ETV Bharat / bharat

‘ଆକ୍ରମଣାତ୍ମକ ଆଚରଣ କରି ଚୀନରେ କର୍ତ୍ତୃତ୍ବ ଜାହିର କରିବାକୁ ଚାହୁଁଛନ୍ତି ସି’ - ଚୀନରେ କର୍ତ୍ତୃତ୍ବ ଜାହିର କରିବାକୁ ଚାହୁଁଛନ୍ତି ସି

ଆକ୍ରମଣାତ୍ମକ ଆଚରଣ ମାଧ୍ୟମରେ ନିଜ ଦେଶରେ କର୍ତ୍ତୃତ୍ବ ଜାହିର କରିବାକୁ ରାଷ୍ଟ୍ରପତି ସି ଜିନପିଙ୍ଗ ଚାହୁଁଛନ୍ତି ବୋଲି ଚୀନ ବିଶେଷଜ୍ଞ ଜୟଦେବ ରାନାଡ଼େ କହିଛନ୍ତି । ଅଧିକ ପଢ଼ନ୍ତୁ....

Xi Trying To Reclaim Authority, Through Aggressive Behaviour, China Expert Jayadev Ranade, ଆକ୍ରମଣାତ୍ମକ ଆଚରଣ, ଚୀନରେ କର୍ତ୍ତୃତ୍ବ ଜାହିର କରିବାକୁ ଚାହୁଁଛନ୍ତି ସି, ଚୀନ ବିଶେଷଜ୍ଞ ଜୟଦେବ ରାନାଡ଼େ
‘ଆକ୍ରମଣାତ୍ମକ ଆଚରଣ କରି ଚୀନରେ କର୍ତ୍ତୃତ୍ବ ଜାହିର କରିବାକୁ ଚାହୁଁଛନ୍ତି ସି’
author img

