ETV Bharat / state

ଓଡିଶା କଂଗ୍ରେସ ଉପରେ ରାହୁଲ କ୍ଷୁବ୍ଧ ! ଦେଢମାସ ବିତିଲାଣି, ହୋଇପାରୁନି PCC ର ପୁନର୍ଗଠନ - AICC dissolves OPCC

author img

By ETV Bharat Odisha Team

Published : Sep 9, 2024, 7:33 AM IST

Reformation of OPCC: ଦେଢମାସ ବିତିଲାଣି, ତଥାପି ପୁନର୍ଗଠିତ ହୋଇପାରୁନି ଓଡିଶା କଂଗ୍ରେସ । ଷ୍ଟିୟରିଂ କମିଟି ହାତରେ ମଙ୍ଗ । ବାରମ୍ବାର ବିପର୍ଯ୍ୟୟ କାରଣରୁ ପ୍ରାଦେଶିକ ନବକଳେବର ଚାହିଁଥିଲେ ରାହୁଲ ଗାନ୍ଧୀ । ଯାହାକୁ ଦାୟିତ୍ବ ଦେବେ, ଆମେ ସମର୍ଥନ କରିବୁ, କହିଲେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା । ଅଧିକ ପଢନ୍ତୁ

ଓଡିଶା କଂଗ୍ରେସ ଉପରେ ରାହୁଲ କ୍ଷୁବ୍ଧ ! ହୋଇପାରୁନି PCC ର ପୁନର୍ଗଠନ
ଓଡିଶା କଂଗ୍ରେସ ଉପରେ ରାହୁଲ କ୍ଷୁବ୍ଧ ! ହୋଇପାରୁନି PCC ର ପୁନର୍ଗଠନ (ETV Bharat Odisha)

ଭୁବନେଶ୍ବର: ଓଡିଶା କଂଗ୍ରେସ ଉପରେ ଦଳର କେନ୍ଦ୍ରୀୟ ନେତା ତଥା ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କ୍ଷୁବ୍ଧ । ବୋଧହୁଏ ସେଥିପାଇଁ ପ୍ରଦେଶ କଂଗ୍ରେସ କମିଟି (ପିସିସି) ଭଙ୍ଗ ହେବାର ଦୀର୍ଘ ଦେଢ ମାସ ବିତିଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ଦଳର ପ୍ରାଦେଶିକ ନବକଳେକର ହୋଇପାରୁନାହିଁ । ପିସିସି ସଭାପତି ଓ ଅନ୍ୟ ପ୍ରାଦେଶିକ ସାଙ୍ଗଠନିକ ପଦବୀ ନେଇ ଆସିପାରୁନି ଚୂଡାନ୍ତ ନିଷ୍ପତ୍ତି । ପଦ୍ମ ଘୁଞ୍ଚି ଘୁଞ୍ଚି ଯିବା ପରି ସ୍ଥିତି ସୃଷ୍ଟି ହୋଇଛି । ଦିଲ୍ଲୀରୁ ଓଡିଶା ‘ପିସିସି’ ନେଇ କୌଣସି ଗ୍ରୀନ ସିଗ୍ନାଲ ମିଳି ପାରୁନି । ଏବେ ଷ୍ଟିୟରିଂ କମିଟି ହାତରେ ରାଜ୍ୟ କଂଗ୍ରେସର ଭାଗ୍ୟ । ଏକଥା ନମାନିଲେ ବି ଦଳର ବରିଷ୍ଠ ନେତା ତଥା ପୂର୍ବତନ ‘ପିସିସି’ ସଭାପତି ଜୟଦେବ ଜେନାଙ୍କ ବୟାନରୁ ରାଜ୍ୟ କଂଗ୍ରେସ ପ୍ରତି ରାହୁଲଙ୍କ ଅସନ୍ତୋଷ ଥିବା ସହଜରେ ଅନୁମେୟ ।

  • ବାରମ୍ବାର ବିପର୍ଯ୍ୟୟ କାରଣରୁ ପୁନର୍ବିନ୍ୟାସ ଚାହିଁଥିଲେ ରାହୁଲ !

