ETV Bharat / bharat

'ମ୍ୟାଚରେ ଉଭୟ ଦଳ କମ୍ ଭୁଲ କରିଛନ୍ତି, ଯାହା ରେଜଲ୍ଟରେ ପ୍ରଦର୍ଶିତ ହୋଇଛି'

author img

By

Published : Aug 2, 2021, 6:26 PM IST

ଅଲମ୍ପିକରେ ଉଭୟ ପୁରୁଷ ଓ ମହିଳା ଦଳ ମ୍ୟାଚରେ କମ୍ ଭୁଲ କରିଛନ୍ତି ଯାହା ରେଜଲ୍ଟରେ ପ୍ରଦର୍ଶିତ ହୋଇଛି ବୋଲି କହିଛନ୍ତି ପୂର୍ବତନ ଅଲମ୍ପିଆନ ତଥା ହରିୟାଣା କ୍ରୀଡାମନ୍ତ୍ରୀ ସନ୍ଦୀପ ସିଂ । ଅଧିକ ପଢନ୍ତୁ...

Haryana Sports Minister & former Olympian Sandeep Singh
'ମ୍ୟାଚରେ ଉଭୟ ଦଳ କମ୍ ଭୁଲ କରିଛନ୍ତି ଯାହା ରେଜଲ୍ଟରେ ପ୍ରଦର୍ଶିତ ହୋଇଛି'

ନୂଆଦିଲ୍ଲୀ: ଭାରତୀୟ ପୁରୁଷ ହକି ଦଳ ଓ ମହିଳା ହକି ଦଳକୁ ଶୁଭେଚ୍ଛା ଜଣାଇଲେ ପୂର୍ବତନ ଅଲମ୍ପିଆନ ତଥା ହରିୟାଣା କ୍ରୀଡାମନ୍ତ୍ରୀ ସନ୍ଦୀପ ସିଂ । ଭାରତୀୟ ପୁରୁଷ ହକି ଦଳ ଓ ମହିଳା ହକି ଦଳ ଟୋକିଓ ଅଲମ୍ପିକରେ ସେମିରେ ପ୍ରବେଶ କରିଛନ୍ତି । ଏହି ଅବସରରେ ସାରା ଦେଶରୁ ଶୁଭେଚ୍ଛା ସୁଅ ଛୁଟିଥିବାବେଳେ ପୂର୍ବତନ ଭାରତୀୟ ହକି ଦଳର କ୍ୟାପଟେନ ତଥା ଡ୍ରାଗ ଫ୍ଲିକର ବର୍ତ୍ତମାନ ହରିୟାଣା ସରକାରର କ୍ରୀ଼ଡାମନ୍ତ୍ରୀ ସନ୍ଦୀପ ସିଂ ଶୁଭେଚ୍ଛା ଜଣାଇଛନ୍ତି ।

ସନ୍ଦୀପ ସିଂ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ଅଲମ୍ପିକର ସେମି ଫାଇନାଲରେ ପହଞ୍ଚିଥିବାରୁ ଉଭୟ ପୁରୁଷ ଓ ମହିଳା ହକି ଦଳକୁ ଶୁଭେଚ୍ଛା । ଉଭୟ ଦଳ ଫିଲ୍ଡରେ ଚମତ୍କାର ପ୍ରଦର୍ଶନ କରି କମ ଭୁଲ କରିଛନ୍ତି । ଯାହା ମ୍ୟାଚର ଫଳାଫଳରେ ଦେଖିବାକୁ ମିଳିଛି । ଚଳିତ ଟୋକିଓ ଅଲମ୍ପିକରେ ଚମତ୍କାର ପ୍ରଦର୍ଶନ କରିଛନ୍ତି ଭାରତୀୟ ହକି ଟିମ । ଅଲମ୍ପିକରେ ଉଭୟ ପୁରୁଷ ହକି ଦଳ ଓ ମହିଳା ହକି ଦଳ ସେମିଫାଇନାଲରେ ପ୍ରବେଶ କରିଛନ୍ତି । ପୁରୁଷ ହକି ଦଳ ଗ୍ରେଟ ବ୍ରିଟେନକୁ ୩-୨ରେ ପରାସ୍ତ କରି ଦୀର୍ଘ ୪୯ ବର୍ଷ ପରେ ଅଲମ୍ପିକ ସେମିଫାଇନାଲରେ ପ୍ରବେଶ କରିଛି । ସେହିପରି ଚଳିତ ଅଲମ୍ପିକରେ ଚମତ୍କାର ପ୍ରତ୍ୟାବର୍ତନ କରି ଭାରତୀୟ ମହିଳା ହକି ଦଳ । ଦମଦାର ପ୍ରଦର୍ଶନ ବଳରେ ବିଶ୍ବର ଦୁଇ ନମ୍ବର ଦଳ ଅଷ୍ଟ୍ରେଲିଆକୁ 1-୦ରେ ପରାଜିତ କରି ସେମିଫାଇନାଲରେ ଏଣ୍ଟ୍ରି କରିଛି ଭାରତୀୟ ମହିଳା ହକି ଦଳ ।

ସୂଚନାଥାଉକି ଭାରତ ଅଲମ୍ପିକରେ ସବୁବେଳେ ହକିକୁ ନେଇ ବେଶ ଆଶାବାଦୀ ରହିଥାଏ । ଚଳିତ ଥର ଭାରତୀୟ ହକିଦଳ ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ ଉଚ୍ଚକୋଟିର ପ୍ରଦର୍ଶନ କରି ଅଲମ୍ପିକ ସେମିଫାଇନାଲରେ ପ୍ରବେଶ କରିଛନ୍ତି । ଯାହା ଦେଶବାସୀଙ୍କ ପଦକ ଆଶାକୁ ଆହୁରି ବଢାଇ ଦେଇଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.