By

Published : May 30, 2020, 7:01 AM IST

ବାସ୍ତବ ନିୟନ୍ତ୍ରଣ ରେଖାରେ ଉତ୍ତେଜନା ପ୍ରଶମନ ପାଇଁ କଥାବାର୍ତ୍ତା ଚାଲିଛି- ଜୟଦେବ ରାନାଡ଼େ ଭାରତ-ଚୀନ ସୀମାରେ ବାସ୍ତବ ନିୟନ୍ତ୍ରଣ ରେଖା (LAC)ର ବିଭିନ୍ନ ସ୍ଥାନରେ ଭାରତୀୟ ସେନା ଓ ଚୀନ୍‌ର ପିପୁଲ୍‌ସ ଲିବରେସନ ଆର୍ମି (PLA) ମୁହାଁମୁହିଁ ଅବସ୍ଥାରେ ରହିଥିବା ସମୟରେ, ଉଭୟ ଦେଶ ମଧ୍ୟରେ ଦୁଇ ତିନିଟି ସ୍ତରରେ କଥାବାର୍ତ୍ତା ଆରମ୍ଭ ହୋଇଛି ଏବଂ ଉତ୍ତେଜନା ପ୍ରଶମିତ ହେବାର ସଂକେତ ମିଳିଛି ବୋଲି ପୂର୍ବତନ ଗୁଇନ୍ଦା ଅଧିକାରୀ ଏବଂ ଚୀନ୍‌ ବ୍ୟାପାର ବିଶେଷଜ୍ଞ ଜୟଦେବ ରାନାଡ଼େ କହିଛନ୍ତି । ବରିଷ୍ଠ ସାମ୍ବାଦିକ ସ୍ମିତା ଶର୍ମାଙ୍କ ସହ ଏକ ବାର୍ତ୍ତାଳାପରେ ରାନାଡ଼େ ଜୋର୍‌ ଦେଇ କହିଛନ୍ତି ଯେ, ସଂପ୍ରତି ପିଏଲ୍‌ଏ ଦ୍ବାରା ସୀମା ଅତିକ୍ରମଣକୁ, ଚୀନ୍‌ ସେନାର ୱେଷ୍ଟର୍ଣ୍ଣ ଥିଏଟର କମାଣ୍ଡ ଅନ୍ତର୍ଗତ ଅନ୍ୟୂନ ତିନିଟି ସାମରିକ ଅଞ୍ଚଳରେ, ନିଷ୍ପତ୍ତି ଗ୍ରହଣ କରିବା ଭଳି କ୍ଷମତା ସ୍ତରରେ ଥିବା ଉଚ୍ଚପଦସ୍ଥ ଅଧିକାରୀମାନେ ଅନୁମୋଦନ କରିଛନ୍ତି ଏବଂ ଏ ଦିଗରେ ନିର୍ଦ୍ଦେଶ ଦେଇଛନ୍ତି । 2008ରେ କ୍ୟାବିନେଟ୍‌ ସେକ୍ରେଟାରିଏଟ୍‌ର ଅତିରିକ୍ତ ସଚିବ ପଦରୁ ଅବସର ନେଇଥିବା ରାନାଡ଼େ ସଂପ୍ରତି ଜାତୀୟ ସୁରକ୍ଷା ପରାମର୍ଶ ବୋର୍ଡର ସଦସ୍ୟ ରୂପେ ସେବାରତ ଅଛନ୍ତି । ଯୁକ୍ତି ଉପସ୍ଥାପନ କରି ସେ କହିଛନ୍ତି ଯେ, ‘‘କୋରୋନା ଭାଇରସ୍‌ ପ୍ରାଦୁର୍ଭାବକୁ ନେଇ ଲାଗି ରହିଥିବା ବିବାଦ ଓ ବିତର୍କ ସତ୍ତ୍ବେ ନିଜ ଦେଶ ଭିତରେ ନିଜ କୃତିତ୍ବ ପୁନଃସ୍ଥାପନ କରିବା ଲାଗି ଏବଂ ଏବେ ବି ତାଙ୍କରି ନିର୍ଦ୍ଦେଶରେ ହିଁ ସବୁକିଛି ହେଉଛି ବୋଲି ପାଶ୍ଚାତ୍ୟ ଦେଶ ସମୂହକୁ ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ ସଂକେତ ଦେବାକୁ ଚାହୁଁଛନ୍ତି । ସେ କହିଛନ୍ତି ଯେ, ଏକ ଅଭୂତପୂର୍ବ ଘଟଣାକ୍ରମରେ ଚୀନ୍‌ରେ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗଙ୍କୁ ଓ କମ୍ୟୁନିଷ୍ଟ ପାର୍ଟିକୁ, ପ୍ରଥମ ଥର ପାଇଁ ଚୀନର ସାଧାରଣ ଲୋକେ ପ୍ରକାଶ୍ୟ ସମାଲୋଚନା କରିଛନ୍ତି ଏବଂ 2049 ସୁଦ୍ଧା ଯୁକ୍ତରାଷ୍ଟ୍ର ଆମେରିକାକୁ ଅତିକ୍ରମ କରିଯିବାକୁ ସି ଦେଖିଥିବା ସ୍ବପ୍ନ ସଫଳ ହେବନାହିଁ ବୋଲି ସେମାନେ ଅନୁଭବ କରୁଛନ୍ତି । ଚୀନ ଓ ତିବ୍ବତ ଉପରେ ଅନେକ ଗୁରୁତ୍ବପୂର୍ଣ୍ଣ ପୁସ୍ତକର ରଚୟିତା ରାନାଡ଼େଙ୍କ ମତରେ ବେଜିଂ ଓ ନୂଆଦିଲ୍ଲୀ ମଧ୍ୟରେ ସୁସଂପର୍କ ରହିଥିବା ସତ୍ତ୍ବେ ଭାରତ ତାଇୱାନ ସହିତ ଏହାର ବାଣିଜ୍ୟିକ ସଂପର୍କକୁ ଦ୍ରୁତ ହାରରେ ବୃଦ୍ଧି କରିବା ଉଚିତ । ସେ ଆହୁରି କହିଛନ୍ତି ଯେ, ଭାରତ ଦ୍ବାରା କାଶ୍ମୀରର ପୁନର୍ଗଠନ କରି ଜାମ୍ମୁ କାଶ୍ମୀର ଏବଂ ଲଦାଖ ନାମରେ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ସୃଷ୍ଟି କରିବା ଏବଂ ପାକିସ୍ତାନ ଅଧିକୃତ କାଶ୍ମୀରରେ ଚୀନ୍‌ର ରଣକୌଶଳ ଭିତ୍ତିକ ନିବେଶ ସହିତ ଏଲ୍‌ଏସିରେ ଲାଗି ରହିଥିବା ପରିସ୍ଥିତିର ସଂପର୍କ ରହିଛି । ଏଠାରେ ସେହି ବାର୍ତ୍ତାଳାପ ଉପସ୍ଥାପନ କରାଗଲା ।

ପ୍ରଶ୍ନ-ବେଜିଂରୁ ଦିଆଯାଉଥିବା ବିବୃତିକୁ ବିଚାର କଲେ, ଚୀନ‌ ନରମିଛି ଏବଂ ବୁଝାମଣା ଚାହୁଁଛି କି ?

