ETV Bharat / bharat

ଅନିଲ ଦେଶମୁଖଙ୍କ ୪.୨୦ କୋଟି ଟଙ୍କା ସମ୍ପତ୍ତି ଜବତ କଲା ED

author img

By

Published : Jul 16, 2021, 5:23 PM IST

ଅନିଲ ଦେଶମୁଖ ଓ ତାଙ୍କ ପରିବାରର ୪.୨୦ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି ଇଡି । ଇଡି ପକ୍ଷରୁ ପଚରାଉଚୁରା ପାଇଁ ପଠାଯାଇଥିବା ସମନ ସତ୍ତ୍ବେ ଦେଶମୁଖ ଯାଞ୍ଚ ଏଜେନ୍ସିଙ୍କ ସାମ୍ନାରେ ହାଜର ହୋଇନଥିଲେ । ଅଧିକ ପଢନ୍ତୁ...

ଅନିଲ ଦେଶମୁଖଙ୍କ ୪.୨୦ କୋଟି ଟଙ୍କା ସମ୍ପତ୍ତି ଜବତ କଲା ED
ଅନିଲ ଦେଶମୁଖଙ୍କ ୪.୨୦ କୋଟି ଟଙ୍କା ସମ୍ପତ୍ତି ଜବତ କଲା ED

ମୁମ୍ବାଇ: ମନି ଲଣ୍ଡରିଂ ମାମଲାରେ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ବିରୁଦ୍ଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED)ର ବଡ କାର୍ଯ୍ୟାନୁଷ୍ଠାନ । ଅନିଲ ଦେଶମୁଖ ଓ ତାଙ୍କ ପରିବାରର ୪.୨୦ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି ଇଡି ।

ପିଏମଏଲଏ ଆଧାରରେ ଜବତ ପୂର୍ବରୁ ଆଗଦେଶ ଜାରି କରାଯାଇଥିଲା । ଇଡି ପକ୍ଷରୁ ପଚରାଉଚୁରା ପାଇଁ ପଠାଯାଇଥିବା ସମନ ସତ୍ତ୍ବେ ଦେଶମୁଖ ଯାଞ୍ଚ ଏଜେନ୍ସିଙ୍କ ସାମ୍ନାରେ ହାଜର ହୋଇନଥିଲେ ।

ଦେଶମୁଖଙ୍କ ସ୍ତ୍ରୀ ଓ ତାଙ୍କ ପୁଅ ଋଷିକେଶଙ୍କୁ ସମନ ଜାରି କରିଥିଲା ଇଡି । ହେଲେ ଏମାନେ ବୟାନ ଦେବାକୁ ମନା କରିଦେଇଥିଲେ । ଏହି ମାମଲା କାରଣରୁ ଚଳିତ ବର୍ଷ ଏପ୍ରିଲରେ ଦେଶମୁଖଙ୍କୁ ନିଜ ପଦରୁ ଇସ୍ତଫା ଦେବାକୁ ପଡିଥିଲା ।

ଏପଟେ ଇଡିର କାର୍ଯ୍ୟାନୁଷ୍ଠାନ ଅନୁଚିତ ବୋଲି କହିଛନ୍ତି ଅନିଲ ଦେଶମୁଖ । ଋଣ ଜାଲିଆତି ନେଇ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖ ଇଡି ରାଡାରରେ ରହିଥିଲେ । ଏହାପୂର୍ବରୁ ମଧ୍ୟ ଦେଶମୁଖଙ୍କ ନାଗପୁର ସ୍ଥିତ ଘରେ ଚଢାଉ କରିସାରିଛି ଇଡି ।

ଅନିଲ ଦେଶମୁଖଙ୍କ ଉପରେ ପ୍ରତିମାସ 100 କୋଟି ଟଙ୍କା ବଟି ଆଦାୟର ଅଭିଯୋଗ ଲଗାଇଥିଲେ ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂହ । ଏହାସହ ଗତ ମାସ ମୁମ୍ବାଇର 10ଟି ବଡ ବାର ମାଲିକ ଅନିଲ ଦେଶମୁଖଙ୍କୁ 4 କୋଟି ଟଙ୍କା ଦେବାର କଥା କହିଥିଲେ । ତମାମ ମାମଲାରେ ଇଡିକୁ ମିଳିଥିଲା ସୁରାକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.