ETV Bharat / bharat

ବଙ୍ଗରେ ଶାହଙ୍କ ବଡ ବୟାନ, ଟୀକାକରଣ ପରେ ଲାଗୁ ହେବ CAA - ସିଏଏ

ଟୀକାକରଣ ସରିବା ପରେ ନାଗରିକତା ସଂଶୋଧନ ଆଇନ(CAA) ଆଧାରରେ ଶରଣାର୍ଥୀଙ୍କୁ ନାଗରିକତା ପ୍ରଦାନ କରିବା ପ୍ରକ୍ରିୟା ଆରମ୍ଭ ହେବ ବୋଲି କହିଛନ୍ତି ଗୃହମନ୍ତ୍ରୀ । ଅଧିକ ପଢନ୍ତୁ...

ବଙ୍ଗରେ ଗୃହମନ୍ତ୍ରୀଙ୍କ ବଡ ବୟାନ, ଟୀକାକରଣ ଶେଷ ପରେ ଆରମ୍ଭ ହେବ ଲାଗୁ ହେବ CAA

author img

By

Published : Feb 11, 2021, 9:48 PM IST

କୋଲକାତା: ପଶ୍ଚିମବଙ୍ଗରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବଡ ବୟାନ । କୋଭିଡ ଟୀକାକରଣ ସରିବା ପରେ ନାଗରିକତା ସଂଶୋଧନ ଆଇନ (CAA) ଆଧାରରେ ଶରଣାର୍ଥୀଙ୍କୁ ନାଗରିକତା ପ୍ରଦାନ କରିବା ପ୍ରକ୍ରିୟା ଆରମ୍ଭ ହେବ ବୋଲି କହିଛନ୍ତି ଗୃହମନ୍ତ୍ରୀ । ଏଥିରେ ପଶ୍ଚିମବଙ୍ଗର ମତୁଆ ସମ୍ପ୍ରଦାୟ ମଧ୍ୟ ସାମିଲ ହେବେ ବୋଲି ଶାହ କହିଛନ୍ତି ।

ସିଏଏକୁ ନେଇ ବିରୋଧୀ ଅଳ୍ପ ସଂଖ୍ୟକଙ୍କୁ ଭ୍ରମିତ କରୁଥିବା ଅଭିଯୋଗ କରିଛନ୍ତି ଗୃହମନ୍ତ୍ରୀ । ସେ କହିଛନ୍ତି, ବିରୋଧୀ ସିଏଏକୁ ନେଇ ଅଳ୍ପସଂଖ୍ୟକଙ୍କୁ ଭ୍ରମିତ କରୁଛି । ଭାରତୀୟ ଅଳ୍ପସଂଖ୍ୟକଙ୍କ ଉପରେ ଏହାର ପ୍ରଭାବ ପଡିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଶାହ ।

ମତୁଆ ସମ୍ପ୍ରଦାୟ ବହୁଳ ଠାକୁରନଗରର ଏକ ରାଲିରେ ଅମିତ ଶାହ କହିଛନ୍ତି, ଆମେ ସିଏଏ ଆଣିଛୁ । ଏହା ମଝିରେ କୋରୋନା ଆସିଗଲା । ମମତା ଦିଦି କହୁଛନ୍ତି ଏହା ମଥ୍ୟା ପ୍ରତିଶ୍ରୁତି । ହମ ଯାହା କହୁ, ତାହା କରୁ । ଟୀକାକରଣ ସମାପ୍ତ ହେବା ପରେ ଶରଣାର୍ଥୀଙ୍କୁ ନାଗରିକତା ଦେବାର ପ୍ରକ୍ରିୟା ଆରମ୍ଭ କରିବ ବିଜେପି ସରକାର ।

ଅମିତ ଶାହ କହିଛନ୍ତି, ଏବେ ମମତା ବାନାର୍ଜୀ ସିଏଏ ଲାଗୁ କରିବାର ବିରୋଧ କରିବାର ସ୍ଥିତିରେ ରହିବେନି କାରଣ ବିଧାନସଭା ନିର୍ବାଚନ ପରେ ସେ ଆଉ ମୁଖ୍ୟମନ୍ତ୍ରୀ ପଦରେ ନଥିବେ ।

ଗୃହମନ୍ତ୍ରୀ କହିଛନ୍ତି, 2018ରେ ମୋଦି ସରକାର ପ୍ରତିଶ୍ରୁତି ଦେଇଥିଲେ ଯେ ନୂତନ ନାଗରିକତା ଆଇନ ଆଣିବେ । 2019 ରେ ବିଜେପି କ୍ଷମତାକୁ ଆସିବା ମାତ୍ରେ ଏହି ପ୍ରତିଶ୍ରୁତି ପୂରଣ ହୋଇଥିବା କହିଛନ୍ତି ଶାହ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.