ବେଜିଂ ବୁଝାମଣା ଚାହୁଁଥିଲେ, ସୀମାରେ ଅନୁପ୍ରବେଶ ଘଟଣା ଘଟିବା କଥା ନୁହେଁ । ଅନୁପ୍ରବେଶ ନ କରିବା ସଂପର୍କରେ ପୂର୍ବରୁ ପର୍ଯ୍ୟାପ୍ତ ଆଚରଣ ବିଧି ଓ ପ୍ରଥା ସ୍ଥାପିତ ହୋଇଥିଲେ ହେଁ ସେମାନେ ତାହା କରିଛନ୍ତି । ଚୀନ୍‌ ଯାହା କହେ, ତାହା କରେ ବୋଲି ମୁଁ ବିଶ୍ବାସ କରେନାହିଁ । ନିୟନ୍ତ୍ରଣଯୋଗ୍ୟ ସ୍ଥିତିର ଅର୍ଥ ନିୟନ୍ତ୍ରଣ ବାହାରକୁ ଯାଇଥିବା ସ୍ଥିତିକୁ ଆମେ ସୁଧାରି ପାରିବା ସ୍ଥିତିରେ ରହିଛୁ । ଶାନ୍ତିପୂର୍ଣ୍ଣ ବୋଲି ଶବ୍ଦ ସେମାନେ ବ୍ୟବହାର କରିନାହାନ୍ତି । ପରିସ୍ଥିତି ସ୍ଥିର ରହିଛି । ହଁ, କୌଣସି ବିବାଦ ସୃଷ୍ଟି ହୋଇନାହିଁ । ଏହା ନିୟନ୍ତ୍ରଣଯୋଗ୍ୟ, କାରଣ ଆମେ କଥାବାର୍ତ୍ତା କରି ଏହାକୁ ନିୟନ୍ତ୍ରିତ କରିପାରିବୁ । ଉତ୍ତେଜନା ପ୍ରଶମନ ଦିଗରେ ଏହା ପ୍ରଥମ ପଦକ୍ଷେପ ।

ପ୍ରଶ୍ନ-ମୀମାଂସା ଓ ମଧ୍ୟସ୍ଥତା କରିବାକୁ ଟ୍ରମ୍ପ୍‌ଙ୍କ ପ୍ରସ୍ତାବ ସଂପର୍କରେ କ’ଣ କହିବେ ?

ଅତୀତରେ ପାକିସ୍ତାନ କ୍ଷେତ୍ରରେ ମଧ୍ୟ ସେ ଅନୁରୂପ କଥା କହିଥିଲେ । ଏବେ ସେ ଦୁଇ ଦେଶ ଭିତରେ ମଧ୍ୟସ୍ଥତା କରିବାକୁ ଏବଂ ମୀମାଂସା କରିବା କଥା କହୁଛନ୍ତି । ଏହାକୁ ନେଇ ବେଜିଂ ନିଶ୍ଚିତ ଭାବରେ କ୍ଷୁବ୍‌ଧ ହୋଇଥିବ ଏବଂ ସେମାନେ ଏଭଳି କୌଣସି ବ୍ୟବସ୍ଥା ପାଇଁ ରାଜି ହେବେନାହିଁ, ଆମେ ବି ନୁହେଁ । ସେତିକିରେ ତାଙ୍କ ବିବୃତିର ପ୍ରାକୃତିକ ଅନ୍ତ ଘଟିଛି ।

ପ୍ରଶ୍ନ-ବିଶ୍ବ ମହାମାରୀର ପ୍ରାଦୁର୍ଭାବ ପ୍ରସଙ୍ଗରେ ଚୀନ୍‌କୁ ଆମେରିକା ଓ ୟୁରୋପ କୋଣଠେସା କରିଥିବା ବେଳେ ଚୀନ ସାମରିକ କାର୍ଯ୍ୟକଳାପ ବୃଦ୍ଧି କରିବାର ସମ୍ଭାବନା ଅଛି କି ?

