ETV Bharat / bharat

ଏଥର ଶିଖ ତୀର୍ଥଯାତ୍ରୀଙ୍କୁ ଲାହୋର ମନା

ଶେର-ଇ ପଞ୍ଜାବ ମହାରାଜା ରଞ୍ଜିତ ସିଂହଙ୍କ ଶ୍ରାଦ୍ଧବାର୍ଷିକୀ ପାଳନ ପାଇଁ ଏ ବର୍ଷ ପାକିସ୍ତାନ ଗସ୍ତ କରିପାରିବ ନାହିଁ ଶିଖ ତୀର୍ଥଯାତ୍ରୀ । ଅଧିକ ପଢନ୍ତୁ...

author img

By

Published : Jun 17, 2021, 9:31 AM IST

Updated : Jun 17, 2021, 9:41 AM IST

ଶିଖ ତୀର୍ଥଯାତ୍ରୀଙ୍କ ଲାହୋର ମନା
ଶିଖ ତୀର୍ଥଯାତ୍ରୀଙ୍କ ଲାହୋର ମନା

ଅମୃତସର: ଏଥର ଲାହୋର ଯିବେନି ଶିଖ ତୀର୍ଥଯାତ୍ରୀ । ଶେର-ଇ ପଞ୍ଜାବ ମହାରାଜା ରଞ୍ଜିତ ସିଂହଙ୍କ ଶ୍ରାଦ୍ଧବାର୍ଷିକୀ ପାଳନ ପାଇଁ ପ୍ରତିବର୍ଷ ଶିଖ ତୀର୍ଥଯାତ୍ରୀ ଲାହୋରରେ ଶ୍ରୀ ଦେହରା ସାହିବ ଗୁରୁଦ୍ବାର ଯାଇଥାନ୍ତି । ମାତ୍ର ଏ ବର୍ଷ ପାକିସ୍ତାନ ଗସ୍ତ କରିପାରିବ ନାହିଁ ବୋଲି ବୁଧବାର ଦିନ ଶିରୋମଣି ଗୁରୁଦ୍ବାର ପାର୍ବନ୍ଧକ କମିଟି (SGPC) କହିଛନ୍ତି । ଏକ ବିବୃତ୍ତିରେ SGPC କହିଛି ଯେ COVID-19 ମହାମାରୀ କାରଣରୁ ପାକିସ୍ତାନ ସରକାରଙ୍କ ପକ୍ଷରୁ ଯାଥାଙ୍କୁ ବାରଣ କରାଯାଇଛି ।

ପାକିସ୍ତାନ ଶିଖ ଗୁରୁଦ୍ବାର ପ୍ରର୍ବନ୍ଧକ କମିଟିର ସଭାପତି ସାତବନ୍ତ ସିଂଙ୍କ ସହ ଟେଲିଫୋନ ଜରିଆରେ କଥାବାର୍ତ୍ତା ହୋଇଥିଲେ । ସେ ସୂଚନା ଦେଇଛନ୍ତି ଯେ କୋରୋନା ପରିସ୍ଥିତି ଯୋଗୁଁ ଶେର-ଇ-ପଞ୍ଜାବ ମହାରାଜା ରଣଜିତ ସିଂଙ୍କ ଶ୍ରାଦ୍ଧବାର୍ଷିକୀ ପାଳନ କରିବାକୁ ଭାରତୀୟ ଶିଖ୍ ତୀର୍ଥଯାତ୍ରୀଙ୍କ ଲାହୋର ଗସ୍ତ ଉପରେ ରୋକ ଲଗାଯାଇଛି ବୋଲି ସୂଚନା ମିଳିଛି ।

ଚଳିତ ବର୍ଷ ଶିଖ ଯଥା ଜୁନ 21ରେ ପାକିସ୍ତାନ ଅଭିମୁଖେ ବାହାରିଥାନ୍ତେ ଏବଂ ଜୁନ 30ରେ ଭାରତକୁ ଫେରିଥାନ୍ତେ । ଜୁନ 29ରେ ଶେର-ଇ ପଞ୍ଜାବ ମହାରାଜା ରଞ୍ଜିତ ସିଂହଙ୍କ ଶ୍ରାଦ୍ଧବାର୍ଷିକୀ ପାଳନ କରିବାର କାର୍ଯ୍ୟକ୍ରମ ରହିଥିଲା । ଯାତ୍ରା ବିଭାଗରେ ଦାଖଲ କରିଥିବା ସମସ୍ତ ପାସପୋର୍ଟକୁ ଫେରାଇ ନେବାକୁ SGPC ତୀର୍ଥଯାତ୍ରୀଙ୍କୁ ଅନୁରୋଧ କରିଛନ୍ତି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

Last Updated : Jun 17, 2021, 9:41 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.