ETV Bharat / bharat

Multi Tracking Projects Approves: ରେଳବାଇର ୭ଟି ମଲ୍ଟି-ଟ୍ରାକିଂ ପ୍ରକଳ୍ପକୁ କ୍ୟାବିନେଟ ମଞ୍ଜୁରି - ଭାରତୀୟ ରେଳବାଇର ପ୍ରକଳ୍ପ ଅନୁମୋଦିତ

ଆଜି କେନ୍ଦ୍ର କ୍ୟାବିନେଟର ଅନୁମୋଦନ ଲାଭ କରିଥିବା 9 ଟି ଗୁରୁତ୍ବପୂର୍ଣ୍ଣ ରେଳ ପ୍ରକଳ୍ପ ମଧ୍ୟରେ ଓଡିଶାର ଦୁଇଟି ପ୍ରକଳ୍ପ ମଧ୍ୟ ସ୍ଥାନ ପାଇଛି । ଖୋର୍ଦ୍ଧା ରୋଡ- ବିଜୟନଗରମ ଓ ନିର୍ଗୁଣ୍ଡି-ବାରଙ୍ଗ ମଧ୍ୟରେ ତୃତୀୟ ରେଳ ମାର୍ଗ ନିର୍ମାଣକୁ କ୍ୟାବିନେଟର ମଞ୍ଜୁରୀ ମିଳିଛି । ଉଭୟ ମାର୍ଗରେ ତୃତୀୟ ଲାଇନ ଦୋହରୀକରଣ ପାଇଁ ଦୀର୍ଘଦିନ ହେଲା ଦାବି ହୋଇ ଆସୁଥିଲା । ଯାହା ଏବେ ପୂରଣ ହୋଇଛି । ଅଧିକ ପଢନ୍ତୁ

Multi Tracking Projects Approves
Multi Tracking Projects Approves
author img

By

Published : Aug 16, 2023, 8:59 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି (ସିସିଇଏ) ଆଜି ରେଳ ମନ୍ତ୍ରଣାଳୟର ୩୨ ହଜାର ୫୦୦ କୋଟି ଟଙ୍କା ବ୍ୟୟ ଅଟକଳର ୭ଟି ପ୍ରକଳ୍ପକୁ ଅନୁମୋଦନ ଦେଇଛନ୍ତି । ମଞ୍ଜୁର ହୋଇଥିବା ପ୍ରକଳ୍ପକୁ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ଅନୁଦାନ ଯୋଗାଇ ଦେବେ। ମଲ୍ଟି ଟ୍ରାକିଂ ବା ରେଳଧାରଣାର ସଂଖ୍ୟା ବୃଦ୍ଧି ସଂକ୍ରାନ୍ତ ପ୍ରସ୍ତାବଗୁଡିକ ଭାରତୀୟ ରେଳବାଇର ବ୍ୟସ୍ତବହୁଳ ସେକ୍ସନ ଗୁଡିକରେ ଅତି ଆବଶ୍ୟକ ଭିତ୍ତିଭୂମି ବିକାଶ ପ୍ରଦାନ କରି ପରିଚାଳନାକୁ ସହଜ କରିବ ଏବଂ ଭିଡ ହ୍ରାସ କରିବ ।

ପ୍ରସ୍ତାବ ଅନୁସାରେ ୯ ଟି ରାଜ୍ୟର 35 ଟି ଜିଲ୍ଲା ପାଇଁ ୩୨ ହଜାର ୫୦୦ କୋଟି ଟଙ୍କା ବ୍ୟଯରେ ୨ ହଜାର ୩୩୯ କିମି ବ୍ୟାପୀ ଏହି ମଲଟି ଟ୍ରାକିଂ ପ୍ରକଳ୍ପ କ୍ୟାବିନେଟର ଅନୁମୋଦନ ଲାଭ କରିଛି । ଏହି 7 ଟି ପ୍ରକଳ୍ପ ଓଡିଶା, ଉତ୍ତରପ୍ରଦେଶ, ବିହାର, ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ଗୁଜରାଟ, ଝାଡଖଣ୍ଡ ଓ ପଶ୍ଚିମବଙ୍ଗର ୩୫ ଟି ଜିଲ୍ଲାରେ କାର୍ଯ୍ୟକାରୀ ହେବ । ଏହା ହେଲେ ରାଜ୍ୟ ଗୁଡିକର ଆର୍ଥିକ ବିକାଶ ହେବା ସହିତ ସମ୍ପୃକ୍ତ ରାଜ୍ୟ ଗୁଡିକୁ ୭.୦୬ କୋଟି ମାନବ ଦିବସର ନିଯୁକ୍ତି ମିଳିବ ବୋଲି ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି ।

ଏହାବି ପଢନ୍ତୁ- Cabinet Decisions: ସମବାୟ କ୍ଷେତ୍ରରେ କାର୍ଯ୍ୟକାରୀ ହେବ ବିଶ୍ବର ବଡ ଅନ୍ନ ଭଣ୍ଡାର ଯୋଜନା

ଆଜି କେନ୍ଦ୍ର କ୍ୟାବିନେଟର ଅନୁମୋଦନ ଲାଭ କରିଥିବା 9 ଟି ଗୁରୁତ୍ବପୂର୍ଣ୍ଣ ରେଳ ପ୍ରକଳ୍ପ ମଧ୍ୟରେ ଓଡିଶାର ଦୁଇଟି ପ୍ରକଳ୍ପ ମଧ୍ୟ ସ୍ଥାନ ପାଇଛି । ଖୋର୍ଦ୍ଧା ରୋଡ- ବିଜୟନଗରମ ଓ ନିର୍ଗୁଣ୍ଡି-ବାରଙ୍ଗ ମଧ୍ୟରେ ତୃତୀୟ ରେଳ ମାର୍ଗ ନିର୍ମାଣକୁ କ୍ୟାବିନେଟର ମଞ୍ଜୁରୀ ମିଳିଛି । ଉଭୟ ମାର୍ଗରେ ତୃତୀୟ ଲାଇନ ଦୋହରୀକରଣ ପାଇଁ ଦୀର୍ଘଦିନ ହେଲା ଦାବି ହୋଇ ଆସୁଥିଲା । ଯାହା ଏବେ ପୂରଣ ହୋଇଛି ।

ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଆହୁରି କହିଛନ୍ତି ଯେ ଖାଦ୍ୟଶସ୍ୟ, ସାର, କୋଇଲା, ସିମେଣ୍ଟ, ଫ୍ଲାଇ-ଆଶ, ଲୁହା ଓ ପ୍ରସ୍ତୁତ ଇସ୍ପାତ, କ୍ଲିଙ୍କର, ଅଶୋଧିତ ତୈଳ, ଚୁନା ପଥର, ଖାଇବା ତେଲ ଇତ୍ୟାଦି ବିଭିନ୍ନ ସାମଗ୍ରୀ ପରିବହନ ପାଇଁ ଏହି ମାର୍ଗ ଗୁଡିକ ଅତ୍ୟାବଶ୍ୟକ ରେଳମାର୍ଗ। ଫଳରେ କ୍ଷମତା ବୃଦ୍ଧି ହେଲେ ୨୦୦ ଏମଟିପିଏ (ବାର୍ଷିକ ନିୟୁତ ଟନ) ପରିମାଣର ଅତିରିକ୍ତ ମାଲ ପରିବହନ ହୋଇପାରିବ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.