ଚୀନ ଯଦି କିଛି କରେ, ତେବେ ଆମ ସେନା ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇବ ଏବଂ ଏହାର ଜବାବ ଦିଆଯିବ । ଅନ୍ୟଥା ଆମେ ଲଢ଼େଇ କରିବାକୁ ଚାହୁଁନାହୁଁ । ଆମେ କୂଟନୈତିକ ସ୍ତରରେ ବୁଝାମଣା କରି ସ୍ଥିତାବସ୍ଥା ଫେରାଇ ଆଣିବାକୁ ଚାହିଁବୁ, ଅର୍ଥାତ୍‌ ସେମାନେ ଯେଉଁଠି ଥିଲେ ସେଠାକୁ ଫେରିଯିବେ ଏବଂ ଆମେ ଯେଉଁଠି ଥିଲୁ ସେଠାକୁ ଫେରିଆସିବୁ । ଆଜି ସାରା ବିଶ୍ବରେ ଚୀନ ବିରୋଧୀ ମନୋଭାବ ପ୍ରକାଶ ପାଇଥିବା ବେଳେ, ସେମାନଙ୍କ ବୈଦେଶିକ ବ୍ୟାପାର ଗୁଇନ୍ଦା ସଂସ୍ଥାର ନୀତି ନିର୍ଦ୍ଧାରକମାନେ ସି ଜିନପିଙ୍ଗ ଏବଂ ପଲିଟ୍‌ବ୍ୟୁରୋକୁ ଏକ ରିପୋର୍ଟ ଦେଇଥିଲେ । ଏହି ରିପୋର୍ଟରେ ସମଗ୍ର ବିଶ୍ବରେ ପ୍ରକାଶ ପାଇଥିବା ଚୀନ୍‌ ବିରୋଧୀ ଆଭିମୁଖ୍ୟ ସଂପର୍କରେ ଉଲ୍ଲେଖ କରାଯାଇଥିଲା । ଏଭଳି ଚୀନ ବିରୋଧୀ ମନୋଭାବ ସୃଷ୍ଟି କ୍ଷେତ୍ରରେ ଯୁକ୍ତରାଷ୍ଟ୍ର ଆମେରିକା ନେତୃତ୍ବ ନେଉଛି ଏବଂ ଏହାକୁ ଉସୁକାଉଛି । ତେଣୁ ସେମାନେ ଚିନ୍ତାରେ ପଡ଼ିଯାଇଛନ୍ତି । କିନ୍ତୁ ଭାରତ ମଧ୍ୟ ବିଶ୍ବ ମହାମାରୀ ସହ ଲଢ଼େଇ କରୁଛି ଏବଂ ଫଳାଫଳ କ’ଣ ହେବ ତାହା ଆମେ ଜାଣିନୁ । ଆମେ ଅସୁବିଧାରେ ଥିବା ବେଳେ ସେମାନେ ଆମକୁ ଆଘାତ ଦେଇଛନ୍ତି । ତେଣୁ ସେଥିରୁ ସାଧାରଣରେ କେଉଁଭଳି ମନୋଭାବ ଜାତ ହେବ ତାହା ସେମାନେ ହୃଦୟଙ୍ଗମ କରିବେ । ଏହା ଦ୍ବାରା ଏଠାରେ ସେମାନଙ୍କ ସହ କେହି ବନ୍ଧୁତା ରଖିବେ ନାହିଁ । ସେମାନେ ଅନ୍ୟାନ୍ୟ ଦେଶ ସହିତ ମଧ୍ୟ ଅନୁରୂପ ବ୍ୟବହାର କରୁଛନ୍ତି । ସେମାନେ ଭାବୁଛନ୍ତି, ସେମାନଙ୍କୁ ପ୍ରତିଆକ୍ରମଣ କରିବାକୁ କେହି ଯୋଗ୍ୟ ନୁହଁନ୍ତି । ଭାରତୀୟ ସେନାରେ କୋଭିଡ ସଂକ୍ରମଣ ବ୍ୟାପିଛି ବୋଲି ସେମାନେ କହିଥିଲେ । କିନ୍ତୁ ତାହା ବାସ୍ତବତାଠାରୁ ବହୁ ଦୂରରେ ।

