ETV Bharat / bharat

Shopian Encounter: ସୁରକ୍ଷାକର୍ମୀଙ୍କୁ ସଫଳତା, ଏନକାଉଣ୍ଟରରେ ଜଣେ ଆତଙ୍କୀ ନିପାତ - ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳି ବିନିମୟ

ସୋପିଆନର କଥୋହଲାନରେ ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳି ବିନିମୟ । ଜଣେ ଆତଙ୍କୀ ନିପାତ । ଅଧିକ ପଢ଼ନ୍ତୁ

Shopian Encounter
Shopian Encounter
author img

By ETV Bharat Odisha Team

Published : Nov 9, 2023, 6:51 AM IST

ଶ୍ରୀନଗର: ପୁଣି ଜମ୍ମୁ-କାଶ୍ମୀରରେ ଫୁଟିଲା ଗୁଳି । ମୁହାଁମୁହିଁ ହେଲେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀ । ସେନା ଗୁଳିରେ ଜଣେ ଆତଙ୍କୀ ନିପାତ ହୋଇଥିବା ସୂଚନା । ଆଜି(ଗୁରୁବାର) ଭୋର ସମୟରେ ସୋପିଆନର କଥୋହଲାନରେ ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳି ବିନିମୟ ପରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା କାଶ୍ମୀର ଜୋନ ପୋଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ମୃତ ଆତଙ୍କବାଦୀ ହେଉଛି ଟିଆରଏଫ୍‌ର ସଦସ୍ୟ । ତା ନିକଟରୁ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ସମେତ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି । ଏବେ ମଧ୍ୟ ସର୍ଚ୍ଚ ଅପରେସନ ଜାରି ରହିଥିବା ବେଳେ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।

ଏହା ମଧ୍ୟ ପଢନ୍ତୁ-Shopian Encounter: ସୁରକ୍ଷାକର୍ମୀଙ୍କ ଗୁଳିରେ 2 ଆତଙ୍କୀ ନିପାତ

କାଶ୍ମୀର ଜୋନ ପୋଲିସ ଏକ୍ସରେ ଟ୍ବିଟ କରି କହିଛି ଯେ, ସୋପିଆନର କଥୋହଲାନରେ ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଭୋର ସମୟରେ ଏନକାଉଣ୍ଟର ଆରମ୍ଭ ହୋଇଛି । ଯବାନଙ୍କ ସହ ପୋଲିସ ମଧ୍ୟ ଏଥିରେ ନିୟୋଜିତ ଅଛନ୍ତି । ଏନକାଉଣ୍ଟରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଛି । ଆତଙ୍କୀଠାରୁ ବିପୁଳ ପରିମାଣର ବିସ୍ଫୋରକ ଜବତ ହୋଇଛି ।

ଏହା ମଧ୍ୟ ପଢନ୍ତୁ-Encounter in J&K: ଘାଟିରେ ଏନକାଉଣ୍ଟର ଜାରି, 5 ଆତଙ୍କୀ ନିପାତ

ମିଳିଥିବା ସୂଚନା ଅନୁଯାୟୀ, କଥୋହଲାନ ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇଥିଲା ସୁରକ୍ଷାକର୍ମୀ । ଏହାପରେ ଭାରତୀୟ ସେନା, ଜମ୍ମୁ-କାଶ୍ମୀର ପୋଲିସ ପୁରା ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଏହି ସମୟରେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚଳାଇଥିଲେ । ସୁରକ୍ଷାକର୍ମୀ ମଧ୍ୟ ଏହାର ପାଲଟା ଜବାବ ଦେଇ ଆତଙ୍କୀଙ୍କ ଉପରକୁ ଗୁଳି ଚାଳନା କରିଥିଲେ । ଭୋର ସମୟରେ ଏନ୍‌କାଉଣ୍ଟର ଆରମ୍ଭ ହୋଇଥିବା ବେଳେ ଏବେ ମଧ୍ୟ ଏହା ଜାରି ରହିଛି । ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଛି ।

ଅନୁରୂପ ଭାବରେ ଅକ୍ଟୋବର 26 ତାରିଖରେ ବି ଦକ୍ଷିଣ କାଶ୍ମୀର କୂପଓ୍ବାରାର ମଚଲ ସେକ୍ଟରରେ ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଏଥିରେ ସୁରକ୍ଷାକର୍ମୀଙ୍କୁ ସଫଳତା ମିଳିଥିଲା । 5 ଆତଙ୍କୀଙ୍କୁ ନିପାତ କରିଥିଲେ ସୁରକ୍ଷାବଳ । ସେହିଭଳି ଅକ୍ଟୋବର 10 ତାରିଖରେ ସୋପିଆନର ଆଲସିପୋରାରେ ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବା ବେଳେ ଏଥିରେ 2 ଆତଙ୍କବାଦୀ ନିହତ ହୋଇଥିଲେ । ଦୁଇ ମୃତ ଆତଙ୍କବାଦୀ ହେଉଛନ୍ତି ଏଲଇଟିର ମୋରିଫତ୍ ମାକବୁଲ୍ ଏବଂ ଜାଜିମ୍ ଫାରୁକ୍ । ଏହିଭଳି ବାରମ୍ବାର ଆତଙ୍କୀ ଭାରତୀୟ ସୀମାରେ ପ୍ରବେଶ କରିବାକୁ ପ୍ରୟାସ କରି ଆସୁଛନ୍ତି । କିନ୍ତୁ ସେମାନଙ୍କୁ କଡ଼ା ଜବାବ ଦେଇ ଏଭଳି ପ୍ରୟାସକୁ ବିଫଳ କରୁଛି ଭାରତୀୟ ସେନା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.