ETV Bharat / bharat

ଭବାନୀପୁର ଉପନିର୍ବାଚନ ପୂର୍ବରୁ ହିଂସା, ଦିଲୀପ ଘୋଷଙ୍କୁ ଆକ୍ରମଣ

author img

By

Published : Sep 27, 2021, 3:36 PM IST

ପଶ୍ଚିମବଙ୍ଗରେ ରାଜନୈତିକ ହିଂସା । ଭବାନୀପୁରରେ ପ୍ରଚାର ସମୟରେ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା ଦଳର ରାଷ୍ଟ୍ରୀୟ ଉପସଭାପତି ଦିଲୀପ ଘୋଷଙ୍କୁ ହୋଇଛି ଆକ୍ରମଣ । ଅଧିକ ପଢନ୍ତୁ...

ଭାବାନୀପୁର ଉପନିର୍ବାଚନ ପୂର୍ବରୁ ହିଂସା, ଦିଲୀପ ଘୋଷଙ୍କୁ ଆକ୍ରମଣ

କୋଲକାତା: ଭବାନୀପୁର ବିଧାନସଭା ଆସନରେ ଉପନିର୍ବାଚନକୁ ଆଉ ଦୁଇ ଦିନ ବାକି ରହିଛି । ଆଉ କିଛି ଘଣ୍ଟା ପରେ ଥମିବ ପ୍ରଚାର । ଏହାରି ମଧ୍ୟରେ ଦେଖିବାକୁ ମିଳିଛି ରାଜନୈତିକ ହିଂସା । ଭବାନୀପୁରରେ ପ୍ରଚାର ସମୟରେ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା ଦଳର ରାଷ୍ଟ୍ରୀୟ ଉପସଭାପତି ଦିଲୀପ ଘୋଷଙ୍କ ଉପରେ ହୋଇଛି ଆକ୍ରମଣ । ତେବେ ଘଟଣାକୁ ନେଇ ତୃଣମୂଳ କଂଗ୍ରେସ କର୍ମୀଙ୍କ ବିରୋଧୀରେ ଅଭିଯୋଗ ଆଣିଛି ବିଜେପି ।

ଆକ୍ରମଣ ସମୟରେ ଏକ ଭିଡିଓ ଫୁଟେଜ ସାମ୍ନାକୁ ଆସିଛି । ଏଥିରେ ଦିଲୀପ ଘୋଷଙ୍କ ସୁରକ୍ଷାକର୍ମୀ କଥିତ ଆକ୍ରମଣକାରଙ୍କୁ ଘଉଡାଇବାକୁ ଉଦ୍ୟମ କରୁଥିବା ଦେଖିବାକୁ ମିଳିଛି । ଏହି ହିଂସା ଉପରେ କେବେ ରୋକ ଲାଗିବ ବୋଲି ରାଜ୍ୟର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରି କହିଛନ୍ତି ପଶ୍ଚିମବଙ୍ଗ ବିଧାନସଭାରେ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ।

ଆକ୍ରମଣ ପରେ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ଦିଲୀପ ଘୋଷ । ଯେବେ ଜନପ୍ରତିନିଧିଙ୍କ ଉପରେ ଭବାନୀପୁରରେ ଆକ୍ରମଣ ହେଉଛି, ସେବେ ଏଠାରେ ସାଧାରଣ ଲୋକେ କେମିତି ସୁରକ୍ଷିତ ରହିପାରିବେ ବୋଲି ପ୍ରଶ୍ନ କରିଛନ୍ତି ଦିଲୀପ । ଭବାନୀପୁରରେ ତୃଣମୂଳ କଂଗ୍ରେସର ଗୁଣ୍ଡା ମାରିବାକୁ ପ୍ରୟାସ କରିଥିବା ଅଭିଯୋଗ କରିଛନ୍ତି ଘୋଷ ।

ସେପଟେ ଏହି ଘଟଣାକୁ ନେଇ ବର୍ଷିଛନ୍ତି ଶୁଭେନ୍ଦୁ ଅଧିକାରୀ । ଏହି ହିଂସା କାରଣରୁ ଟିଏମସି ଛାଡିଥିବା କହିଛନ୍ତି ଶୁଭେନ୍ଦୁ । ଟିଏମସି ଯେତେ ରକ୍ତପାତ କରିବ ଲୋକେ ସେତେ ଅଧିକ ଭୋଟ ଦେବେ । ଲୋକେ ବିନା ଭୟରେ ଭୋଟ ଦେବେ ବୋଲି ଆଶା ଥିବା ଶୁଭେନ୍ଦୁ ପ୍ରତିକ୍ରିୟା ଦେଇଛନ୍ତି ।

୩୦ ସେପ୍ଟେମ୍ବରରେ ଭବାନୀପୁର ଆସନରେ ଉପନିର୍ବାଚନ ପାଇଁ ମତଦାନ ହେବ । ଏହି ଆସନରେ ମମତା ବାନାର୍ଜୀ ୨୦୧୧ ଓ ୨୦୧୬ରେ ବିଜୟ ହାସଲ କରିଥିଲେ । ଚଳିତ ବର୍ଷ ବିଧାନସଭା ନିର୍ବାଚନରେ ଟିଏମସି ମୁଖିଆ ମମତା ବାନାର୍ଜୀ ନିଜ ପାରମ୍ପରିକ ଆସନ ଭବାନୀପୁର ଛାଡି ନନ୍ଦିଗ୍ରାମରୁ ଲଢିଥିଲେ ନିର୍ବାଚନ । ହେଲେ ସେଠାରେ ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡିଥିଲା । ତେବେ ପୁନର୍ବାର ଭବାନୀପୁର ଆସନରେ ମୈଦାନକୁ ଓହ୍ଲାଇଛନ୍ତି ଦିଦି । ଅନ୍ୟପକ୍ଷେ ଦିଦିଙ୍କ ବିରୋଧରେ ପ୍ରିୟଙ୍କା ଟିବରୱାଲଙ୍କୁ ପ୍ରାର୍ଥୀ କରିଛି ବିଜେପି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.