ETV Bharat / bharat

ଆଶାରାମ ବାପୁଙ୍କ ଆଶ୍ରମରୁ ମିଳିଲା ନିଖୋଜ ନାବାଳିକାଙ୍କ ମୃତଦେହ - ଆଶାରାମ ବାପୁଙ୍କ ଆଶ୍ରମରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର

ଆଶାରାମ ବାପୁଙ୍କ ଆଶ୍ରମରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର । ଉତ୍ତର ପ୍ରଦେଶର ଗୋଣ୍ଡା ଜିଲ୍ଲାର ଜେଲରେ ଥିବା ବହୁଚର୍ଚ୍ଚିତ ବାବା ଆଶାରାମ ବାପୁଙ୍କ ମାଲିକାନାରେ ଥିବା ଆଶ୍ରମରେ ଜଣେ 13 ବର୍ଷୀୟ ନାବାଳିକାଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ଅଧିକ ପଢ଼ନ୍ତୁ

dead body found of missing girl at asaram's ashram in up
ଆଶାରାମ ବାପୁଙ୍କ ଆଶ୍ରମରୁ ନିଖୋଜ ନାବାଳିକାଙ୍କ ମୃତଦେହ ଉଦ୍ଧାର
author img

By

Published : Apr 9, 2022, 7:51 AM IST

ନୂଆଦିଲ୍ଲୀ: ଆଶାରାମ ବାପୁଙ୍କ ଆଶ୍ରମରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର । ଉତ୍ତର ପ୍ରଦେଶର ଗୋଣ୍ଡା ଜିଲ୍ଲାର ଜେଲରେ ଥିବା ବହୁଚର୍ଚ୍ଚିତ ବାବା ଆଶାରାମ ବାପୁଙ୍କ ମାଲିକାନାରେ ଥିବା ଆଶ୍ରମରେ ଜଣେ 13 ବର୍ଷୀୟ ନାବାଳିକାଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ନାବାଳିକା ଜଣଙ୍କ ଗତ 5 ତାରିଖରୁ ନିଖୋଜ ଥିଲେ ।

ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଜାରି ରଖିଛି । ଗତ ଗୁରୁବାର ବିଳମ୍ବିତ ରାତିରେ ଆଶାରାମ ବାପୁଙ୍କ ଆଶ୍ରମ ପରିସରରେ ଥିବା ଏକ ଗାଡି ଭିତରୁ ନିଖୋଜ ନାବାଳିକାଙ୍କ ମୃତଦେହ ମିଳିଥିବା ପୋଲିସ ସୂଚନା ଦେଇଛି । ନାବାଳିକାଟି ଗତ 5ତାରିଖ ଉତ୍ତର ପ୍ରଦେଶର ଗୋଣ୍ଡା ଜିଲ୍ଲାର ନଗର କୋତୱାଲି ଅନ୍ତର୍ଗତ ଅଞ୍ଚଳରୁ ନିଖୋଜ ହୋଇଥିଲେ । ଝିଅ ନମିଳିବାରୁ ଗତ 7ତାରିଖ ଦିନ ପରିବାରଲୋକେ ତିନିଜଣଙ୍କ ନାମରେ ଥାନାରେ ଅଭିଯୋଗ କରିଥିଲେ । ଏହାପରେ ଗତ ଗୁରୁବାର ତାଙ୍କର ମୃତଦେହ ଉଦ୍ଧାର ହୋଇଛି । ଅନ୍ୟପଟେ ଘଟଣାର ତଦନ୍ତ ଜାରି ରହିଥିବାବେଳେ ଆଶ୍ରମର ସମସ୍ତ କର୍ମଚାରୀଙ୍କୁ ପଚରାଉଚରା କରୁଥିବା ଗୋଣ୍ଡା ଏସ୍ପି ସୂଚନା ଦେଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.