ETV Bharat / bharat

ଉଦୟାନିଧି ଷ୍ଟାଲିନ ଫାଉଣ୍ଡେସନରେ ED ଚଢାଉ, 36 କୋଟିର ସମ୍ପତ୍ତି ଜବତ

author img

By

Published : May 27, 2023, 10:19 PM IST

ଚେନ୍ନାଇରେ ଉଦୟାନିଧି ଷ୍ଟାଲିନ ଫାଉଣ୍ଡେସନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଢାଉରେ 36 କୋଟିର ସମ୍ପତ୍ତି ଜବତ । ଅଧିକ ପଢନ୍ତୁ

ଉଦୟାନିଧି ଷ୍ଟାଲିନ ଫାଉଣ୍ଡେସନରେ ED ଚଢାଉ, 36 କୋଟିର ସମ୍ପତ୍ତି ଜବତ
ଉଦୟାନିଧି ଷ୍ଟାଲିନ ଫାଉଣ୍ଡେସନରେ ED ଚଢାଉ, 36 କୋଟିର ସମ୍ପତ୍ତି ଜବତ

ନୂଆଦିଲ୍ଲୀ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ପୁଅ ତଥା ରାଜ୍ୟ ମନ୍ତ୍ରୀ ଥିବା ଉଦୟାନିଧି ଷ୍ଟାଲିନଙ୍କ ନାମରେ ଥିବା ଏକ ଫାଉଣ୍ଡେସନ ନାଁରେ ଆର୍ଥିକ ହେରଫେର ଅଭିଯୋଗ । ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଫାଉଣ୍ଡେସନରେ ଚଢାଉ କରି ପ୍ରାୟ 36 କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି । ଏହା ସହ ଫାଉଣ୍ଡେସନରେ ନାମରେ ବିଭିନ୍ନ ବ୍ୟାଙ୍କରେ ଜମା ହୋଇଥିବା 34.7 ଲକ୍ଷ ଟଙ୍କା ମଧ୍ୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜବତ କରିଛି ।

ଚେନ୍ନାଇ ସେଣ୍ଚ୍ରାଲ କ୍ରାଇମ ବ୍ରାଞ୍ଚ-1 ଦ୍ବାରା କରାଯାଇଥିବା ଅଭିଯୋଗ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କହିଛି । ନିକଟରେ ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (PMLA)ର ବିଭିନ୍ନ ବିଭାଗ ଅଧୀନରେ କାଲାଲ୍ ଗ୍ରୁପ୍ ଏବଂ ବ୍ରିଟେନର ଲାଇକା ଗ୍ରୁପ୍ ଏବଂ ଏହାର ଭାରତୀୟ କମ୍ପାନୀ ଲାଇକା ପ୍ରଡକ୍ସନ୍ସ ଏବଂ ଲାଇକା ହୋଟେଲ ବିରୁଦ୍ଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ଏଥିରେ ଅର୍ଥ ହେରଫେର ହୋଇଥିବା ତଦନ୍ତକାରୀ ସଂସ୍ଥା ଜାଣିବା ପରେ ତଦନ୍ତକୁ ବ୍ୟାପକ କରାଯାଇଥିଲା ।

ଏହି କମ୍ପାନୀର ଲିଙ୍କ୍‌ ଉଦୟାନିଧି ଷ୍ଟାଲିନ ଫାଉଣ୍ଡେସନ ସହ ଥିବା ଜଣାପଡିବା ପରେ ଏହା ଉପରେ ମଧ୍ୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଢାଉ କରିଛି । ପ୍ରଥମ ଅଭିଯୋଗ ଆଧାରରେ ତଦନ୍ତକାରୀ ସଂସ୍ଥା ଡିଜିଟାଲ୍ ପ୍ରମାଣ, ଦଲିଲ, ସମ୍ପତ୍ତି, ସନ୍ଦେହଜନକ ନଗଦ କାରବାର ଏବଂ ହାୱାଲା କାରବାର ଆକାରରେ ବିଭିନ୍ନ ଅପରାଧ ପ୍ରମାଣ ହାତେଇବା ପରେ ତଦନ୍ତର ସୁରାକ ଜରିଆରେ ଉଦୟାନିଧି ଷ୍ଟାଲିନ ଫାଉଣ୍ଡେସନ ପର୍ଯ୍ୟନ୍ତ ପହଞ୍ଚିଛି ।

ମେ 25 ରେ ତାମିଲନାଡୁରେ ଫାଉଣ୍ଡେସନ ନାମରେ ଥିବା 36.3 କୋଟି ଟଙ୍କାର ବିଭିନ୍ନ ଅସ୍ଥାବର ସମ୍ପତ୍ତି ଏବଂ ଉଦୟାନିଧି ଷ୍ଟାଲିନ ଫାଉଣ୍ଡେସନର ବ୍ୟାଙ୍କ ଆକାଉଣ୍ଟରେ ଥିବା 34.7 ଲକ୍ଷ ଟଙ୍କା ମୂଲ୍ୟର ସମ୍ପତ୍ତି ଜବତ କରାଯାଇଥିଲା । ଉକ୍ତ ଫାଉଣ୍ଡେସନର ଟ୍ରଷ୍ଟିମାନେ ଏହି ଘଟଣାରେ କୌଣସି ଆବଶ୍ୟକ କାଗଜପତ୍ର ଦାଖଲ କରିପାରିନଥିଲେ । ସେମାନେ କାରବାର ସମ୍ପର୍କିତ ରସିଦ ମଧ୍ୟ ଦେଖାଇ ନପାରିବାରୁ କେନ୍ଦ୍ରୀୟ ସଂସ୍ଥା ସେଗୁଡିକୁ ଜବତ କରିନେଇଛି ।

ମୋଦି ସରକାର-2 ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଓ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସକ୍ରିୟ ନଜର ଆସୁଥିବା ଦେଖିବାକୁ ମିଳିଛି । ମନିଲଣ୍ଡ୍ରିଂ ମାମଲାରେ ଏବେ ବିଭିନ୍ନ ରାଜନୈତିକ ଦଳର ଅନେକ ନେତା ଜେଲରେ ଅଛନ୍ତି । ବିରୋଧୀମାନେ ଏହାକୁ ରାଜନୈତିକ ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ ବୋଲି ଅଭିଯୋଗ କରିଆସୁଛନ୍ତି । ରାଜନୈତିକ ପ୍ରତିଦ୍ବନ୍ଦ୍ବୀଙ୍କୁ ଦମନ କରିବା ପାଇଁ କେନ୍ଦ୍ରର ବିଜେପି ସରକାର କେନ୍ଦ୍ରୀୟ ସଂସ୍ଥା ଦ୍ବାରା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ସେମାନେ ଅଭିଯୋଗ କରୁଛନ୍ତି । ଅନ୍ୟପଟେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଓ ସିବିଆଇ ସକ୍ରିୟ ଥିଲେ ମଧ୍ୟ ବିଜେପି ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହାର କମ ମଧ୍ଯ ସେମାନଙ୍କ ନିରପେକ୍ଷତା ନେଇ ପ୍ରଶ୍ନବାଚୀ ସୃଷ୍ଟି କରଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.