେ ଆରମ୍ଭ ହୋଇଥିବା ଏନକାଉଣ୍ଟର ପ୍ରାୟ ଦୀର୍ଘ 5 ଘଣ୍ଟା ଜାରି ରହିଥିଲା । ସିଦ୍ଧୁ ମୋସେଓ୍ବାଲା ହତ୍ୟାକାଣ୍ଡରେ ସିଧାସଳଖ ସମ୍ପୃକ୍ତ ଥିବା ଦୁଇ ଗ୍ୟାଙ୍ଗଷ୍ଟାର ଉକ୍ତ ଅଞ୍ଚଳରେ ଲୁଚିଥିବା ନେଇ ସୂଚନା ମିଳିବା ପରେ ପୋଲିସ ଏନକାଉଣ୍ଟର ଆରମ୍ଭ କରିଥିଲା । ପ୍ରାୟ 4 ରୁ 5 ଘଣ୍ଟା ଧରି ଏହି ଗୁଳି ବିନିମୟ ଜାରି ରହିଥିଲା । ପୁରା ଗ୍ରାମକୁ ଘେରାବନ୍ଦୀରେ ରଖି ପଞ୍ଜାବ ପୋଲିସର ଏକାଧିକ ଟିମ ଏହି ଏନକାଉଣ୍ଟରକୁ ରୂପ ଦେଇଥିଲେ । ଏବେ ସୁଦ୍ଧା 2 ଅପରାଧୀଙ୍କ ମୃତ୍ୟୁ ହୋଇଥିବା ପୋଲିସ ସୂଚନାରୁ ସ୍ପଷ୍ଟ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 20, 2022, 5:34 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.