ETV Bharat / bharat

ଅନିଲ ଦେଶମୁଖଙ୍କ ବାସଭବନରେ CBIର ଛାନଭିନ, ପୁ୍ଅଙ୍କୁ ଗିରଫ ୱାରେଣ୍ଟ ଜାରି

author img

By

Published : Oct 11, 2021, 4:35 PM IST

ମନି ଲଣ୍ଡରିଂ ମାମଲା । ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ନାଗପୁରସ୍ଥିତ ବାସଭବନରେ ସୋମବାର ସିବିଆଇ ଚଢାଉ କରିଥିଲା । ଏହାପରେ ତାଙ୍କ ୨ ପୁଅଙ୍କ ବିରୋଧରେ ଗିରଫ ୱାରେଣ୍ଟ ଜାରି କରାଯାଇଛି । ଅଧିକ ପଢନ୍ତୁ...

ଅନିଲ ଦେଶମୁଖଙ୍କ ବାସଭବନରେ CBIର ଛାନଭିନ, ପୁ୍ଅଙ୍କୁ ଗିରଫ ୱାରେଣ୍ଟ ଜାରି
ଅନିଲ ଦେଶମୁଖଙ୍କ ବାସଭବନରେ CBIର ଛାନଭିନ, ପୁ୍ଅଙ୍କୁ ଗିରଫ ୱାରେଣ୍ଟ ଜାରି

ମୁମ୍ବାଇ: ମହାରାଷ୍ଟ୍ର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ଘରେ ସୋମବାର ଚଢାଉ କରିଛି କେନ୍ଦ୍ରୀୟ ତଦନ୍ତକାରୀ ଟିମ(CBI) । ମନି ଲଣ୍ଡରିଂ ମାମଲାରେ ନାଗପୁରରେ ଥିବା ଦେଶମୁଖଙ୍କ ବାସଭବନରେ ସିବିଆଇ ଚଢାଉ କରିଥିବାବେଳେ ଅନିଲଙ୍କ ପୁଅକୁ ଗିରଫ ୱାରେଣ୍ଟ ଜାରି କରିଛି । ସିବିଆଇର ୭ ଜଣିଆ ଟିମ ନାଗପୁରସ୍ଥିତ ଅନିଲଙ୍କ ବାସଭବନରେ ଚଢାଉ କରିଛନ୍ତି ।

ପୂର୍ବତନ ଗୃହମନ୍ତ୍ରୀ ଅନିଲଙ୍କ ବାସଭବନରେ CBIର ଛାନଭିନ, ପୁ୍ଅଙ୍କୁ ଜାରି କଲା ଗିରଫ ୱାରେଣ୍ଟ

ଏହା ବି ପଢନ୍ତୁ: Money Laundering Case: ମହାରାଷ୍ଟ୍ର ପୂର୍ବତନ ଗୃହମନ୍ତ୍ରୀଙ୍କ ଘରେ EDର ଚଢାଉ

ଗତ ଅକ୍ଟୋବର ୬ ତାରିଖରେ ମହାରାଷ୍ଟ୍ର ଡେପୁଟି ଗୃହ ସଚିବ କୈଳାଶ ଗାଇକ୍ବାଡ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) କାର୍ଯ୍ୟାଳୟରେ ହାଜର ହୋଇଥିଲେ । ଇଡି ମନି ଲଣ୍ଡରିଂକୁ ରୋକିବା ଧାରା (PMLA) ଅନୁସାରେ ଦେଶମୁଖଙ୍କ ବିରୋଧରେ ତଦନ୍ତ ଚଳାଇଛି । ଅନିଲ ଦେଶମୁଖଙ୍କ ଉପରେ ପ୍ରତିମାସ 100 କୋଟି ଟଙ୍କା ବଟି ଆଦାୟର ଅଭିଯୋଗ ଲଗାଇଥିଲେ ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂହ । ଏହାସହ ଗତ ମାସ ମୁମ୍ବାଇର 10ଟି ବଡ ବାର ମାଲିକ ଅନିଲ ଦେଶମୁଖଙ୍କୁ 4 କୋଟି ଟଙ୍କା ଦେବାର କଥା କହିଥିଲେ । ଏହି ଟଙ୍କା ନେଣଦେଣ ମାମଲାରେ ଇଡିକୁ ମିଳିଥିଲା ସୁରାକ । ଆଉ ଏହାରି ଆଧାରରେ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ତଦନ୍ତ ଚଳାଇଛି ସିବିଆଇ ଓ ଇଡି ।

ଏହା ବି ପଢନ୍ତୁ: ମନି ଲଣ୍ଡ୍ରିଂ ମାମଲା: ଅନିଲ ଦେଶମୁଖଙ୍କ ଓକିଲ ଓ CBI ସବ ଇନ୍ସପେକ୍ଟର ଗିରଫ

ଗତ ମାସ ଅନିଲଙ୍କ ବାସଭବନ ସମେତ ନାଗପୁର, ମୁମ୍ବାଇ, ଦିଲ୍ଲୀ ଓ କୋଲକାତାରେ ରହୁଥିବା ଅନିଲଙ୍କ ସମ୍ପର୍କୀୟଙ୍କ ପ୍ରାୟ ୩୦ଟି ଠିକଣାରେ ଛାନଭିନ ହୋଇଥିଲା । ଯେଉଁଥିରେ ଆୟକର ବିଭାଗ ପ୍ରାୟ ୧୭ କୋଟି ଟଙ୍କା ଜବତ କରିଥିଲା । ଗତ ସେପ୍ଟେମ୍ବର ୨ ତାରିଖରେ ଦେଶମୁଖଙ୍କ ପ୍ରାଥମିକ ତଦନ୍ତ ସମ୍ବନ୍ଧୀୟ ଗୁପ୍ତ ଦଲିଲ ଲିକ୍ ଅଭିଯୋଗରେ ସିବିଆଇ ଦେଶମୁଖଙ୍କ ଓକିଲ ଆନନ୍ଦ ଦାଗା ଏବଂ ସିବିଆଇ ସବ୍‌-ଇନ୍ସପେକ୍ଟର ଅଭିଷେକ ତିୱାରୀଙ୍କୁ ଗିରଫ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.