ETV Bharat / bharat

ଗଙ୍ଗାରେ ମୃତଦେହ ଭାସିବା ଘଟଣା: କୋଭିଡ ଟେଷ୍ଟିଂ ପାଇଁ ନମୁନା ପଠାଇଲା ବିହାର - ଗଙ୍ଗାନଦୀରେ ମୃତଦେହ

ଗଙ୍ଗାନଦୀରେ ମୃତଦେହ ଭାସିବା ପରେ ଜଳରେ ଭାଇରସର ଉପଲବ୍ଧତାର ପରୀକ୍ଷଣକୁ ନେଇ ନମୁନା ସଂଗ୍ରହ କରାଯାଇଛି । ଅଧିକ ପଢନ୍ତୁ...

ଗଙ୍ଗାରେ ମୃତଦେହ ଭାସିବା ଘଟଣା: କୋଭିଡ ଟେଷ୍ଟିଂ ପାଇଁ ନମୁନା ପଠାଇଲା ବିହାର

author img

By

Published : Jun 11, 2021, 6:12 AM IST

ପାଟନା: ବିହାରରେ ଗଙ୍ଗାନଦୀରେ ମଧ୍ୟ ମୃତଦେହ ଭାସମାନ ଅବସ୍ଥାରେ ଠାବ କରାଯାଇଛି । ଏହାପରେ ରାଜ୍ୟ ଗଙ୍ଗାନଦୀର ପାଣିରେ କୋରୋନା ଭାଇରସର ଉପଲବ୍ଧତା ଯାଞ୍ଚ କରିବା ପାଇଁ ନମୁନା ପଠାଯାଇଛି । ଏ ସମ୍ପର୍କରେ ବିହାର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ବୈଜ୍ଞାନିକ ନବୀନ କୁମାର ସୂଚନା ଦେଇଛନ୍ତି ।

ବିହାର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦ୍ବାରା ପ୍ରତିଦିନ ଗଙ୍ଗାନଦୀର ପାଣିକୁ ସଂଗ୍ରହ କରାଯାଇ ଏହାର ପ୍ରଦୂଷଣ ମାତ୍ରାକୁ ପରୀକ୍ଷା କରାଯାଇଥାଏ । କିନ୍ତୁ ନଦୀରେ କୋଭିଡ ଆକ୍ରାନ୍ତଙ୍କ ମୃତଦେହ ମିଳିବା ପରେ ଗଙ୍ଗାଜଳରେ ଭାଇରସର ଉପଲବ୍ଧତାକୁ ନେଇ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି । ଜଳଶକ୍ତି ମନ୍ତ୍ରଣାଳୟ ଜାତୀୟ ଗଙ୍ଗା ମିଶନ ଯୋଜନାରେ ପ୍ରତିଦିନ ଗଙ୍ଗାନଦୀର ଜଳ ସଂଗ୍ରହ କରାଯାଇ ନଦୀ ଜଳର ପ୍ରଦୂଷଣର ମାତ୍ରା ମପାଯାଉଛି ବୋଲି ନବୀନ କହିଛନ୍ତି ।

ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟକ୍ସିକୋଲୋଜିକାଲ ରିସର୍ଚ୍ଚ(IITR) ଲକ୍ଷ୍ନୌ ଓ କାଉନସିଲ ଅଫ ସାଇଣ୍ଟିଫିକ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ, ବିହାର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ ଜିଲ୍ଲା ପ୍ରଶାସନର ମିଳିତ ଉଦ୍ୟମରେ ଗଙ୍ଗାନଦୀ ଜଳର ପ୍ରଦୂଷଣ ମାତ୍ରା ପରୀକ୍ଷା କରାଯାଉଛି । ଜୁନ 1 ତାରିଖରେ ବକ୍ସର ଓ ଜୁନ 5 ତାରିଖରେ ପାଟନା, ଭୋଜପୁର ଓ ସରନ ଅଞ୍ଚଳରୁ ଜଳକୁ ସଂଗ୍ରହ କରାଯାଇଛି ଲକ୍ଷ୍ନୌକୁ ଟେଷ୍ଟ ପାଇଁ ପଠାଯାଇଛି । କେନ୍ଦରୁ ଏକ ବୈଜ୍ଞାନିକ ଟିମ ଲକ୍ଷ୍ନୌରେ ପହଞ୍ଚି ଏହାର ଯାଞ୍ଚ କରିବେ ବୋଲି ଜଣାପଡିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.