ETV Bharat / bharat

ତେଲ ଦରରେ ଶତବାର୍ଷିକୀ ପାଳନ କରୁ କେନ୍ଦ୍ର: ଚିଦାମ୍ବରମ

ଦେଶରେ ହୁ ହୁ ହୋଇ ବଢିବାରେ ଲାଗିଛି ପେଟ୍ରୋଲ ଡିଜେଲ ଦର । ଏ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ । ଅଧିକ ପଢନ୍ତୁ...

author img

By

Published : Oct 25, 2021, 1:23 PM IST

ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ
ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ

ନୂଆଦିଲ୍ଲୀ: ଦେଶରେ ହୁ ହୁ ହୋଇ ବଢିବାରେ ଲାଗିଛି ପେଟ୍ରୋଲ ଡିଜେଲ ଦର । ଲିଟର ପିଛା ୧୦୦ ପାର ହୋଇଛି ଦର । ଫଳରେ ସାଧାରଣ ନାଗରିକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଏ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ । ସେ କହିଛନ୍ତି ତେଲ ଦରଠୁ ନେଇ ରନ୍ଧନ ଗ୍ୟାସ ସବୁ ୧୦୦ରୁ ନେଇ ୧୦୦୦ ପାର କରିଛି । ତେଣୁ କେନ୍ଦ୍ର ଏହାକୁ ନେଇ ଶତବର୍ଷିକୀ ପାଳିବା ଦରକାର ବୋଲି କହିଛନ୍ତି ପି.ଚିଦାମ୍ବରମ ।

ସେ ଆହୁରି କହିଛନ୍ତି ଟୀକାକରଣ ୧୦୦ କୋଟି ପାର ହୋଇଛି ବୋଲି ସେଲିବ୍ରେସନ ହେବା କଥା ନୁହେଁ ତେଲ ଦର ବୃଦ୍ଧିକୁ ନେଇ ମଧ୍ୟ କେନ୍ଦ୍ର ସେଲିବ୍ରେଟ କରୁ । କିଛି ସପ୍ତାହରେ ପେଟ୍ରୋଲ ଦର ଲିଟର ପିଛା ୧୦୦ ପାର ହୋଇଥିବାବେଳେ ଡିଜେଲ ବି ୧୦୦ ପାର ହୋଇଛି । ଏହା ସହିତ ଗ୍ୟାସ ସିଲିଣ୍ଡର ପିଛା ୧୦୦୦ ଟଙ୍କା ହୋଇଛି । ଏହା କେନ୍ଦ୍ରକୁ ଆଉ ଏକ ସୁଯୋଗ ଉତ୍ସବ ପାଳନ କରିବା ପାଇଁ ବୋଲି କହିଛନ୍ତି ପି ଚିଦାମ୍ବରମ ।

ବର୍ତ୍ତମାନ ରାଜଧାନୀ ଦିଲ୍ଲା ପେଟ୍ରୋଲ ଲିଟର ପିଛା ୧୦୭ଟଙ୍କା ୫୯ ପଇସା ଅଛି । ଡିଜେଲ ଲିଟର ପିଛା ୯୬ଟଙ୍କା ୩୨ ପଇସା ରହିଛି । ସେହିପରି ମୁମ୍ବାଇରେ ପେଟ୍ରୋଲ ଦର ୧୧୩ ଓ ଡିଜେଲ ଦର ୧୦୪ଟଙ୍କା ୩୮ପଇସା ରହିଛି । ଦେଶରେ ଏପରି ଅହେତୁକ ଦର ବୃଦ୍ଧିରେ ତୁରନ୍ତ ରୋକ ଲାଗିବା ଦରକାର । କେନ୍ଦ୍ର ବିଭିନ୍ନ ତୈଳ କମ୍ପାନୀମାନଙ୍କ ସହିତ ତେଲ ଆମଦାନୀ ନେଇ ଆଲୋଚନା କରୁଛି ମାତ୍ର କିଛି ଫଳ ମିଳୁନାହିଁ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.