ETV Bharat / bharat

Bengal bypoll: ଭବାନୀପୁର ହଟସିଟ ଉପରେ ନଜର, ପଦ ବଞ୍ଚାଇବେ କି ଦିଦି ? - bypolls

ଆଜି ଭବାନୀପୁର ଉପନିର୍ବାଚନର ଫଳ ବାହାରିବ । ସାରା ଦେଶର ନଜର ଏବେ ପଶ୍ଚିମବଙ୍ଗର ଭବାନୀପୁର ଆସନ ଉପରେ । ଅଧିକ ପଢନ୍ତୁ...

Bhabanipur bypolls: ଆଜି ଆସିବ ଫଳ
Bhabanipur bypolls: ଆଜି ଆସିବ ଫଳ
author img

By

Published : Oct 3, 2021, 8:43 AM IST

କୋଲକାତା: ଉପନିର୍ବାଚନର ହଟ୍ ସିଟ ଭବାନୀପୁର ଉପରେ ଏବେ ସାରା ଦେଶର ନଜର । ସାରା ଦେଶର ନଜର ଏବେ ପଶ୍ଚିମବଙ୍ଗର ଭବାନୀପୁର ଆସନ ଉପରେ, କାରଣ ଏଠାରେ ଉପନିର୍ବାଚନ ଲଢିଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଆଜି ଭବାନୀପୁର ଉପନିର୍ବାଚନର ଫଳ ବାହାରିବ ।

ନିର୍ବାଚନ ଆୟୋଗ ଅନୁଯାୟୀ, ତିନୋଟି ନିର୍ବାଚନମଣ୍ଡଳୀରେ ମୋଟ 6,97,164 ଜଣ ଚୟନକର୍ତ୍ତା ଅଛନ୍ତି । ଭବାନୀପୁରରେ ସମୁଦାୟ ଭୋଟରଙ୍କ ସଂଖ୍ୟା 20,64,56 ସେଥିମଧ୍ୟରୁ 1,11,243 ପୁରୁଷ ଏବଂ 95, 209 ମହିଳା | ଭବନପୁରରେ 287ଟି ବୁଥ କରାଯାଇଥିଲା, ଯେଉଁଥିରୁ ମୁଖ୍ୟ ବୁଥ ସଂଖ୍ୟା 269 ଥିଲା ।

ସେପ୍ଟେମ୍ବର ୩୦ରେ ପଶ୍ଚିମବଙ୍ଗରେ ମତଦାନ ପ୍ରକ୍ରିୟା ଶେଷ ହୋଇଛି ।ଭବାନୀପୁର ସମେତ ଜିଲ୍ଲାର ସମଶେରଗଞ୍ଜ, ଜଙ୍ଗୀପୁର ବିଧାନସଭା ଆସନରେ ମଧ୍ୟ ମତଦାନ ହୋଇଥିଲା । ଭବାନୀପୁର ଆସନ ଉପରେ ରହିଛି ସାରା ଦେଶର ନଜର । କାରଣ ଏହି ଲଢେଇ ମୁଖ୍ୟମନ୍ତ୍ରୀ ମମତାଙ୍କ ସମ୍ମାନର ଲଢେଇ । ଯଦି ଦିଦିଙ୍କ ହାତରୁ ନନ୍ଦିଗ୍ରାମ ପରି ଭବାନୀପୁର ଖସିଯାଏ ତେବେ ଦିଦିଙ୍କୁ ହରାଇବାକୁ ପଡିବ ମୁଖ୍ୟମନ୍ତ୍ରୀ ପଦ । ତେଣୁ ଏହି ଉପନିର୍ବାଚନ ମମତାଙ୍କ ପାଇଁ ବିଶେଷ ଗୁରୁତ୍ବ ରହିଛି ।

ସେପଟେ ମୁଖ୍ୟମନ୍ତ୍ରୀ ମମତାଙ୍କୁ ଟକ୍କର ଦେଇଛନ୍ତି ବିଜେପିର ପ୍ରିୟଙ୍କା ଟିବ୍ରେୱାଲ । ପୂର୍ବ ନିର୍ବାଚନରେ ପଶ୍ଚିମବଙ୍ଗରେ ହିଂସା, ମହିଳାଙ୍କୁ ନିର୍ଯାତନା ଆଦିର ବିନାଶ ପାଇଁ ନିର୍ବାଚନକୁ ଓହ୍ଲାଇଥିବା କହିଛନ୍ତି ପ୍ରିୟଙ୍କା । ରାଜ୍ୟରେ ଶାନ୍ତି ପାଇଁ କାମ କରିବାର ପ୍ରତିଶ୍ରୁତି ଦେଇ ଭୋଟରଙ୍କୁ ମନାଇଛନ୍ତି ସେ । ଭବାନୀପୁର ସିଟ୍‌ର ସମୁଦାୟ ୨୬୯ ବୁଥ୍‌କୁ ସମ୍ବେଦନଶୀଳ ଘୋଷଣା କରାଯାଇଛି । ତେବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୨୦୧୧ ଓ ୨୦୧୬ ମସିହାରେ ଭବାନୀପୁରରୁ ନିର୍ବାଚିତ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.