ETV Bharat / bharat

ଘନ କୁହୁଡିରେ ଅସ୍ତବ୍ୟସ୍ତ ଦିଲ୍ଲୀ: 3 ବିମାନ ଡାଇଭର୍ଟ, 267 ଟ୍ରେନ ବାତିଲ - ଘନ କୁହୁଡିରେ ଅସ୍ତବ୍ୟସ୍ତ ଦିଲ୍ଲୀ

ଘନ କୁହୁଡି ଯୋଗୁ ରାଜଧାନୀ ଦିଲ୍ଲୀରେ ଜୀବନ ଯାତ୍ରା ଅସ୍ତବ୍ୟସ୍ତ । 3 ବିମାନ ଡାଇଭର୍ଟ, 267 ଟ୍ରେନ ବାତିଲ । ଯମୁନା ଏକ୍ସପ୍ରେସ-ଓ୍ବେ ରେ ଏକାଧିକ ଦୁର୍ଘଟଣା । ହାଡଭଙ୍ଗା ଥଣ୍ଡା ସାଙ୍ଗକୁ ଦେଖାଯାଉନି ରାସ୍ତା । ଅଧିକ ପଢନ୍ତୁ

ଦିଲ୍ଲୀରେ ଘନ କୁହୁଡି ଯୋଗୁ 4 ବିମାନ ଡାଇଭର୍ଟ
ଦିଲ୍ଲୀରେ ଘନ କୁହୁଡି ଯୋଗୁ 4 ବିମାନ ଡାଇଭର୍ଟ
author img

By

Published : Jan 9, 2023, 4:52 PM IST

ହାଇଦ୍ରାବାଦ: ସମଗ୍ର ଉତ୍ତର ଭାରତରେ ଜାରି ରହିଛି ଶୀତ ଲହରୀ । ପ୍ରବଳ ଥଣ୍ଡା ସାଙ୍ଗକୁ ସମଗ୍ର ରାଜଧାନୀ ଦିଲ୍ଲୀ ଏବେ ଘନ କୁହୁଡିରେ ଆଚ୍ଛାଦିତ ହୋଇଛି । ଫଳରେ ସମଗ୍ର ଜାବନଯାତ୍ରା ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛି । ଘନ କୁହୁଡିରେ ଲୋ-ଭିଜିବିଲିଟି କାରଣରୁ ଯୋଗାଯୋଗ ଓ ଯାତାୟତ ବିଶେଷ ଭାବେ ପ୍ରଭାବିତ ହେବା ସହ ଅଚଳାବସ୍ଥା ସୃଷ୍ଟି ହୋଇଛି । ଏହି କାରଣରୁ ଦିଲ୍ଲୀ ବିମାନ ବନ୍ଦରରେ ଅବତରଣ କରିବାକୁ ଥିବା 3 ବିମାନକୁ ଅନ୍ୟତ୍ର ଡାଇଭର୍ଟ କରିବାକୁ ପଡିଛି (3 flights diverted for Delhi fog)। ସେହିପରି ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଉଡାଣ ଭରିବାକୁ ଥିବା ମୋଟ 118 ବିମାନର ଟେକଅଫ ମଧ୍ୟ ବିଳମ୍ବ ହୋଇଛି ।

କେବଳ ବିମାନ ସେବା ନୁହେଁ ବରଂ ରେଳ ସେବା ମଧ୍ୟ ବିଶେଷ ଭାବେ ପ୍ରଭାବିତ ହୋଇଛି । ଆଜି ଗୋଟିଏ ଦିନରେ ମୋଟ 267 ଟ୍ରେନ ବାତିଲ ହୋଇଛି । ସେହିପରି ଦିଲ୍ଲୀ ଅଭିମୁଖେ ଆସୁଥିବା ପ୍ରାୟ 170 ଟ୍ରେନ ନିର୍ଦ୍ଧାରିତ ସମୟଠାରୁ ବିଳମ୍ବରେ ଚାଲିଛନ୍ତି । ସେଗୁଡିକ ମଧ୍ୟରୁ ପ୍ରାୟ 90 ଟ୍ରେନ କେବଳ ଖରାପ ପାଗ ଯୋଗୁ ବିଭିନ୍ନ ସ୍ଥାନରେ ଅଟକି ରହିଛି । ଆକାଶ ଓ ରେଳ ସେବା ପରି ସଡକ ପରିବହନ ମଧ୍ୟ ସର୍ବାଧିକ ପ୍ରଭାବିତ ହୋଇଛି । ଦିଲ୍ଲୀକୁ ସଂଯୋଗ କରୁଥିବା ଯମୁନା ଏକ୍ସପ୍ରେସ-ଓ୍ବେ ରେ ଏକାଧିକ ଦୁର୍ଘଟଣା ଘଟି 8ରୁ ଅଧିକ ଆହତ ହୋଇଛନ୍ତି (road accidents on Yamuna Expressway for fog)। ଏକ୍ସପ୍ରେସ-ଓ୍ବରେ ଗାଡି ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି ।

