ETV Bharat / bharat

ଭାରିପଡିଲା ବ୍ରାହ୍ମଣ ବିରୋଧୀ ବୟାନ, ଗିରଫ ହେଲେ ମୁଖ୍ୟମନ୍ତ୍ରୀଙ୍କ ବାପା

author img

By

Published : Sep 7, 2021, 4:51 PM IST

ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ବାପା ନନ୍ଦ କୁମାର ବାଘେଲଙ୍କୁ ଗିରଫ କରିଛି ପୋଲିସ । ବ୍ରାହ୍ମଣ ସମାଜ ବିରୋଧରେ ବିବାଦୀୟ ବୟାନ ଦେବା ନେଇ ନନ୍ଦକୁମାର ବାଘେଲଙ୍କ ନାଁରେ ଦାଏର ହୋଇଥିଲା ଏତଲା । ଅଧିକ ପଢନ୍ତୁ...

ଭାରିପଡିଲା ବ୍ରହ୍ମଣ ବିରୋଧୀ ବୟାନ, ଗିରଫ ହେଲେ ମୁଖ୍ୟମନ୍ତ୍ରୀଙ୍କ ବାପା

ଛତିଶଗଡ: ବ୍ରାହ୍ମଣଙ୍କ ବିରୋଧରେ ବୟାନ ଦେବା ପଡିଲା ଭାରି । ଶେଷରେ ଗିରଫ ହୋଇଛନ୍ତି ମୁଖ୍ୟମନ୍ତ୍ରୀଙ୍କ ବାପା । ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ବାପା ନନ୍ଦ କୁମାର ବାଘେଲଙ୍କୁ ଗିରଫ କରିଛି ପୋଲିସ । ବ୍ରାହ୍ମଣ ସମାଜ ବିରୋଧରେ ବିବାଦୀୟ ବୟାନ ଦେବା ନେଇ ନନ୍ଦକୁମାର ବାଘେଲଙ୍କ ନାଁରେ ଦାଏର ହୋଇଥିଲା ଏତଲା ।

ବାପାଙ୍କ ନାଁରେ ଏଫଆଇଆଇ ଦାଏର ଘଟଣାକୁ ନେଇ ମୁହଁ ଖୋଲିଥିଲେ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ । ଆଇନଠାରୁ କେହି ଊର୍ଦ୍ଧ୍ବରେ ନୁହଁନ୍ତି ବୋଲି ପ୍ରତିକ୍ରିୟା ଦେଇଛନ୍ତି ଭୂପେଶ । ଏଫଆଇଆର ଉପରେ ବାଘେଲ କହିଥିଲେ, ଜଣେ ମୁଖ୍ୟମନ୍ତ୍ରୀ ଭାବରେ ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ସୌହାର୍ଦ୍ଦ୍ୟ ରକ୍ଷା କରିବା ମୋର ଦାୟିତ୍ବ । ଯଦି ବାପା ସମାଜ ବିରୋଧରେ କିଛି କହିଥିବେ ତେବେ ମୁଁ ଏଥିପାଇଁ ଦୁଃଖିତ। ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ସିଏମ ଭୂପେଶ ବାଘେଲଙ୍କ ବାପା ନନ୍ଦ କୁମାର ବାଘେଲଙ୍କ ଏକ ନିର୍ଦ୍ଧିଷ୍ଟ ସମୁଦାୟ(ବ୍ରାହ୍ମଣ) ବିରୁଦ୍ଧରେ ଅପମାନଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଥିଲା । ଏ ସମ୍ପର୍କରେ ରାୟପୁର ପୋଲିସ ଏଫଆଇଆର ଦାଏର କରିଥିଲା । ନନ୍ଦ କୁମାରଙ୍କ 'ସର୍ବ ବ୍ରାହ୍ମଣ ସମାଜ' ବୟାନ ବିରୋଧରେ ପୋଲିସ ଶନିବାର ବିଳମ୍ବିତ ରାତିରେ ଏହି ଏତଲା ଦାଏର କରିଥିଲା ।

ନନ୍ଦ କୁମାର ବାଘେଲଙ୍କ ବିରୋଧରେ ଧାରା 153A (ଧର୍ମ, ଜାତି, ଜନ୍ମ ସ୍ଥାନ, ବାସସ୍ଥାନ ଏବଂ ଭାଷା ଆଧାରରେ ବିଭିନ୍ନ ଗୋଷ୍ଠୀ ମଧ୍ୟରେ ଶତ୍ରୁତା ସୃଷ୍ଟି) ଏବଂ ଭାରତୀୟ ଦଣ୍ଡବିଧି ଆଇନର ଧାରା 505 (1) (ଖ) ଅନୁଯାୟୀ ଏତଲା ଦାଏର କରାଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ବାପା ବ୍ରାହ୍ମଣଙ୍କୁ ବିଦେଶୀ କହି ସେମାନଙ୍କୁ ବହିଷ୍କାର କରିବାକୁ ଅପିଲ କରିଥିବା ଅଭିଯୋଗ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.