ETV Bharat / bharat

ଗର୍ଭବତୀ ମହିଳାଙ୍କୁ ପ୍ରସବ କରାଇଲେ ଟ୍ରେନ ଟେକ୍ନିସିଆନ - ଟ୍ରେନ ଟେକ୍ନିସିଆନ ସୁନୀଲ ପ୍ରଜାପତି

ମଧ୍ୟପ୍ରଦେଶର ସାଗର ଅଞ୍ଚଳରେ ଟ୍ରେନରେ ଜଣେ ମହିଳା ଏକ ଶିଶୁକୁ ଜନ୍ମ ଦେଇଛନ୍ତି । ସବୁଠାରୁ ବଡ କଥା ହେଲା ମହିଳା ଜଣଙ୍କର ପ୍ରସବ ଡାକ୍ତର ନୁହନ୍ତି ଜଣେ ଟ୍ରେନ ଟେକ୍ନିସିଆନ କରାଇଛନ୍ତି । ଅଧିକ ପଢନ୍ତୁ...

ଗର୍ଭବତୀ ମହିଳାଙ୍କୁ ପ୍ରସବ କରାଇଲେ ଟ୍ରେନ ଟେକ୍ନିସିଆନ

author img

By

Published : Jan 19, 2021, 11:34 AM IST

ଭୋପାଳ: ଡାକ୍ତରଙ୍କ ବ୍ୟତୀତ ଅନ୍ୟ କେହି ଗର୍ଭବତୀ ମହିଳାଙ୍କୁ ପ୍ରସବ କରାଇବା ଆମେ କେବଳ ଚଳଚ୍ଚିତ୍ରରେ ଦେଖିଛୁ । ହିନ୍ଦୀ ଚଳଚ୍ଚିତ୍ର ଥ୍ରୀ ଇଡିଅଟ୍ସ ଏହାର ଏକ ଉଦାହରଣ । ହେଲେ ମଧ୍ୟପ୍ରଦେଶର ସାଗର ଅଞ୍ଚଳରେ ଟ୍ରେନରେ ଜଣେ ମହିଳା ଏକ ଶିଶୁକୁ ଜନ୍ମ ଦେଇଛନ୍ତି । ସବୁଠାରୁ ବଡ କଥା ହେଲା ମହିଳା ଜଣଙ୍କର ପ୍ରସବ ଡାକ୍ତର ନୁହଁନ୍ତି ଜଣେ ଟ୍ରେନ ଟେକ୍ନିସିଆନ କରାଇଛନ୍ତି ।

ସୂଚନାଅନୁସାରେ,ସାଗର ଅଞ୍ଚଳର ବାସିନ୍ଦା ସୁନୀଲ ପ୍ରଜାପତି ଦିଲ୍ଲୀ ରେଲୱେର ଜଣ ଲାବଟ୍ରୋରି ଟେକ୍ନିସିଆନ ଭାବେ କାର୍ଯ୍ୟରତ । ସେ ତାଙ୍କର କୌଣସି କାମ ପାଇଁ ଦିଲ୍ଲୀରୁ ସାଗରକୁ ଆସୁୁଥିଲେ । ତାଙ୍କ ବଗିରେ ଜଣେ ଗର୍ଭବତୀ ମହିଳା ଦାମୋଦ ଅଭିମୁଖେ ଯାଉଥିଲେ । ହଠାତ୍ ମହିଳା ଜଣଙ୍କୁ ଟ୍ରେନରେ ପ୍ରସବ ଯନ୍ତ୍ରଣା ହୋଇଥିଲା । କିଛି ଉପାୟ ନ ପାଇ ମହିଳାଙ୍କୁ ସାହାଯ୍ୟ କରିବାକୁ ସୁନୀଲ ଆଗେଇ ଆସିଥିଲେ । ଏହା ପରେ ସୁନୀଲ ତାଙ୍କ ବିଭାଗର ଜଣେ ମହିଳା ଡାକ୍ତରଙ୍କୁ ଫୋନରେ ଘଟଣା ବିଷୟରେ ଜଣାଇଥିଲେ । ମହିଳା ଡାକ୍ତର ଜଣଙ୍କ ସୁନୀଲଙ୍କୁ ଭିଡିଓ କଲିଂ କରିବାକୁ କହିଥିଲେ । ଡାକ୍ତରଙ୍କ କହିବା ଅନୁସାରେ ସୁନୀଲ ମହିଳାଙ୍କର ପ୍ରସବ କରାଇଥିଲେ । ଉକ୍ତ ମହିଳା ଜଣକ ଏକ ସୁସ୍ଥ ଶିଶୁକୁ ଜନ୍ମ ଦେଇଥିଲେ । ଉଭୟ ମାଆ ଓ ଶିଶୁ ସୁସ୍ଥ ଥିବା ଜଣାପଡିଛି । ମଥୁରା ଷ୍ଟେସନରେ ଟ୍ରେନ ଅଟକିବା ପରେ ମାଆ ଓ ଶିଶୁଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଘଟଣା ବିଷୟରେ ସୁନୀଲ କହିଛନ୍ତି, 'ମୁଁ କେବଳ ଜଣେ ମହିଳାଙ୍କୁ ପ୍ରସବ କରିବାରେ ସାହାଯ୍ୟ କରିଥିଲି ଏବଂ ଏକ ସୁସ୍ଥ ଶିଶୁ ମୋ କୋଳରେ ଥିଲା। ସେ ବହୁତ ଭୟଭୀତ ଥିଲେ ବୋଲି ପ୍ରକାଶ କରିଛନ୍ତି । ଆମେ କେବଳ ଚଳଚ୍ଚିତ୍ରରେ ଏହିପରିି ଘଟଣା ଦେଖିଥିଲୁ । ପ୍ରକୃତରେ ଏପରି ଘଟଣା ଆଶ୍ଚର୍ଯ୍ୟ କରିଛି । ସୁନୀଲଙ୍କର ଏପରି କାମ ପାଇଁ ତାଙ୍କୁ ପ୍ରଶଂସା କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.