ETV Bharat / bharat

ପୁଣି କେଜ୍ରିଓ୍ବାଲଙ୍କ ନିଶାଣା, କହିଲେ ଏକବିଂଶ ଶତାବ୍ଦୀରେ ପ୍ରଧାନମନ୍ତ୍ରୀ ଶିକ୍ଷିତ ହେବା ଜରୁରୀ - ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ

ପ୍ରଧାନମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା ଉପରେ ପୁଣି ନିଶାଣା ସାଧିଛନ୍ତି ଆପ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲଙ୍କ । କହିଲେ ଏକବିଂଶ ଶତାବ୍ଦୀରେ ପ୍ରଧାନମନ୍ତ୍ରୀ ଶିକ୍ଷିତ ହେବା ନିହାତି ଜରୁରୀ । ସେ ଅଧିକ ପଢନ୍ତୁ

ପ୍ରଧାନମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା ପ୍ରସଙ୍ଗ

author img

By

Published : Apr 1, 2023, 10:05 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶିକ୍ଷାଗତ ଯୋଗ୍ୟତା ଉପରେ ପୁଣି ପ୍ରଶ୍ନ ଉଠାଇଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଆଜି ଏହି ପ୍ରସଙ୍ଗରେ ଏକ ପ୍ରେସମିଟ କରି କେଜ୍ରିଓ୍ବାଲ ଗୁଜୁରାଟ ଉଚ୍ଚ ନ୍ୟାୟାଳାୟ ପ୍ରଦାନ କରିଥିବା ରାୟକୁ ନେଇ ତୀବ୍ର ଆପତ୍ତି ଉଠାଇଛନ୍ତି । ସେ କହିଛନ୍ତି ଯେ ଏକବିଂଶ ଶତାବ୍ଦୀର ପ୍ରଧାନମନ୍ତ୍ରୀ ଶିକ୍ଷିତ ହେବା ଉଚିତ କି ନୁହେଁ, ଦେଶ ତାହା ଜାଣିବାକୁ ଚାହୁଁଛି । କୋର୍ଟଙ୍କ ଏପରି ରାୟ ଦେଶକୁ ସ୍ତବ୍ଧ କରିଦେବା ପରି ।

ଏହା ବି ପଢ଼ନ୍ତୁ ଜେଲରୁ ବାହାରି ବର୍ଷିଲେ ସିଦ୍ଧୁ, କହିଲେ କ୍ରାନ୍ତିର ନାମ ରାହୁଲ ଗାନ୍ଧୀ

ପ୍ରଧାନମନ୍ତ୍ରୀଙ୍କ ଯୋଗ୍ୟତା ସମ୍ପର୍କରେ ସୂଚନା ନେଇପାରିବେ ନାହିଁ ବୋଲି ଗୁଜୁରାଟ ହାଇକୋର୍ଟ କହିଥିଲେ । ଯାହାକୁ ସମାଲୋଚନା କରି କେଜ୍ରିଓ୍ବାଲ କହିଛନ୍ତି, ଆମେ ଏକ ଗଣତନ୍ତ୍ର ରାଷ୍ଟ୍ରରେ ବାସ କରୁଛୁ ଏବଂ ଗଣତନ୍ତ୍ରରେ ପ୍ରଶ୍ନ ପଚାରିବା ଏବଂ ସୂଚନା ମାଗିବା ସ୍ୱାଧୀନତା ରହିବା ଉଚିତ୍ । ଏହା କୌଣସି ନକରାତ୍ମକ ଅଭ୍ୟାସ ମଧ୍ୟ ନୁହେଁ ।

ଅଳ୍ପ ଶିକ୍ଷିତ ହେବା କୌଣସି ଅପରାଧ ନୁହେଁ, ଅଶିକ୍ଷିତ ହେବା ମଧ୍ୟ ଅପରାଧ ନୁହେଁ । କୌଣସି ପାପ ନାହିଁ । ଆମ ଦେଶରେ ଏତେ ଦାରିଦ୍ର୍ୟ ଅଛି ଯେ ଅନେକ ଲୋକ ସେମାନଙ୍କ ପରିସ୍ଥିତି ଯୋଗୁଁ ଅଧ୍ୟୟନ କରିବାକୁ ଅସମର୍ଥ । ଦେଶ ସ୍ୱାଧୀନ ହେବାର 75 ବର୍ଷ ବିତିଗଲାଣି । ଏହି ସମୟ ମଧ୍ୟରେ ଦେଶ ଯେତିକି ଅଗ୍ରଗତି କରିବା କଥା ସେତିକି ଅଗ୍ରଗତି କରିପାରି ନାହିଁ । ଏକବିଂଶ ଶତାବ୍ଦୀର ଯୁବପିଢି ପ୍ରଗତି ଚାହୁଁଛନ୍ତି । ସେ ନିଯୁକ୍ତି ପାଇବାକୁ ଚାହୁଁଛନ୍ତି, ମୁଦ୍ରାସ୍ଫିତିରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି । ଏଭଳି ପରିସ୍ଥିତିରେ ଦେଶର ପ୍ରଧାନମନ୍ତ୍ରୀ ଶିକ୍ଷିତ ହେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ସେହିପରି ସେ ପ୍ରଧାନମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା ଓ ତାଙ୍କ ନେତୃତ୍ବାଧୀନ ସରକାର ଦ୍ବାରା ଗ୍ରହଣ କରାଯାଇଥିବା କିଛି ଚର୍ଚ୍ଚିତ ନିଷ୍ପତ୍ତିକୁ ନେଇ ମଧ୍ୟ କଠୋର ସାମାଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ ଶିକ୍ଷିତ ହୋଇଥିଲେ ଜିଏସଟି ଆହୁରି ଭଲ ଭାବେ କାର୍ଯ୍ୟକାରୀ ହୋଇପାରିଥାନ୍ତା । ସେହିପରି ସେ ନୋଟବନ୍ଦୀ ବା ବିମୁଦ୍ରାକରଣ ମଧ୍ୟ ସଠିକ ନିଷ୍ପତ୍ତି ନଥିଲା । ଏହା ଫଳରେ ଦେଶର କ୍ଷତି ହୋଇଛି । ଦେଶର ଆର୍ଥନୀତି ପ୍ରାୟ 10 ବର୍ଷ ପଛକୁ ଚାଲିଯାଇଛି ବୋଲି କେଜ୍ରିଓ୍ବାଲ କହିଛନ୍ତି । ତେବେ ପ୍ରତ୍ୟେକ ଭାରତୀୟଙ୍କର ପ୍ରଧାନମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା ସମ୍ପର୍କରେ ଜାଣିବା ପାଇଁ ଅଧିକାର ରହିବା ମଧ୍ୟଉ ଚିତ ବୋଲି କେଜ୍ରିଓ୍ବାଲ କହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.