ETV Bharat / bharat

ଗଣଦୁର୍ଷ୍କମ ଓ ହତ୍ୟା ମାମଲାରେ ଦୋଷୀଙ୍କୁ ମୃତ୍ୟୁ ଦଣ୍ଡ, 35 ହଜାର ଜରିମାନା ବି ଦେବେ

author img

By ETV Bharat Odisha Team

Published : Sep 5, 2023, 11:40 AM IST

Updated : Sep 5, 2023, 11:57 AM IST

2015ରେ ଘଟିଥିବା ଗଣଦୁର୍ଷ୍କମ ଓ ବିଭତ୍ସ ହତ୍ୟା ମାମଲାର ରାୟ ଶୁଣାଇଲେ ଦିଲ୍ଲୀ ହାଇକୋର୍ଟ । 3 ଅଭିଯୁକ୍ତଙ୍କୁ ମୃତ୍ୟୁ ଦଣ୍ଡ ଶୁଣାଇଲେ କୋର୍ଟ । ରାଜଧାନୀ ଦିଲ୍ଲୀର ଖ୍ୟାଲା ଅଞ୍ଚଳରେ ଜଣେ ମହିଳାଙ୍କୁ ଦୁର୍ଷ୍କମ ପରେ ମହିଳାଙ୍କୁ ସହ ତାଙ୍କ 2 ଶିଶୁଙ୍କୁ ଅମାନୁଷିକ ଭାବେ ହତ୍ୟା କରିଥିଲେ ଅଭିଯୁକ୍ତମାନେ ।

Delhi Court death penalty to 3 convicts in gang rape and murder case

ନୂଆଦିଲ୍ଲୀ: ଏକ ଗଣଦୁର୍ଷ୍କମ ଓ ହତ୍ୟା ମାମଲାର ରାୟ ଶୁଣାଇ ଦୋଷୀଙ୍କୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରିଛନ୍ତି ଦିଲ୍ଲୀ ହାଇକୋର୍ଟ । 2015ରେ ରାଜଧାନୀ ଦିଲ୍ଲୀରେ ଜଣେ ମହିଳାଙ୍କ ସହ ଗଣଦୁର୍ଷ୍କମ ସହ ତାଙ୍କ 2 ସନ୍ତାନଙ୍କୁ ହତ୍ୟା କରିଥିଲେ 3 ଅଭିଯୁକ୍ତ । ଏହାପରେ ଘରୁ ଚୋରି କରି ଫେରାର ହୋଇଥିଲେ ଅଭିଯୁକ୍ତ । ଏହି 2 ଅଭିଯୁକ୍ତଙ୍କୁ ଆଜି ଦୋଷୀ ସାବ୍ୟସ୍ତ କରିବା ସହ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଛନ୍ତି ଦିଲ୍ଲୀ ହାଇକୋର୍ଟ ।

ସୂଚନା ଅନୁଯାୟୀ, ଦିଲ୍ଲୀର ଖ୍ୟାଲା ଥାନା ଅଞ୍ଚଳରେ 2015 ସେପ୍ଟେମ୍ୱର 19ରେ ରାଜଧାନୀ ଦିଲ୍ଲୀର ଖ୍ୟାଲା ଥାନା ଅଞ୍ଚଳରେ ଘଟିଥିଲା ଅଭାବନୀୟ ଘଟଣା । ଜଣେ ମହିଳାଙ୍କ ସହ 3 ଜଣ ଗଣଦୁର୍ଷ୍କମ କରିବା ସହ ଅତି ବିଭତ୍ସ ଭାବେ ହତ୍ୟା କରିଥିଲେ । ଏହାପରେ ତାଙ୍କର 7ବର୍ଷୀୟ ପୁଅ ଓ 6 ବର୍ଷୀୟା ଝିଅଙ୍କୁ ମଧ୍ୟ ହତ୍ୟା କରିଥିଲେ । ଦୁର୍ଷ୍କମ ଓ ହତ୍ୟା ପରେ ଘରୁ ଚୋରି କରି ଫେରାର ହୋଇଯାଇଥିଲା ଅଭିଯୁକ୍ତମାନେ । ଏନେଇ ମୃତକଙ୍କ ସ୍ବାମୀଙ୍କ ଥାନାରେ ଲିଖିତ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ । ଘଟଣାରେ ସମ୍ପୃକ୍ତ 3 ଜଣଙ୍କ ସମେତ ଜଣେ ନାବାଳକ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟରେ ହାଜର କରିଥିଲା ।