ଏହି ପ୍ରସଙ୍ଗରେ ପୂର୍ବତନ ‘ପିସିସି’ ସଭାପତି ଜୟଦେବ ଜେନାଙ୍କ ପ୍ରତିକ୍ରିୟା କେନ୍ଦ୍ରୀୟ ନେତୃତ୍ବଙ୍କ ଅସନ୍ତୋଷ ଚର୍ଚ୍ଚା ଆଡକୁ ଇଙ୍ଗୀତ କରୁଛି । ଜୟଦେବ କହିଛନ୍ତି,‘‘ଆମ ନେତା ରାହୁଲ ଗାନ୍ଧୀ ରାଜ୍ୟରେ କଂଗ୍ରେସର ବାରମ୍ବାର ବିପର୍ଯ୍ୟୟ କାରଣରୁ ଏକ ନବକଳେବର କରିବାକୁ ଚିନ୍ତା କଲେ । ସେଥିପାଇଁ ସେ ‘ପିସିସି’ ଭଙ୍ଗ କଲେ । ପିସିସି ସଭାପତି ଘୋଷଣା ନେଇ ସଠିକ ତାରିଖ କହିପାରିବି ନାହିଁ । କିନ୍ତୁ ଖୁବ କମ ଦିନ ଭିତରେ ନୂତନ ପିସିସି ସଭାପତି ଚୟନ କରାଯିବ । କର୍ମୀଙ୍କ ମନରେ ଉତ୍ସାହ ଭରିବା ପାଇଁ ‘ଏଆଇସିସି’ ଯାହାଙ୍କୁ ସଭାପତି ଭାବରେ ଚୟନ କରିବ ଆମେ ତାଙ୍କୁ ନେଇ ଆଗକୁ ବଢ଼ିବୁ ।’’

  • ଷ୍ଟିୟରିଂ କମିଟି ହାତରେ ରାଜ୍ୟ କଂଗ୍ରେସର ଭାଗ୍ୟ:-

ରାଜ୍ୟରେ ନେତୃତ୍ବ ଅଭାବରୁ ଦିଶାହୀନ କଂଗ୍ରେସ ଦିନକୁ ଦିନ ଦୁର୍ବଳ ହେଉଛି । ଓଡିଶା ପ୍ରଦେଶ କଂଗ୍ରେସରେ କେହି ମୁଖିଆ ନଥିବାରୁ ରାଜନୈତିକ କାର୍ଯ୍ୟକ୍ରମ ମଧ୍ୟ ଏବେ ଶିଥିଳ ହୋଇପଡିଛି । ପିସିସି ସଭାପତି ଘୋଷଣା କରିବା ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ସରକାରୀ କାର୍ଯ୍ୟକ୍ରମ ଯେମିତି ଅଧିକାଂଶ ସମୟରେ କାଗଜପତ୍ରରେ ସୀମିତ ରହିଥାଏ, ସେହିଭଳି ଏଆଇସିସି ମଧ୍ୟ ଓଡିଶା କଂଗ୍ରେସର ଭାଗ୍ୟ ଷ୍ଟିୟରିଂ କମିଟି ହାତରେ ଛାଡି ଦେଇ ଚୁପ ବସିଛି । ନା ବସୁଛି ବୈଠକ, ନା ପ୍ରସ୍ତୁତ ହେଉଛି କୌଣସି ଆକ୍ସନ ପ୍ଲାନ ।

  • ଜୁଲାଇରୁ ଭାଙ୍ଗିଲାଣି ପିସିସି:-

ଚଳିତବର୍ଷ ଜୁଲାଇ 21ରୁ ‘ପିସିସି’ର ସମସ୍ତ କମିଟି ଭଙ୍ଗ କରିଛି ‘ଏଆଇସିସି’ । ଅଗଷ୍ଟରେ ଏକ 14 ଜଣିଆ ଷ୍ଟିୟରିଂ କମିଟି ଗଠନ କରାଯାଇଛି । କାଶ୍ମୀର କଂଗ୍ରେସର ଯୁବ ନେତା ସହନବାଜ ଚୌଧୁରୀଙ୍କ ସହ 2 ଜଣିଆ ସମ୍ପାଦକ ଓଡିଶା ପାଇଁ ନିଯୁକ୍ତ ହୋଇଛନ୍ତି । ହେଲେ ଏପର୍ଯ୍ୟନ୍ତ କଂଗ୍ରେସର କୌଣସି ଆଖି ଦୃଶିଆ କାର୍ଯ୍ୟକ୍ରମ ହୋଇପାରିନି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.