ETV Bharat / bharat

Delhi Dalit Girl Death: ରାହୁଲଙ୍କ ପୋଷ୍ଟକୁ ହଟାଇଲା ଟ୍ବିଟର - ରାହୁଲଙ୍କ ପୋଷ୍ଟ

ଦିଲ୍ଲୀ ଦଳିତ ନାବାଳିକା ଦୁଷ୍କର୍ମ ଘଟଣାରେ ପୋଷ୍ଟକୁ ନେଇ ଅଡୁଆରେ ରାହୁଲ । ବିଜେପିର ଅଭିଯୋଗ ପରେ ଟ୍ବିଟର ରାହୁଲଙ୍କ ଏହି ପୋଷ୍ଟକୁ ହଟାଇଛି । ଅଧିକ ପଢନ୍ତୁ...

Delhi Dalit Girl Death : ରାହୁଲଙ୍କ ପୋଷ୍ଟକୁ ହଟାଇଲା ଟ୍ବିଟର

author img

By

Published : Aug 7, 2021, 4:56 PM IST

ନୂଆଦିଲ୍ଲୀ: ରାଜଧାନୀର ନାଙ୍ଗଲ ଗାଁରେ ୯ ବର୍ଷ ଦଳିତ ନାବାଳିକା ଦୁଷ୍କର୍ମ ମାମଲାକୁ ନେଇ ରାଜନୀତି ସରଗରମ ହୋଇଛି । ତେବେ ଏହି ଘଟଣାକୁ ନେଇ ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ଏକ ପୋଷ୍ଟ କରିଥିଲେ । ଏହି ପୋଷ୍ଟକୁ ନେଇ ବିବାଦ ଘନେଇବା ପରେ ଟ୍ବିଟର ଏହାକୁ ହଟାଇଥିବା ଜଣାପଡିଛି ।

Delhi Dalit Girl Death : ରାହୁଲଙ୍କ ପୋଷ୍ଟକୁ ହଟାଇଲା ଟ୍ବିଟର
Delhi Dalit Girl Death : ରାହୁଲଙ୍କ ପୋଷ୍ଟକୁ ହଟାଇଲା ଟ୍ବିଟର

ରାହୁଲଙ୍କ ଏହି ପୋଷ୍ଟରେ ପୀଡିତାଙ୍କ ପରିବାରର ପରିଚୟ ଜଣାପଡୁଥିଲା । କାରଣ ପୀଡିତାଙ୍କ ପରିବାର ସହିତ ଆଲୋଚନା ସମୟର ଫଟୋକୁ ରାହୁଲ ପୋଷ୍ଟ କରିଥିଲେ । ଘଟଣାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରୁଥିବାବେଳେ ରାହୁଲ ନିଜେ ଫସିଯାଇଛନ୍ତି । ଏହି ଟ୍ବିଟରେ ରାହୁଲ ଲେଖିଥିଲେ ଯେ ପୀଡିତାଙ୍କ ପିତାମାତାଙ୍କ ଆଖିର ଲୁହ କେବଳ ନ୍ୟାୟ ମାଗୁଛି । ନ୍ୟାୟ ଦେବା ରାସ୍ତାରେ ସେ ପୀଡିତାଙ୍କ ପରିବାର ସହିତ ଅଛନ୍ତି ବୋଲି ପୋଷ୍ଟରେ ଲେଖିଥିଲେ । ଏହି ଫଟୋରେ ପୀଡିତାଙ୍କ ମାତାପିତାଙ୍କ ମୁହଁ ଦେଖାଯାଉଥିଲା । ଏହି ଘଟଣାକୁ ନେଇ କେନ୍ଦ୍ର ସରକାରଙ୍କୁ ରାହୁଲ ଟାର୍ଗେଟ କରିଥିବାବେଳେ ବିଜେପି ପୋଷ୍ଟକୁ ନେଇ ତାଙ୍କୁ ପାଲଟା ଘେରିଥିଲା ।

ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ଏହି ପୋଷ୍ଟକୁ ନେଇ ରାହୁଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ରାଷ୍ଟ୍ରୀୟ ବାଲ ଅଧିକାର ସଂରକ୍ଷଣ ଆୟୋଗ(NCPCR) ଟ୍ବିଟର ନିକଟରେ ଅଭିଯୋଗ କରିଥିଲା । ରାହୁଲଙ୍କ ପୋଷ୍ଟ ୨୦୧୫ କିଶୋର ନ୍ୟାୟ ଆଇନ ଧାରା ୭୪ ଓ ଶିଶୁ ଯୌନ ଅପରାଧ ପ୍ରତିରୋଧ ନିୟମ ୨୩ର ଉଲ୍ଲଘଂନ ଥିଲା । ଏହାପରେ ଟ୍ବିଟର ରାହୁଲଙ୍କ ପୋଷ୍ଟକୁ ହଟାଇଥିବା ଜଣାପଡିଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.