ତିସ ହଜାରିର ସ୍ୱତନ୍ତ୍ର ଫାଷ୍ଟ ଟ୍ରାକ୍ କୋର୍ଟର ବିଚାରପତି ଆଞ୍ଚଲ ମାମଲାର ଶୁଣାଣି କରିଛନ୍ତି । ଘଟଣାରେ ସମ୍ପୃକ୍ତ 3 ଅଭିଯୁକ୍ତ ସାହିଦ, ଅକ୍ରମ ଓ ରଫତ୍‌ ଅଲି ବା ମଞ୍ଜୁର ଅଲ୍ଲିଙ୍କୁ ଧାରା 302(ହତ୍ୟା) ଓ 120 ବି(ଅପରାଧିକ କାର୍ଯ୍ୟକଳାପ) ଆଧାରରେ ମୃତ୍ୟୁ ଦଣ୍ଡ ଶୁଣାଇଛନ୍ତି ସ୍ୱତନ୍ତ୍ର କୋର୍ଟ । ଆଉ ଜରିମାନା ବାବଦରେ ସମସ୍ତ ଦୋଷୀଙ୍କୁ 35ହଜାର ଟଙ୍କା ଲେଖାଏଁ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ନାବାଳକ ଅଭିଯୁକ୍ତର ଶୁଣାଣି ଜୁଭେଲାଇନ କୋର୍ଟରେ ହୋଇଛି ।

ତେବେ ଶୁଣାଣି ବେଳେ କୋର୍ଟ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଜାଣିବାକୁ ପାଇଥିଲେ । ହତ୍ୟା ପରେ ଯୋଜନାବଦ୍ଧ ଭାବେ ତଥ୍ୟ ପ୍ରମାଣ ନଷ୍ଟ କରିବାକୁ ଅଭିଯୁକ୍ତମାନେ ପ୍ରୟାସ କରିଥିଲେ । ସମସ୍ତ କଲ ରେକର୍ଡ ଓ ପାରିପାର୍ଶ୍ୱିକ ପ୍ରମାଣକୁ ଦେଖି ରାୟ ଶୁଣାଇଥିଲେ କୋର୍ଟ । ରାଫତ ଅଲ୍ଲି ସେପ୍ଟେମ୍ବର 21, 2015ରେ ସକାଳ 10ଟା ସୁଦ୍ଧା ଦିଲ୍ଲୀ ଛାଡ଼ିଥିବା ବେଳେ ସେହି ଦିନ ରାତି 10.29 ସମୟରେ ସାହିଦ ଆନନ୍ଦ ବିହାର ଛାଡିଥିଲା । ଏହାପରେ 22 ସେପ୍ଟେମ୍ୱର ସକାଳ 10.34ରେ ଆଲିଗଡ଼ରେ ଭେଟ ହୋଇଥିଲେ ରାଫତ ଓ ସାହିଦ । ଏହାପରେ ନାବାଳକ ଅଭିଯୁକ୍ତ ଓ ଆକ୍ରମ ମଧ୍ୟ ପରସ୍ପର ମଧ୍ୟରେ ଯୋଗାଯୋଗ କରି ଦିଲ୍ଲୀ ଛାଡ଼ିଥିଲେ । 23 ସେପ୍ଟେମ୍ୱର 2015ରେ ଆଲିଗଡ଼ରେ ଅଭିଯୁକ୍ତମାନେ ଭେଟିଥିଲେ । ସେଠାରେ ହତ୍ୟାକାଣ୍ଡରେ ବ୍ୟବହୃତ ସ୍କ୍ୟୁ-ଡ୍ରାଇଭର ଓ ପିନ୍ଧିଥିବା ପୋଷାକ ସେଠାରେ ନଷ୍ଟ କରିଥିଲେ । ଏହାପରେ ଚମ୍ପଟ ମାରିଥିଲେ ।

Last Updated : Sep 5, 2023, 11:57 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.