ପ୍ରଶ୍ନ- ନିଜେ ସମ୍ମୁଖୀନ ହୋଇଥିବା ଆଭ୍ୟନ୍ତରୀଣ ଏବଂ ବାହ୍ୟ ଆହ୍ବାନରୁ ଦୃଷ୍ଟି ହଟାଇବା ଲାଗି ସି ଜିନ୍‌ପିଙ୍ଗ ଏଲ୍‌ଏସିରେ ମୁହାଁମୁହିଁ ସ୍ଥିତି ଉତ୍ପନ୍ନ କରାଇବାର କୌଶଳ ଅବଲମ୍ବନ କରୁଛନ୍ତି କି ?

ଚୀନ୍‌ ପାଇଁ ଏହାର ଆଭ୍ୟନ୍ତରୀଣ ନୀତି ବେଶ୍‌ ଗୁରୁତ୍ବପୂର୍ଣ୍ଣ । ସି ଜିନ୍‌ପିଙ୍ଗ ଅତ୍ୟଧିକ ଚାପରେ ରହିଛନ୍ତି । ଚୀନର ଲୋକେ ସି ଜିନ୍‌ପିଙ୍ଗ ଏବଂ କମ୍ୟୁନିଷ୍ଟ ପାର୍ଟିର ନାଁ ଧରି ସେମାନଙ୍କୁ ପ୍ରକାଶ୍ୟରେ ସମାଲୋଚନା କରିବା ଏବଂ ତାଙ୍କୁ କ୍ଷମତାରୁ ଓହରି ଯିବା ପାଇଁ ଦାବି କରିବା ପ୍ରାୟତଃ ଏକ ଅଭୂତପୂର୍ବ ଘଟଣା । ଗତ 20 ବର୍ଷ ଭିତରେ ଚୀନରେ କ୍ଷମତାସୀନ ଜଣେ ନେତା ଏଭଳି ସମୋଲୋଚନାର ଶରବ୍ୟ ହେବା ଆମେ ଦେଖି ନଥିଲୁ । ଏମିତି କି ଟିଆନାମେନ ଘଟଣା ସମୟରେ ବି ଡେଙ୍ଗ ଜିଆଓପେଙ୍ଗଙ୍କୁ ନାଁ ଧରି ସମାଲୋଚନା କରାଯାଇ ନଥିଲା, ବରଂ ଆଳଙ୍କରିକ ଢଙ୍ଗରେ ତାଙ୍କ ସଂପର୍କରେ ସୂଚାଇ ଦିଆଯାଇଥିଲା । ଏହା ନିହାତି ଅସ୍ବାଭାବିକ କଥା ଯେ, ବର୍ତ୍ତମାନ ତାଙ୍କୁ ସମାଲୋଚନା କରୁଥିବା ଲୋକେ ସାମାଜିକ ଗଣମାଧ୍ୟମ ଜରିଆରେ ଏହା କରୁଛନ୍ତି ଏବଂ ସେମାନେ ଜାଣିଛନ୍ତି ଯେ, ସେମାନଙ୍କୁ ତୁରନ୍ତ ଚିହ୍ନଟ କରାଯାଇ ପାରିବ ଏବଂ ସେମାନଙ୍କ ପ୍ରତି ଦଣ୍ଡବିଧାନ କରାଯାଇପାରିବ । ଦ୍ବିତୀୟତଃ, ଚୀନ୍‌ରେ କେବଳ ଯେ ବେକାର ଲୋକଙ୍କ ସଂଖ୍ୟା 2 କୋଟିରୁ 7-8 କୋଟିରେ ପହଞ୍ଚିଥିବା କାରଣରୁ ଅର୍ଥନୀତି କ୍ଷେତ୍ରରେ ସୁଫଳ ପ୍ରଦାନରେ ସେଠାକାର ନେତୃତ୍ବ ବିଫଳ ହୋଇଛନ୍ତି ବୋଲି ଧାରଣା ବଢ଼ିବାରେ ଲାଗିଛି, ତାହା ନୁହେଁ, ବରଂ ମୁଣ୍ଡପିଛା ଆୟ ମଧ୍ୟ ବଢ଼ିନାହିଁ ଏବଂ ଖାଦ୍ୟ ସାମଗ୍ରୀର ଦରବୃଦ୍ଧି ମଧ୍ୟ ହୋଇଛି । ଏହା ବ୍ୟତୀତ, ଲୋକଙ୍କୁ ଯେଉଁ ଚୀନ ଗଠନର ପ୍ରତିଶ୍ରୁତି ଦିଆଯାଇଥିଲା, ସେହି ସ୍ବପ୍ନ ପୂରଣ ହୋଇପାରିନାହିଁ । 