ETV Bharat / bharat

Cyclone: ବାଂଲାଦେଶ ଅତିକ୍ରମ କଲା ବାତ୍ୟା ହାମୁନ - ବାତ୍ୟା ହାମୁନ ଲ୍ୟାଣ୍ଡଫଲ

ବାଂଲାଦେଶର ଦକ୍ଷିଣ ଚିଟ୍ଟାଗଙ୍ଗରେ ଲ୍ୟାଣ୍ଡଫଲ କରିଛି ବାତ୍ୟା ହାମୁନ । 6 ଘଣ୍ଟାରେ ଗଭୀର ଅବପାତ ଓ ପରେ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ଅଧିକ ପଢନ୍ତୁ

ବାଂଲାଦେଶ ଅତିକ୍ରମ କଲା ବାତ୍ୟା ହାମୁନ
Cyclone Hamoon makes landfall in Bangladesh
author img

By ETV Bharat Odisha Team

Published : Oct 25, 2023, 8:00 AM IST

ନୂଆଦିଲ୍ଲୀ : ବାଂଲାଦେଶରେ ମାଡ ହେଲା ବାତ୍ୟା ହାମୁନ । ବାଂଲାଦେଶ ଉପୂକଳ ଅତିକ୍ରମ କରିଛି ହାମୁନ । ଦକ୍ଷିଣ ଚିଟ୍ଟାଗଙ୍ଗରେ ମାଡ ହୋଇଛି ବାତ୍ୟା । ଦୁର୍ବଳ ହୋଇ ବାତ୍ୟା ରୂପରେ ବାଂଲାଦେଶ ଉପକୂଳ ଅତିକ୍ରମ କରିଛି । 6 ଘଣ୍ଟାରେ ଗଭୀର ଅବପାତ ଓ ପରେ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ବାତ୍ୟା ବାଂଲାଦେଶ ଉପକୂଳ ଅତିକ୍ରମ କରିବା ସମୟରେ ପବନର ବେଗ 80 ରୁ 90କିମି ଥିଲା । ସର୍ବାଧିକ ପବନର ବେଗ 95 କିମି ରହିଥିଲା ।

  • The Severe Cyclonic Storm “Hamoon” over Northeast Bay of Bengal lay centered at 2330 hours IST of 24th October about 420 km east-southeast of Digha (West Bengal), 150 km east-southeast of Khepupara (Bangladesh) and 80 km south-southwest of Chittagong (Bangladesh).

    — India Meteorological Department (@Indiametdept) October 24, 2023 " class="align-text-top noRightClick twitterSection" data=" ">

ପାଣିପାଗ ବିଭାଗ ସୂଚନା ଅନୁସାରେ ବାତ୍ୟା ହାମୁନ ଗଭୀର ଅବପାତ ହୋଇ ବାଂଲାଦେଶ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଥିଲା । ଧୀରେଧୀରେ ଘନୀଭୂତ ହେଉଥିଲା ବାତ୍ୟା ହାମୁନ । ଅତି ଭୀଷଣ ବାତ୍ୟାର ରୂପ ନେଇ ବାଂଲାଦେଶ ଉପକୂଳରେ ଖେପୁପଡ଼ା ଓ ଚିଟାଗଙ୍ଗ୍‌ ମଧ୍ୟରେ ସ୍ଥଳଭାଗ ଛୁଇଁବା ନେଇ ପୂର୍ବାନୁମାନ କରାଯାଥିଲା । ତାହା ହିଁ ହୋଇଛି ଚିଟାଗଙ୍ଗରେ ଲ୍ୟାଣ୍ଡଫଲ କରିଛି ବାତ୍ୟା । ଏହା ପରେ ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହେବ ହାମୁନ । ଆଜି ସକାଳୁ ସାକାଳୁ ଲ୍ୟାଣ୍ଡଫଳ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏହା ପ୍ରଭାବରେ ମଣିପୁର, ମିଜୋରାମ, ତ୍ରିପୁରା, ଦକ୍ଷିଣ ଆସାମ ଓ ମେଘାଳୟରେ ବର୍ଷା ସମ୍ଭାବନା ନେଇ ପାଣିପାଗ ବିଭାଗ ପକ୍ଷରୁ ସର୍ତକ କରାଯାଇଛି । ଆଜି ଓ ଆସନ୍ତାକାଲି ନାଗାଲାଣ୍ଡ, ମଣିପୁର ଓ ପୂର୍ବ ଅରୁଣାଚଳ ପ୍ରଦେଶରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି ।

ଏହା ବି ପଢନ୍ତୁ...Cyclone Hamoon: SRCଙ୍କ ବାତ୍ୟା ସତର୍କତା ! ସମ୍ଭାବ୍ୟ ବାତ୍ୟା ନେଇ ସବୁ ଜିଲ୍ଲାପାଳଙ୍କୁ ସତର୍କ ସୂଚନା

ଏହା ବି ପଢନ୍ତୁ...Cyclone Alert: ଭୀଷଣ ବାତ୍ୟାର ରୂପ ନେଲା ହାମୁନ, କାଲି ଲାଣ୍ଡଫଲ ସମ୍ଭାବନା

ଓଡିଶା ଉପରେ କିଛି ପ୍ରଭାବ ପଡି ନଥିଲେ ସୁଦ୍ଧା ବାତ୍ୟା ଆଶିଂକ ପ୍ରଭାବରେ ଉପକୂଳ ଓଡିଶା ସମେତ କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ସମୁଦ୍ର ଅଶାନ୍ତ ରହିଛି ତେଣୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି । ଅକ୍ଟୋବର ଆସିଲେ 1999 ମହାବାତ୍ୟା କଥା ମନେ ପଡ଼ିଯାଏ । ଅକ୍ଟୋବର ଆସିଲେ ବାତ୍ୟାକୁ ନେଇ ଲୋକଙ୍କ ମନରେ ଛନକା ପଶିଯାଏ । ବାତ୍ୟା ହାମୁନର ପ୍ରଭାବ ଓଡିଶାରେ ନଥିଲେ ମଧ୍ୟ ରାଜ୍ୟ ସରକାର ସଜାଗ ରହିଥିଲେ । ସମ୍ଭାବ୍ୟ ବାତ୍ୟା ନେଇ ସବୁ ଜିଲ୍ଲାପାଳଙ୍କୁ ସତର୍କ ସୂଚନା ଦିଆଯାଇଥିଲା । ସ୍ବତନ୍ତ୍ର ରିଲିଫ୍‌ କମିଶନର ସତ୍ୟବ୍ରତ ସାହୁ । ସବୁ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଥିଲେ । ଏହା ସହିତ ସବୁ ବିଭାଗୀୟ ମୁଖ୍ୟ, ଅଗ୍ନିଶମ ବାହିନୀ, ଏନ୍‌ଡିଆର୍‌ଏଫ୍, ଓଡ୍ରାଫ୍‌ ନିର୍ଦ୍ଦେଶଙ୍କୁ ସତର୍କ ରହିବା ପାଇଁ ଚିଠି ହୋଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.