କୋଲକାତା: ଉପନିର୍ବାଚନ ପାଇଁ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିସନ । ଆସନ୍ତା ୩୦ ତାରିଖରେ ପଶ୍ଚିମବଙ୍ଗରେ ଅନୁଷ୍ଠିତ ହେବ ଉପନିର୍ବାଚନ। ବର୍ତ୍ତମାନ ପଶ୍ଚିମବଙ୍ଗ ରାଜନୈତିକ ଉଷ୍ଣତା ବୃଦ୍ଧି ପାଇବାରେ ଲାଗିଛି। ଚଳିତ ବିଧାନସଭା ନିର୍ବାଚନରେ ନନ୍ଦିଗ୍ରାମରୁ ଲଢି ପରାଜିତ ହୋଇଥିବା ସିଏମ ମମତା ବାନାର୍ଜୀ ନିଜ ଆସନ ଭବାନୀପୁରରେ ଲଢିବାକୁ ଯାଉଛନ୍ତି ଉପନିର୍ବାଚନ ।
ନିଜ ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିବା ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭବାନୀପୁର ଆସନରୁ ଉପନିର୍ବାଚନ ଲଢିବେ। ଭବାନୀପୁର ବିଧାନସଭା ଆସନରୁ ନିର୍ବାଚିତ ହୋଇଥିବା ବିଧାୟକ ଶୋଭନଦେବ ଚଟ୍ଟୋପାଧ୍ୟୟ ଇସ୍ତଫା ଦେଇଛନ୍ତି । ଆସନ୍ତା ୧୦ ତାରିଖ ଦିନ ମମତା ବାନାର୍ଜୀ ନାମାଙ୍କନ ପତ୍ର ଦାଖଲ କରିବେ। ନାମାଙ୍କନ ଦାଖଲ ପାଇଁ ସିଏମ ମମତା ବାନାର୍ଜୀଙ୍କୁ ନେଇ ଭବାନୀପୁରେ ଜୋରସୋର କାର୍ଯ୍ୟକ୍ରମ କରୁଛନ୍ତି ତୃଣମୂଳ କଂଗ୍ରେସ । ସେହପରି ଇସ୍ତଫା ଦେଇଥିବା ଶୋଭନଦେବ ଚଟ୍ଟୋପାଧ୍ୟୟ ମଧ୍ୟ ଖୋରଦା ଆସନରୁ ଉପନିର୍ବାଚନ ଲଢିବେ। ପଶ୍ଚିମବଙ୍ଗରେ ମୋଟ ୩ ଟି ଆସନରେ ଅନୁଷ୍ଠିତ ହେବ ଉପନିର୍ବାଚନ।
ସୂଚନାଥାଉକି ଚଳିତ ବିଧାନସଭା ନିର୍ବାଚନରେ ବିଜେପିର ଖୋଲାଖୋଲି ଚ୍ୟାଲେଞ୍ଜକୁ ସ୍ବୀକାର କରି ସିଏମ ମମତା ବାନାର୍ଜୀ ନିଜର ପାରମ୍ପରିକ ଭବାନୀପୁର ଆସନ ଛାଡି ବହୁ ଚର୍ଚ୍ଚିତ ନନ୍ଦୀଗ୍ରାମର ଆସନରେ ପ୍ରତିଦ୍ବନ୍ଦିତା କରିଥିଲେ । ଏଠାରେ ନିଜର ଘନିଷ୍ଠ ସହଯୋଗୀ ଶୁଭେନ୍ଦୁ ଅଧିକାରୀ ବିଜେପି ପ୍ରାର୍ଥୀ ହୋଇଥିଲେ । ଶୁଭେନ୍ଦୁ ଅଧିକାରୀଙ୍କ ନିକଟରୁ ପରାଜିତ ହୋଇଥିଲେ ସିଏମ ମମତା ବାନାର୍ଜୀ। ତେବେ ବର୍ତ୍ତମାନ ମମତା ବାନାର୍ଜୀ ନିଜର ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିବା ପାଇଁ ନିର୍ବାଚନ ଲଢିବା ବାଧ୍ୟତାମୂଳକ ହୋଇଛି । ତେବେ ଦେଖିବାତୁ ବାକି ରହିଲା ଭବାନୀପୁରରେ ଦିଦିଙ୍କୁ ବିଜେପି କି ଭଳି ଟକ୍କର ଦେଉଛନ୍ତି ତା ଉପରେ ରହିଛି ନଜର।
@ANI