ETV Bharat / bharat

Hindenburg Report: ଧରାଶାୟୀ ଆଦାନୀ ଗ୍ରୁପ ! SEBI, RBI ତଦନ୍ତ ଦାବି କଲା କଂଗ୍ରେସ

author img

By

Published : Jan 27, 2023, 6:16 PM IST

Updated : Jan 27, 2023, 6:38 PM IST

ଆଦାନୀ ଗ୍ରୁପ ବିରୁଦ୍ଧରେ ହିଣ୍ଡନ ରିପୋର୍ଟରେ ଆର୍ଥିକ ଅନିୟମିତା ଅଭିଯୋଗ । ଏହି ଘଟଣାରେ ସେବି ଓ ଆରବିଆଇ ତଦନ୍ତ ଦାବି କଲା କଂଗ୍ରେସ । ଅଧିକ ପଢନ୍ତୁ

ହିଣ୍ଡନବର୍ଗ ରିପୋର୍ଟର ସେବି ଓ ଆରବିଆଇ ତନଦ୍ତ ଦାବି କଲା କଂଗ୍ରେସ

ନୂଆଦିଲ୍ଲୀ: ଆମେରିକାର ଇନଭେଷ୍ଟମେଣ୍ଟ ରିସର୍ଚ୍ଚ ଫାର୍ମ ହିଣ୍ଡନବର୍ଗର ରିପୋର୍ଟକୁ ନେଇ ସେୟାର ମାର୍କେଟରେ ହଇଚଇ । ଗୋଟିଏ ରିପୋର୍ଟ ଏବେ ପୁରା ଆଦାନୀ ଗ୍ରୁପ ଦୋହଲାଇ ଦେଇଛି । ହିଣ୍ଡନବର୍ଗ ନିଜ ରିପୋର୍ଟରେ ଆଦାନୀ ଗ୍ରୁପ ବିରୁଦ୍ଧରେ କର୍ପୋରେଟ ଜଗତର ସବୁଠୁ ବଡ ଠକେଇ ଅଭିଯୋଗ କରିଛି । ଏହି ଗ୍ରୁପ ନାଁରେ ସେୟାର ମ୍ୟାନିପୁଲେସନ ଓ ଆକାଉଣ୍ଟିଂ ଫ୍ରଡ ଭଳି ସାଂଘାତିକ ଅଭିଯୋଗ ହୋଇଛି । ଆଦାନୀ ଗ୍ରୁପର ୭ଟି ପ୍ରମୁଖ କମ୍ପାନୀର ସେୟାର ଉଚିତ୍ ଭ୍ୟାଲୁଏନସନର ୮୫ ପ୍ରତିଶତ ଅଧିକ ଦାମରେ ବିକ୍ରି ହେଉଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଏହି ରିପୋର୍ଟ ସାମ୍ନାକୁ ଆସିବା ପରେ ଆଦାନୀ ଗ୍ରୁପ ସେୟାର ମୂଲ୍ୟରେ ବଡ ହ୍ରାସ ଆସିଥିବାବେଳେ ଏବେ ଏହାକୁ ନେଇ ରାଜନୀତି ମଧ୍ୟ ଆରମ୍ଭ ହୋଇଯାଇଛି । ଆଦାନୀ ଗ୍ରୁପ ବିରୁଦ୍ଧରେ ହୋଇଥିବା ଆର୍ଥିକ ଅନିୟମତିତା ଅଭିଯୋଗର ସେବି ଓ ଆରବିଆଇ ତଦନ୍ତ ଦାବି କରିଛି କଂଗ୍ରେସ ।

କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ କହିଛନ୍ତି, ''ସାଧାରଣତଃ ରାଜନୈତିକ ଦଳଗୁଡିକ କୌଣସି ବ୍ୟକ୍ତିଗତ କମ୍ପାନୀ ବା ବ୍ୟବସାୟୀଙ୍କ ବିରୁଦ୍ଧରେ ପ୍ରକାଶିତ ରିସର୍ଚ୍ଚ ରିପୋର୍ଟ ଉପରେ ପ୍ରତିକ୍ରିୟା ଦିଏନାହିଁ । ହେଲେ ହିଣ୍ଡନବର୍ଗ ରିପୋର୍ଟରେ କଂଗ୍ରେସର ପ୍ରତିକ୍ରିୟା ଜରୁରୀ । କାରଣ ଆଦାନୀ ଗ୍ରୁପର ମାଲିକ ଗୌତମ ଆଦାନୀ ଓ ମୋଦି ସରକାର ମଧ୍ୟରେ ଘନିଷ୍ଠ ସମ୍ପର୍କ ରହିଛି । ଏଥିପାଇଁ ଆଦାନୀ ଗ୍ରୁପ ବିରୁଦ୍ଧରେ ହୋଇଥିବା ଅନିୟମିତତା ଅଭିଯୋଗର ସେବି ଓ ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ବାରା ତଦନ୍ତ କରାଯିବା ଆବଶ୍ୟକ । ଯେହେତୁ ଭାରତର ଅର୍ଥନୈତିକ ବ୍ୟବସ୍ଥାର ସୁରକ୍ଷା ଓ ସ୍ଥିରତା ଆରବିଆଇ ଓ ସେବିର ଦାୟିତ୍ବ, ସେହି ଦୃଷ୍ଟିରୁ ଦୁଇ ସଂସ୍ଥା ଏହାର ଯାଞ୍ଚ କରିବା ଜରୁରୀ । ସେହିପରି ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଆଦାନୀ ଗ୍ରୁପର ମଧୁର ସମ୍ପର୍କ ଥିବାରୁ କମ୍ପାନୀକୁ ଏହାର ଫାଇଦା ମିଳିଥିବା କଂଗ୍ରେସ ନେତା ଅଭିଯୋଗ କରିଛନ୍ତି ।

ଅନ୍ୟପଟେ ହିଣ୍ଡନବର୍ଗ ରିପୋର୍ଟ ଆଦାନୀ ଗ୍ରୁପକୁ ପୁରା ଦୋହଲାଇ ଦେଇଛି । ରିପୋର୍ଟରେ ଆର୍ଥିକ ଅନିୟମିତତା ଅଭିଯୋଗ କାରଣରୁ ଏହି ଗ୍ରୁପର ସେୟାର ମୂଲ୍ୟ ହ୍ରାସ ପାଇବାରେ ଲାଗିଛି । ଆଜି(ଶୁକ୍ରବାର) ଅପରାହ୍ନ ସୁଦ୍ଧା ଆଦାନୀ ଗ୍ରୁପର କମ୍ପାନୀ ଷ୍ଟକ ମାର୍କେଟରେ ପ୍ରାୟ ୩.୪ ଲକ୍ଷ କୋଟି ଟଙ୍କା ହରାଇଛି । ଆଜି ଏହାର ସେୟାର ମୂଲ୍ୟରେ ପାଖାପାଖି ୨୦ ପ୍ରତିଶତ ହ୍ରାସ ଆସିଥିବାବେଳେ ଗୌତମ ଆଦାନୀଙ୍କ ମୋଟ ସମ୍ପତ୍ତି ପରିମାଣ ମଧ୍ୟ ହ୍ରାସ ପାଇଛି । ଯାହାଫଳରେ ବିଶ୍ବର ସବୁଠୁ ଧନୀ ତାଲିକାରେ ଚତୁର୍ଥ ସ୍ଥାନରେ ଥିବା ଭାରତୀୟ ଶିଳ୍ପପତି ଗୌତମ ଆଦାନୀ ଏବେ ସପ୍ତମ ସ୍ଥାନକୁ ଖସି ଆସିଛନ୍ତି ।

ଫୋର୍ବସ୍ ରିଏଲ ଟାଇମ ବିଲିନିୟର୍ସ ଇଣ୍ଡେକ୍ସ ଅନୁସାରେ, ଗୌତମ ଆଦାନୀ ଏବେ ବିଶ୍ବର ଶ୍ରେଷ୍ଠ ସପ୍ତମ ଧନୀ ଅଛନ୍ତି । ଫ୍ରାନ୍ସର ଲୁଇ ଭୁଟନ ବ୍ରାଣ୍ଡର ମାଲିକ ବର୍ନାର୍ଡ ଆର୍ନଲ୍ଟ ଏକ ନମ୍ବର ସ୍ଥାନରେ ଥିବାବେଳେ ଦ୍ବିତୀୟରେ ଏଲନ ମସ୍କ, ତୃତୀୟ ସ୍ଥାନରେ ଆମାଜନ ପ୍ରତିଷ୍ଠାତା ଜେଫ୍ ବୋଜେସ ରହିଛନ୍ତି ।

Last Updated : Jan 27, 2023, 6:38 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.