ETV Bharat / bharat

ବ୍ୟୁଟିପାର୍ଲର କହି ବିବାହ ଦିନ କନ୍ୟା ଗାଏବ, ୪ଦିନ ଧରି ଖୋଜୁଛି ପରିବାର

author img

By

Published : May 9, 2023, 10:24 PM IST

ବିବାହ ଦିନ ବ୍ୟୁଟିପାର୍ଲର ଯିବା କହି କନ୍ୟା ଗାଏବ । ଏଭଳି ଘଟଣା ଉତ୍ତରପ୍ରଦେଶ ମହାନଗର ଥାନା ଅଞ୍ଚଳରେ ଘଟିଛି । ଅଧିକ ପଢନ୍ତୁ

Etv Bharat
Etv Bharat

ଲକ୍ଷ୍ନୌ: ବିବାହ ପାଇଁ ମଣ୍ଡପ ପ୍ରସ୍ତୁତ ଥିଲା । ବରଯାତ୍ରୀଙ୍କ ସ୍ବାଗତ ମଧ୍ୟ ଧୁମଧାମରେ ହୋଇସାରିଥିଲା । ହେଲେ ହାତଗଣ୍ଠି ପଡ଼ିଲା ବେଳକୁ ଛୁ ମାରିଥିଲା କନ୍ୟା । ଯୁବତୀ ଜଣକ ମେକଅପ ନେବା ଲାଗି ନିଜ ବନ୍ଧୁମାନଙ୍କ ସହି ବ୍ୟୁଟିପାର୍ଲରରେ ପହଞ୍ଚିଥିଲେ । ହେଲେ ଏହାପରେ ଆଉ ଘରକୁ ଫେରିନଥିଲେ । ଗତ ୪ ଦିନ ଧରି ପରିବାର ଯୁବତୀଙ୍କୁ ଖୋଜୁଥିବା ବେଳେ ତାଙ୍କ ପତ୍ତା ମିଳିନାହିଁ । ଏ ନେଇ ପରିବାର ଥାନାର ଦ୍ବାରସ୍ଥ ହୋଇଛି । ଉତ୍ତରପ୍ରଦେଶ ମହାନଗର ଥାନା ଅଧୀନ ମହାନଗର ସେକ୍ଟର 'ଏ'ରେ ଘଟିଛି ଏପରି ଘଟଣା ।

ଏହି ଅଞ୍ଚଳରେ ରହୁଥିବା ଜଣେ ବ୍ୟକ୍ତିଙ୍କ ଝିଅର ବିବାହ ଗତ ୫ ତାରିଖରେ ହେବାର ଥିଲା । ବିବାହ ପାଇଁ ସମସ୍ତ ସାଜସଜ୍ଜା ସରିଥିଲା । ବିବାହ ଦିନ ମଣ୍ଡପ ନିକଟରେ ବରଯାତ୍ରୀ ମଧ୍ୟ ପହଞ୍ଚିଥିଲେ । ବିବାହ ପାଇଁ ସମ୍ପର୍କୀୟଙ୍କ ଭିଡ ମଧ୍ୟ ଜମିଥିଲା । ସମସ୍ତେ ବିବାହକୁ ନେଇ ଖୁସିଥିବା ବେଳେ ଏପଟେ ହୁଏତ ନାରାଜ ଥିଲେ ବିବାହ କରୁଥିବା ଯୁବତୀ । ସେ ବଧୂବେଶରେ ସଜେଇ ହେବା ଲାଗି ବ୍ୟୁଟିପାର୍ଲର ଯିବେ ବୋଲି କହି ନିଜ ବନ୍ଧୁମାନଙ୍କ ସହିତ ବାହାରକୁ ଯାଇଥିଲେ । ହେଲେ ଏପଟେ ଶୁଭ ମୁହୂର୍ତ୍ତି ଗଡ଼ି ସାରିଥିଲା । ହେଲେ ଯୁବତୀଙ୍କ ଦେଖାନଥିଲା ।

ଏହା ବି ପଢନ୍ତୁ- ଅତିକ ଅହମ୍ମଦର ୧୦୦ କୋଟି ସମ୍ପତ୍ତି ଜବତ କରିବ ED

ବରଯାତ୍ରୀଙ୍କ ଚର୍ଚ୍ଚା ଶେଷ ହେବା ପରେ ବିବାହ ସମୟ ହୋଇଥିଲା । ମାତ୍ର ଯୁବତୀ ବିବାହ ମଣ୍ଡପ ନିକଟରେ ପହଞ୍ଚିନଥିଲେ । ଏହାପରେ ପରିବାର ବର୍ଗ ସହର ସାରା ଯୁବତୀଙ୍କୁ ଖୋଜିଥିଲେ । ହେଲେ ତାଙ୍କ ପତ୍ତା ମିଳିନଥିଲା । ଏହାପରେ ପରିବାର ଲୋକେ ଥାନାରେ ନିଖୋଜ ଅଭିଯୋଗ କରିଥିଲେ । ପରିବାର ବର୍ଗଙ୍କ କହିବା ଅନୁସାରେ ପୋଲିସ ଯୁବତୀଙ୍କୁ ଗତ ୪ ଦିନ ଧରି ଖୋଜୁଛି । ହେଲେ କୌଣସି ଖୋଜ ଖବର ମିଳିନାହିଁ । ପରିବାରକୁ କେବଳ ଆଶ୍ବାସନା ଦେଉଛି ପୋଲିସ ।

ଯୁବତୀ ଜଣକ ଫେରାର ହୋଇଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ଏପଟେ ଯୁବତୀ ଅସୁବିଧାରେ ପଡ଼ିଥିବା ନେଇ ସନ୍ଦେହ କରୁଛି ପରିବାର । ୪ ଦିନ ଧରି ପୋଲିସ ଯୁବତୀଙ୍କୁ ଖୋଜିବାରେ ଅସଫଳ ହୋଇଥିବାରୁ ପରିବାର ଏବେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅନୁରୋଧ କରିଛନ୍ତି । ପୋଲିସ ଯୁବତୀଙ୍କୁ ଖୋଜିବା ଲାଗି ପ୍ରୟାସ ଜାରି ରଖିଥିବା କହିଛନ୍ତି ଥାନା ଅଧିକାରୀ । ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.