2049 ସୁଦ୍ଧା ଯୁକ୍ତରାଷ୍ଟ୍ର ଆମେରିକାକୁ ପଛରେ ନ ପକାଇଲେ ବି ଏହା ସହ ସମକକ୍ଷ ହେବା ସଂପର୍କରେ ଯାହା କୁହାଯାଇଥିଲା ତାହା ଫଳପ୍ରଦ ହେଲା ଭଳି ମନେହେଉନାହିଁ ଏବଂ ଚୀନର ନେତୃତ୍ବ ନିଜ ଲକ୍ଷ୍ୟରୁ ଦୂରେଇ ଯାଇଛନ୍ତି ବୋଲି ଲୋକେ ଅନୁଭବ କରୁଛନ୍ତି । ଚୀନର ସ୍ବପ୍ନ ଏବଂ 2049 ସଂପର୍କରେ ସେ ଯାହା କହିଥିଲେ, ସେହି ଦୃଷ୍ଟିକୋଣରୁ ସି ଜିନ୍‌ପିଙ୍ଗ ତାଙ୍କ ପ୍ରତିଷ୍ଠାକୁ ପୁନର୍ସ୍ଥାପିତ କରିବାକୁ ଚେଷ୍ଟା କରୁଛନ୍ତି । ସେ ଦେଖାଇ ଦେବାକୁ ଚାହୁଁଛନ୍ତି ଯେ, ସେ ଏବେ ବି ଶୀର୍ଷରେ ଅଛନ୍ତି ଏବଂ ଏହି ସ୍ବପ୍ନ ନିଶ୍ଚିତ ପୂରଣ ହେବ ଏବଂ ଏଥିରେ ଚୀନ୍‌ର କମ୍ୟୁନିଷ୍ଟ ପାର୍ଟି ପୁରୋଭାଗରୁ ନେତୃତ୍ବ ନେବ । ତେଣୁ ହଂକଂ ସଂପର୍କରେ ଚୀନର କଠୋର ଆଭିମୁଖ୍ୟ ଦେଖିବାକୁ ମିଳିଛି, ତାଇୱାନ ପ୍ରତି ମଧ୍ୟ କଡ଼ା ଦୃଷ୍ଟିକୋଣ ଏବଂ ଏ ସବୁ ଘଟଣା (ଏଲ୍‌ଏସିରେ ଉତ୍ତେଜନା) ଦେଖିବାକୁ ମିଳୁଛି । ବାସ୍ତବ ନିୟନ୍ତ୍ରଣ ରେଖାରେ ଯାହା ସବୁ ଆମେ ଦେଖୁଛୁ, ସେ ସବୁ ସଂପର୍କରେ ଉପର ସ୍ତରରୁ ଯୋଜନା ହୋଇଛି ଏବଂ ତାହା ଅନୁମୋଦିତ ହୋଇଛି । ଶୀର୍ଷ ନେତୃତ୍ବର ଅନୁମୋଦନ ବିନା ଏହା ସମ୍ଭବ ହୋଇପାରି ନଥାଆନ୍ତା । ୱେଷ୍ଟର୍ଣ୍ଣ ଥିଏଟର କମାଣ୍ଡର ଅନ୍ୟୂନ ତିନିଟି ସାମରିକ ଅଞ୍ଚଳ ବା ସବ୍‌ ଡିଷ୍ଟ୍ରିକ୍ଟ ଏଥିରେ ସଂପୃକ୍ତ ରହିଛନ୍ତି ।

ପ୍ରଶ୍ନ-ଅନୌପଚାରିକ ସମ୍ମିଳନୀ ଭଳି ନୂତନ ବ୍ୟବସ୍ଥାର ଆବଶ୍ୟକତା ଅଛି କି ? ସୀମା ସଂପର୍କରେ ବର୍ତ୍ତମାନ ପ୍ରଚଳିତ ଆଚରଣ ପ୍ରଥା ଅଦରକାରୀ ହୋଇପଡ଼ିଲାଣି କି ?

