ETV Bharat / bharat

ସପତ୍ନୀକ ସୁନ୍ଦରାକାଣ୍ଡ ପାଠ କଲେ କେଜ୍ରିଓ୍ବାଲ

author img

By ETV Bharat Odisha Team

Published : Jan 16, 2024, 5:34 PM IST

CM Arvind Kejriwal attends Sunderkand Path: ଦିଲ୍ଲୀରେ ଆରମ୍ଭ ହେଲା ସୁନ୍ଦରାକାଣ୍ଡ ପାଠ କାର୍ଯ୍ୟକ୍ରମ । ରୋହିଣୀରେ ପତ୍ନୀଙ୍କ ସହ ସୁନ୍ଦରାକାଣ୍ଡ ପାଠ କଲେ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ । ଅଧିକ ପଢନ୍ତୁ

ସପତ୍ନୀକ ସୁନ୍ଦରାକାଣ୍ଡ ପାଠ କଲେ କେଜ୍ରିଓ୍ବାଲ
ସପତ୍ନୀକ ସୁନ୍ଦରାକାଣ୍ଡ ପାଠ କଲେ କେଜ୍ରିଓ୍ବାଲ

ନୂଆଦିଲ୍ଲୀ: ହନୁମାନ ଭକ୍ତିରେ ବୁଡ଼ିଲା ଆମ ଆଦମୀ ପାର୍ଟି । ଦିଲ୍ଲୀର ବିଭିନ୍ନ ସ୍ଥାନରେ ଆଜି ସୁନ୍ଦରାକାଣ୍ଡ ପାଠ କାର୍ଯ୍ୟକ୍ରମ କରାଯାଉଛି । ଦିଲ୍ଲୀର ରୋହିଣୀ ସେକ୍ଟର-11 ରେ ଆୟୋଜିତ କର୍ଯ୍ୟକ୍ରମରେ ସପତ୍ନୀକ ସୁନ୍ଦରାକାଣ୍ଡ ପାଠ କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ମୁଖ୍ଯ ଅରବିନ୍ଦ କେଜ୍ରିଓ୍ବାଲ । ଶ୍ରୀବାଲାଜୀ ମନ୍ଦିରରେ ଆୟୋଜିତ ସୁନ୍ଦରାକାଣ୍ଡ ପାଠ କାର୍ଯ୍ୟକ୍ରମରେ ସେ ପତ୍ନୀ ସୁନିତା କେଜ୍ରିଓ୍ବାଲଙ୍କ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଅନ୍ୟ ଶ୍ରଦ୍ଧାଳୁଙ୍କ ସହ ବସି କେଜ୍ରିଓ୍ବାଲ ଦମ୍ପତି ସିନ୍ଦରାକାଣ୍ଡ ପାଠ କରିଥିଲେ ।

ଦିଲ୍ଲୀରେ ପ୍ରତ୍ୟେକ ମଙ୍ଗଳବାରରେ ସୁନ୍ଦରାକାଣ୍ଡ ଓ ହନୁମାନ ଚାଳିସା ପାଠର ଆୟୋଜନ କରାଯିବା ନେଇ ପୂର୍ବରୁ ଆମ ଆମଦୀ ପାର୍ଟି ସରକାର ଘୋଷଣା କରିଥିଲା । ଆଜି ଦିଲ୍ଲୀରେ ପ୍ରଥମ କରି ଏହି କାର୍ଯ୍ୟକ୍ରମର ଆରମ୍ଭ ହୋଇଛି । ଏଥିରେ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ ନିଜେ ମଧ୍ୟ ସାମିଲ ହୋଇଛନ୍ତି । ସହରର ଅନ୍ୟ କିଛି ସ୍ଥାନରେ ମଧ୍ୟ ଅନ୍ୟ ଆପ ନେତାମାନେ ସାମିଲ ହୋଇଥିବା ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ କ୍ୟାବିନେଟ ସହଯୋଗୀ ତଥା ମନ୍ତ୍ରୀ ସୌରଭ ଭରଦ୍ବାଜ ଦିଲ୍ଲୀର ଚିରାଗରେ ଆୟୋଜିତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ସୁନ୍ଦରାକାଣ୍ଡ ଓ ହନୁମାନ ଚାଳିସା ପାଠ କରିଛନ୍ତି ।

ତେବେ ଚଳିତ 22 ତରିଖରେ ଅଯୋଧ୍ୟାରେ ବହୁପ୍ରତୀକ୍ଷିତ ରାମମନ୍ଦିର ପ୍ରତିଷ୍ଠା ହେବାକୁ ଯାଉଥିବା ବେଳେ ଏହାର ପ୍ରଭାବ ସାରା ଦେଶରେ ଅନୁଭୂତ ହେବା ଆରମ୍ଭ କଲାଣି । ବିଜେପି ପକ୍ଷରୁ ଏବେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ବାନକ୍ରମେ ବିଜେପି ସାରା ଦେଶରେ ମନ୍ଦିର ଓ ଆଧ୍ୟାତ୍ମିକ ସ୍ଥଳୀରେ ସଫେଇ ମିଶନ ଜାରି ରଖିଛି । ଏଥିରେ ବହୁ କେନ୍ଦ୍ରମନ୍ତ୍ରୀ, ଦଳୀୟ ସାଂସଦ ଓ ବିଧାୟକମାନେ ଅଂଶଗ୍ରହଣ କରୁଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ, ଖଲିସ୍ତାନୀ ଆତଙ୍କୀ ପନ୍ନୁ କହିଲା ଗଣତନ୍ତ୍ର ଦିବସରେ ଉଡ଼ାଇ ଦେବୁ

କଂଗ୍ରେସ ଓ ତମାମ ବିରୋଧୀ ଦଳ ରାମ ମନ୍ଦିର ପ୍ରସଙ୍ଗକୁ ବିଜେପି ରାଜନୈତିକ ଫଇଦା ପାଇଁ ବ୍ୟବହାର କରିବାକୁ ପ୍ରୟାସ କରୁଥିବା ଅଭିଯୋଗ କରିଛନ୍ତି । ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ଅସମ୍ପୂର୍ଣ୍ଣ ମନ୍ଦିରକୁ ପ୍ରତିଷ୍ଠା କରିବାକୁ ଯାଉଛି ବୋଲି ମଧ୍ୟ ମତ ପ୍ରକାଶ ପାଇଲାଣି । ରାମ ମନ୍ଦିର ପ୍ରସଙ୍ଗରେ ବିଜେପିକୁ କାଉଣ୍ଟର କରିବା ପାଇଁ ଦିଲ୍ଲୀରେ କେଜ୍ରିଓ୍ବାଲ ସରକାର ଏହି ସୁନ୍ଦରାକାଣ୍ଡ ପାଠ କାର୍ଯ୍ୟକ୍ରମ ଆୟୋଜନ କରିଥିବା ପାଲଟା ଅଭିଯୋଗ କରିଛି ବିଜେପି । ଏପରି ସ୍ଥିତିରେ ଚଳିତ ସାଧାରଣ ନିର୍ବାଚନ ପୂର୍ବରୁ ଦେଶରେ ଧାର୍ମିକ ରାଜନୀତି ଜୋର ଧରିବା ପରି ସ୍ଥିତି ପ୍ରାୟତଃ ସ୍ପଷ୍ଟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.