ETV Bharat / bharat

ଆନ୍ଧ୍ର ପ୍ରଦେଶରେ ସ୍ପେଶାଲ ଟ୍ରେନ ଚଳାଇବାକୁ ରାଜ୍ୟସଭାରେ ଦାବି

author img

By

Published : Sep 17, 2020, 11:08 AM IST

ଆନ୍ଧ୍ର ପ୍ରଦେଶରେ ସ୍ପେଶାଲ ଟ୍ରେନ ଚଳାଇବାକୁ ରାଜ୍ୟସଭାରେ ଦାବି କରିଛନ୍ତି ୱାଇଏସଆରସିପି ସାଂସଦ ଭି ବିଜୟାସାଇ ରେଡ୍ଡୀ । ଅଧିକ ପଢନ୍ତୁ...

ଆନ୍ଧ୍ର ପ୍ରଦେଶରେ ସ୍ପେଶାଲ ଟ୍ରେନ ଚଳାଇବାକୁ ରାଜ୍ୟସଭାରେ ଦାବି
ଆନ୍ଧ୍ର ପ୍ରଦେଶରେ ସ୍ପେଶାଲ ଟ୍ରେନ ଚଳାଇବାକୁ ରାଜ୍ୟସଭାରେ ଦାବି

ନୂଆଦିଲ୍ଲୀ: ଆନ୍ଧ୍ର ପ୍ରଦେଶରେ ସ୍ପେଶାଲ ଟ୍ରେନ ଚଳାଇବାକୁ ରାଜ୍ୟସଭାରେ ଦାବି କରିଛନ୍ତି ୱାଇଏସଆରସିପି ସାଂସଦ ଭି ବିଜୟାସାଇ ରେଡ୍ଡୀ । ଗୁରୁବାର ରାଜ୍ୟସଭାରେ ଏହି ପ୍ରସଙ୍ଗ ଉଠାଇ ଆନ୍ଧ୍ରରେ ସ୍ପେଶାଲ ଟ୍ରେନ ଚଳାଇବାକୁ ସେ ଦାବି କରିଛନ୍ତି ।

ରାଜ୍ୟସଭାରେ ରେଡ୍ଡୀ କହିଛନ୍ତି,‘230 ସ୍ପେଶାଲ ଟ୍ରେନ ଓ 80 ନୂଆ ଟ୍ରେନ ଦେଶରେ ଚାଲୁଥିବାବେଳେ ସେମାନଙ୍କ ମଧ୍ୟରୁ କୌଣସି ବି ଟ୍ରେନ ରାଜ୍ୟର ଗୁରୁତ୍ବପୂର୍ଣ୍ଣ ଷ୍ଟେସନ ମଧ୍ୟରେ ଚାଲୁନାହିଁ ।’

ତେଣୁ ଆନ୍ଧ୍ରପ୍ରଦେଶରେ ସ୍ପେଶାଲ ଟ୍ରେନ ଚଳାଇବାକୁ ମୁଁ ଅନୁରୋଧ କରୁଛି ବୋଲି ସେ କହିଛନ୍ତି । ଏହାସହ ଦେଶରେ ଚାଲୁଥିବା ଟ୍ରେନ ଗୁଡିକ ମଧ୍ୟରୁ କୌଣସି ବି ଟ୍ରେନ ହାଇଦ୍ରାବାଦ-ଭାଇଜାକ ଓ ହାଇଦ୍ରାବାଦ-ତିରୁପତିକୁ ଚଳାଚଳ କରୁନାହିଁ । ତେଣୁ ଏଠାକୁ ସ୍ପେଶାଲ ଟ୍ରେନ ଚଳାଇବାକୁ ସେ ଅନୁରୋଧ କରିଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.