ETV Bharat / bharat

ବିଜେପି ଚାହୁଁନି ଗରିବ ପିଲାମାନେ ଇଂରାଜୀ ଶିଖନ୍ତୁ: ରାହୁଲ ଗାନ୍ଧୀ - ବିଜେପି ଚାହୁଁନି ଗରିବ ପିଲାମାନେ ଇଂରାଜୀ ଶିଖନ୍ତୁ

ହିନ୍ଦୀ ଓ ଇଂରାଜୀ ଭାଷା ନେଇ ବିଜେପିକୁ ଟାର୍ଗେଟ କଲେ ରାହୁଲ ଗାନ୍ଧୀ । "ବିଜେପି ଚାହୁଁନି ବିଦ୍ୟାଳୟରେ ପିଲାଙ୍କୁ ଇଂରାଜୀ ପଢାଯାଉ" ବୋଲି କହିଲେ ରାହୁଲ । ଅଧିକ ପଢ଼ନ୍ତୁ

rahul gandhi in bharat jodo yatra
ରାହୁଲ ଗାନ୍ଧୀ
author img

By

Published : Dec 20, 2022, 1:05 PM IST

ଜୟପୁର: "ବିଜେପି ଚାହୁଁଛି ବିଦ୍ୟାଳୟରେ ପିଲାଙ୍କୁ ଇଂରାଜୀରେ ପାଠ ପଢ଼ାନଯାଉ । କିନ୍ତୁ ନିଜ ପିଲାଙ୍କୁ ଇଂରାଜୀ ମାଧ୍ୟମିକ ସ୍କୁଲରେ ପାଠ ପଢ଼ାଇବେ । ସବୁଠି ହିନ୍ଦୀ ଚାଲିବ ନାହିଁ, ଇଂରାଜୀ ହିଁ ଚାଲିବ ।" କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସୋମବାର ବିଜେପିକୁ ଟାର୍ଗେଟ କରି ହିନ୍ଦୀ ଏବଂ ଇଂରାଜୀ ଭାଷା ସମ୍ପର୍କରେ ବିବୃତ୍ତି ରଖିଛନ୍ତି । ରାଜସ୍ଥାନରେ କଂଗ୍ରେସର ଭାରତ ଯୋଡ଼ ଯାତ୍ରା ଜାରି ରହିଥିବାବେଳେ ଅଲୱରରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବା ସମୟରେ ରାହୁଲ ଗାନ୍ଧୀ ଏପରି କହିଛନ୍ତି ।

ରାହୁଲ ଗାନ୍ଧୀ ବିଜେପି ଉପରେ ଶାଣିତ ସ୍ବରରେ ହାମଲା କରି କହିଛନ୍ତି, "ବିଜେପି ନେତାମାନେ ଯେଉଁଠାକୁ ଯାଆନ୍ତି ସେମାନେ ଇଂରାଜୀ ବିରୋଧରେ କଥାବାର୍ତ୍ତା କରନ୍ତି । ସ୍କୁଲରେ ଇଂରାଜୀ ଶିକ୍ଷା ଦିଆଯିବା ଉଚିତ ନୁହେଁ । ସମସ୍ତ ମୁଖ୍ୟମନ୍ତ୍ରୀ, ସାଂସଦ ତଥା ବିଧାୟକଙ୍କ ପିଲାମାନେ ଇଂରାଜୀ ସ୍କୁଲରେ ପାଠ ପଢୁଛନ୍ତି । ହେଲେ ବିଜେପି ଚାହୁଁନାହିଁ ଗରିବ କୃଷକ ଏବଂ ଶ୍ରମିକର ପିଲାମାନେ ଇଂରାଜୀ ଶିଖନ୍ତୁ କିମ୍ବା ବଡ଼ ସ୍ବପ୍ନ ଦେଖନ୍ତୁ ।" ସେ ଆହୁରି ମଧ୍ୟ କହିଛନ୍ତି, "ଯଦି ବିଶ୍ବର ଅନ୍ୟ କୌଣସି ଦେଶର ଲୋକଙ୍କ ସହ କଥା ହେବାକୁ ଚାହାଁନ୍ତି ସେଠାରେ ହିନ୍ଦୀ କାମ କରିବ ନାହିଁ । ଇଂରାଜୀ ଶିଖିବାକୁ ପଡିବ । ଆମେ ଚାହୁଁ ଗରିବ କୃଷକ ଏବଂ ଶ୍ରମିକମାନଙ୍କ ପିଲାମାନେ ଆମେରିକୀୟଙ୍କ ସହ ପ୍ରତିଦ୍ବନ୍ଦିତା କରନ୍ତୁ । ସେମାନଙ୍କ ଭାଷା ପ୍ରୟୋଗ କରି ସେମାନଙ୍କ ଠାରୁ ଜିତନ୍ତୁ ।" ନିଜ ଭାଷଣରେ ରାହୁଲ କହିଛନ୍ତି, ରାଜସ୍ଥାନରେ 1700 ଇଂରାଜୀ ମାଧ୍ୟମିକ ସ୍କୁଲ ଖୋଲାଯାଇଛି । ଏହାର ଅର୍ଥ ନୁହେଁ ହିନ୍ଦୀ କିମ୍ବା ଅନ୍ୟାନ୍ୟ ଭାଷାକୁ ଗୁରୁତ୍ବ ଦିଆଯିବ ନାହିଁ । ମାତ୍ର ବିଶ୍ବର ଅନ୍ୟ ଲୋକଙ୍କ ସହ କଥା ହେବାକୁ ହେଲେ ହିନ୍ଦୀ ଚଳିବ ନାହିଁ । ସେଠାରେ ଇଂରାଜୀର ଆବଶ୍ୟକତା ରହିଛି ବୋଲି କହିଛନ୍ତି ।

ସୂଚନା ଥାଉକି, ସେପ୍ଚେମ୍ବର 7 ତାରିଖରୁ କଂଗ୍ରେସର ଭାରତ ଯୋଡ ଯାତ୍ରା କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା ବେଳେ କାଶ୍ମୀରରେ ଶେଷ ହେବ । ଏହି ଭାରତ ଯୋଡ ଯାତ୍ରା ସମୁଦାୟ 3ହଜାର 570 କିଲୋମିଟର ଅତିକ୍ରମ କରିବ । ତାମିଲନାଡୁ, କେରଳ, କର୍ଣ୍ଣାଟକ, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, ମହାରାଷ୍ଟ୍ର, ମଧ୍ୟ ପ୍ରଦେଶ ଆଉ ଏବେ ୮ମ ରାଜ୍ୟ ରାଜସ୍ଥାନରେ ଚାଲିଛି କଂଗ୍ରେସର ଭାରତ ଯୋଡ ଯାତ୍ରା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.