ଆମେ ଏସବୁ ପ୍ରଚଳିତ ବ୍ୟବସ୍ଥା ଏବଂ ଏଭଳି ଆହୁରି ଅଧିକ ବ୍ୟବସ୍ଥା କରିପାରିବା । କିନ୍ତୁ ଯଦି ଗୋଟିଏ ପକ୍ଷ ସେଗୁଡ଼ିକୁ ସମ୍ମାନ ନ ଦିଏ, ତେବେ ବି କିଛି କଥା ନାହିଁ । ତଥାପି ଆମେ ଆଚରଣ ବିଧି ସ୍ଥାପନ କରିବାକୁ ଚାହିଁବୁ, କାରଣ ଆଉ କିଛି ନଥିବା ସମୟରେ ଏହା ହିଁ ସବୁଠାରୁ ଉତ୍ତମ କଥା । ଏହା ଚୀନ୍‌ର ପ୍ରକୃତିଗତ ଚାଲ ଯେ ଉପର ସ୍ତରରେ ବୈଠକ କରି ନରମ କଥା କହିବାକୁ ଚେଷ୍ଟା କରିବା ଏବଂ କାର୍ଯ୍ୟକ୍ଷେତ୍ରରେ ଅଲଗା କିଛି କରିବା । ତେଣୁ ଯଥାର୍ଥରେ କେହି ଜଣେ ଏହାକୁ ‘ରଣନୀତିରେ ସ୍ଥିରତା ଏବଂ ଯୁଦ୍ଧକୌଶଳରେ ଉଗ୍ରଭାବ’ ବୋଲି କହିଛନ୍ତି । ଆମେ ବି ଦେଖୁଛୁ ଯେ ଏଠାରେ ଉଗ୍ର ମନୋଭାବ ରହିଛି ତ ସର୍ବୋଚ୍ଚ ସ୍ତରରେ ସଦୟଭାବ ଏବଂ ସ୍ମିତହାସ୍ୟ ପ୍ରଭୃତି ସ୍ଥାନ ପାଉଛି ।

ପ୍ରଶ୍ନ- ତାଇୱାନ୍‌, ବାଣିଜ୍ୟ ଏବ ତିବ୍ବତକୁ ନେଇ ଭାରତ ସୁବିଧାଜନକ ସ୍ଥିତିରେ ରହିବ କି ?

ଚୀନର ପ୍ରସ୍ତାବିତ ବେଲ୍ଟ ଆଣ୍ଡ ରୋଡ୍‌ ଇନିସିଏଟିଭ୍‌ ବା BRI ସମସ୍ୟା ଘେରରେ ରହିସାରିଲାଣି । ଏହି ପ୍ରସଙ୍ଗରେ ସି ଜିନ୍‌ପିଙ୍ଗଙ୍କୁ ସମାଲୋଚନା କରାଯାଇ ଆଜି ଉଦ୍‌ଯାପିତ ଇଣ୍ଟରନ୍ୟାସନାଲ ପିପୁଲ୍‌ସ କଂଗ୍ରେସରେ ଯୋଗ ଦେଇଥିବା ସମସ୍ତ 2000 ପ୍ରତିନିଧିଙ୍କୁ ସମ୍ବୋଧିତ କରି ଲେଖାଯାଇଥିବା ଏକ ଖୋଲା ଚିଠି ବଣ୍ଟନ କରାଯାଇଛି । ଏହି ପ୍ରକଳ୍ପର ଖର୍ଚ୍ଚ କାହା ଦ୍ବାରା ଅନୁମୋଦିତ ହୋଇଛି ବୋଲି କେହି ଜଣେ ପ୍ରଶ୍ନ କରିଛନ୍ତି । ଚୀନ ନିଜେ ତାଇୱାନ ସହ ସଂପର୍କ ରଖିଛି ଏବଂ ବାଣିଜ୍ୟ କାରବାର କରୁଛି । ଅର୍ଥନୈତିକ ଦୃଷ୍ଟିରୁ ଏହା ଏକ ସୁଯୋଗ ଥିଲା, ଯାହାର ସଂପୂର୍ଣ୍ଣ ଉପଯୋଗ କରିବାରେ ଏବଂ ଫାଇଦା ନେବାରେ ଆମେ ବିଫଳ ହେଲୁ । ଚୀନ ସହ ଆମ ସଂପର୍କର ସ୍ଥିତିକୁ ଏଡ଼ାଇ ଯାଇ ଆମେ ଆମ ଫାଇଦା ପାଇଁ ଏହା କରିବା ଉଚିତ । ଉଚ୍ଚ ଗୁଣମାନର ପ୍ରଯୁକ୍ତି ସମେତ ଆମେ ସେଠାରୁ ଆହୁରି ଅନେକ ଲାଭ ପାଇପାରିବା ।