ବିମାନ ବନ୍ଦର କର୍ତ୍ତୃପକ୍ଷ ଦେଇଥିବା ସୂଚନା ଅନୁସାରେ, ଲୋ-ଭିଜିବିଲିଟି କାରଣରୁ ଅବତରଣ ସୂଚୀରେ ଥିବା 3 ବିମାନକୁ ନିକଟସ୍ଥ ବିମାନ ବନ୍ଦରକୁ ଡାଇଭର୍ଟ କରାଯାଇଛି । ସାରଜାରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ଫ୍ଲାଇଟ, ଅହମ୍ମଦାବାଦ ଓ ପୁଣେରୁ ଦିଲ୍ଲୀ ଅଭିମୁଖେ ଆସୁଥିବା ଦୁଇଟି ସ୍ପାଇସଜେଟ୍‌ ଫ୍ଲାଇଟକୁ ଜୟପୁର ବିମାନ ବନ୍ଦରକୁ ଡାଇଭର୍ଟ କରାଯାଇଛି (3 flights diverted for Delhi fog)। ସେହିପରି ପୂର୍ବାହ୍ନରେ 32 ଘରୋଇ ବିମାନର ଅବତରଣ ମଧ୍ୟ ବିଳମ୍ବ ହୋଇଛି । ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁସାରେ ଏହି ଘନ କୁହୁଡିର ବଳୟ ରାଜଧାନୀ ଦିଲ୍ଲୀ ସମେତ ଉତ୍ତର ପଶ୍ଚିମ ରାଜସ୍ଥାନରୁ ବିହାର ଓ ହରିୟାଣା ପର୍ଯ୍ୟନ୍ତ ଘେରି ରହିଛି । ଚଣ୍ଡିଗଡ, ଦିଲ୍ଲୀ ବିଶେଷ ଭାବେ ପ୍ରଭାବିତ ହୋଇଥିବା ବେଳେ ଉତ୍ତର ପ୍ରଦେଶର କିଛି ସ୍ଥାନ ମଧ୍ୟ ଘନ କୁହୁଡିର ବଳୟର ଆଚ୍ଛାଦିତ ହୋଇଛି ।

ପ୍ରତ୍ୟେକ ବର୍ଷ ଶୀତ ଦିନେ ଉତ୍ତର ଭାରତରେ ଶୀତ ଲହରୀ ସାଙ୍ଗକୁ ଘନ କୁହୁଡି ଦେଖିବାକୁ ମିଳିଥାଏ । ଏଥିରେ ପ୍ରବଳ ଥଣ୍ଡା ସାଙ୍ଗକୁ ଭିଜିବିଲିଟି ହ୍ରାସ ପାଇବା କାରଣରୁ ଯୋଗାଯୋଗ ଓ ସାଧାରଣ ଯାତ୍ରା ପ୍ରଭାବିତ ହୋଇଥାଏ । ରେଳ, ବିମାନ ଓ ସଡକ ସେବା ସାମୟିକ ଭାବେ ଅଚଳ ହେବା ସହ ଦୁର୍ଘଟଣା ମଧ୍ୟ ବଢିଥାଏ । ସ୍କୁଲ କଲେଜ ଓ ସଧାରଣ କାର୍ଯ୍ୟାଳୟ ମଧ୍ୟ ସାମୟିକ ଭାବେ ବନ୍ଦ ରଖାଯାଇଥାଏ । ତେବେ ଗତ କିଛି ବର୍ଷ ମଧ୍ୟରେ ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ବଢିବା ଶୀତ ଦିନେ ଏହି ଲୋ-ଭିଜିବିଲିଟି ସମସ୍ୟାକୁ ଦ୍ବିଗୁଣିତ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.