ETV Bharat / bharat

କଂଗ୍ରେସ ନେତା କାର୍ତ୍ତି ଚିଦାମ୍ବରମଙ୍କ ଘରେ CBI ରେଡ୍

କଂଗ୍ରେସ ନେତା ପି. ଚିଦାମ୍ବରମଙ୍କ ପୁଅ କାର୍ତ୍ତି ଚିଦାମ୍ବରମଙ୍କ ଘରେ CBI ରେଡ୍‌ । ବାସଭବନ ଓ ଅଫିସ ସମେତ ଅନେକ ସ୍ଥାନରେ CBI ପକ୍ଷରୁ ଚଢ଼ାଉ । ଅଧିକ ପଢନ୍ତୁ

author img

By

Published : May 17, 2022, 10:29 AM IST

Updated : May 18, 2022, 8:01 AM IST

କଂଗ୍ରେସ ନେତା କିର୍ତ୍ତୀ ଚିଦାମ୍ବରମଙ୍କ ଘରେ CBI ରେଡ୍

ମୁମ୍ବାଇ: କଂଗ୍ରେସ ନେତା ପି. ଚିଦାମ୍ବରମଙ୍କ ପୁଅ କାର୍ତ୍ତି ଚିଦାମ୍ବରମଙ୍କ ଘରେ CBI ରେଡ୍‌ । କାତ୍ତିଙ୍କ ବିରୋଧରେ ଥିବା ଏକ ବେଆଇନ ପରିତୋଷଣ ପଞ୍ଜିକରଣ (illegal gratification) ମାମଲାରେ ମଙ୍ଗଳବାର CBI ଦିଲ୍ଲୀ, ମୁମ୍ବାଇ ଓ ଚେନ୍ନାଇ, ଓଡିଶା ସମେତ 9ଟି ସ୍ଥାନରେ ରେଡ୍‌ କରିଛି । ଏଥିରେ ମୁମ୍ବାଇର ତିନୋଟି ସ୍ଥାନ ସାମିଲ ରହିଛି ।

CBI ଅଧିକାରୀଙ୍କ ସୂଚନା ଅନୁଯାୟୀ, କଂଗ୍ରେସ ନେତା ତଥା ସାଂସଦ କାର୍ତ୍ତିଙ୍କ ବିରୋଧରେ ଏକ ନୂଆ ବେଆଇନ ପରିତୋଷଣ ପଞ୍ଜିକରଣ ରହିଛି । 2010 ଓ 2014 ମସିହାରେ କମ୍ପାନୀ ସହ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବେ ବିଦେଶୀ ଟଙ୍କା (Foriegn Remittance) କାରବାର ଅଭିଯୋଗ ହୋଇଛି । ସକାଳ 8ଟାରୁ ରେଡ ଜାରି ରହିଛି । ଚିଦାମ୍ବରମ ବାସଭବନରେ ଥିବା ଲୋକଙ୍କୁ ମଧ୍ୟ ପଚରାଉଚରା କରୁଛି ସିବିଆଇ । ଚଢାଉ ନେଇ ନିଜେ କାର୍ତ୍ତି ମଧ୍ୟ ଟ୍ବିଟ୍‌ରେ ଲେଖିଛନ୍ତି, "ଯେ ଏହା ବାରମ୍ବାର ହେଉଛି, ଗଣିବା ସମ୍ଭବ ହେଉନାହିଁ । ଏହାର ନିର୍ଦ୍ଦିଷ୍ଟ ତଥ୍ୟ ରହିବା ଆବଶ୍ୟକ ।"

ଏହାପୂର୍ବରୁ ମିଡିଆ ମାମଲାରେ ଛନ୍ଦି ହୋଇ ଜେଲ୍‌ ଯାଇଥିଲେ ଚିଦାମ୍ବରମ ବାପ ପୁଅ । କାର୍ତ୍ତି ଚିଦାମ୍ବରମଙ୍କୁ ୨୦୧୯ ମସିହାରେ ଗିରଫ କରିଥିଲା ସିବିଆଇ । ସେହିପରି ସେହି ବର୍ଷ ୨୧ରେ ଏହି ମାମଲାରେ ଗିରଫ ହୋଇଥିବା ଚିଦାମ୍ବରମ ୧୦୬ ଦିନ ଜେଲ୍‌ରେ ରହିବା ପରେ ମୁକୁଳିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 18, 2022, 8:01 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.