ପ୍ରଶ୍ନ-ପାକିସ୍ତାନ ସୀମାର ନିୟନ୍ତ୍ରଣ ରେଖା, କାଶ୍ମୀର ଉପତ୍ୟକା ଏବଂ ଚୀନ ସହ ବାସ୍ତବ ନିୟନ୍ତ୍ରଣ ରେଖା ମଧ୍ୟରେ କିଭଳି ସଂପର୍କ ରହିଛି ଏବଂ ଭାରତୀୟ ସେନା ପାଇଁ ଏହା କେତେ ଆହ୍ବାନ ସୃଷ୍ଟି କରିବ ?

ଜଣେ ନାଗରିକ ହିସାବରେ ଏହା ସ୍ବାଭାବିକ ଭାବେ ଚିନ୍ତାର ବିଷୟ । କାରଣ, ଏହା ଦ୍ବାରା ଶାନ୍ତି ଓ ସ୍ଥିରତା ରହିବ ନାହିଁ ଏବଂ ସେଠାକାର ଲୋକେ ପ୍ରଭାବିତ ହେବେ । ଚୀନ ଓ ପାକିସ୍ତାନ ଏକତ୍ରିତ ହୋଇ ପ୍ରକାଶ୍ୟ ଭାବରେ ଆମ ବିରୋଧରେ ଶତ୍ରୁଭାବାପନ୍ନ ସ୍ଥିତିରେ ରହିବାକୁ ଆମେ ଚାହିଁବୁ ନାହିଁ । କିନ୍ତୁ ଆମେ ଏଥିପାଇଁ ବେଶ୍‌ ପ୍ରସ୍ତୁତ ରହିଛୁ । ଆମ ସେନାମୁଖ୍ୟମାନେ କିଛି ଦିନ ହେଲା ଏହି ସ୍ଥିତି ସଂପର୍କରେ କହିଆସୁଛନ୍ତି ଏବଂ ଏହାର ଅର୍ଥ ଯେ ସେମାନେ ନିଶ୍ଚିତ ଭାବରେ ପ୍ରସ୍ତୁତି କରିଛନ୍ତି । କିନ୍ତୁ, ଆମେ ସମ୍ବିଧାନର 370 ଏବଂ 35ଏ ଧାରା ସଂଶୋଧନ କରିବା ଦିନଠାରୁ ଏବଂ ଆମ ଦେଶର ସଠିକ୍‌ ଭୌଗୋଳିକ ସୀମା ଦର୍ଶାଉଥିବା ମାନଚିତ୍ର ଜାରି କରିବା ପରଠାରୁ, ଚୀନ୍‌ ଅଧିକ ବ୍ୟତିବ୍ୟସ୍ତ ହୋଇପଡ଼ିଛି । ଅବଶ୍ୟ, ସେମାନଙ୍କର ଏବଂ ପାକିସ୍ତାନର ସ୍ବାର୍ଥ ଏକତ୍ରୀକୃତ, କିନ୍ତୁ ଏହି ଏକତ୍ରୀକରଣ ଏବେ ସ୍ପଷ୍ଟ ଭାବରେ ପରିଲକ୍ଷିତ ହେବାରେ ଲାଗିଛି । ତେଣୁ ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଚୀନ ଚାରି ଥର କାଶ୍ମୀର ପ୍ରସଙ୍ଗ ଉଠାଇଛି । ସେଥିରେ ଉଭୟଙ୍କ ପାଇଁ ଏକ ସାଧାରଣ କାରଣ ରହିଛି । ଏମିତି କି ଲଦାଖରେ ଅନୁପ୍ରବେଶ ଘଟଣା ବି ଏହା ସହ ସଂପର୍କିତ ବୋଲି ମନେ ହେଉଛି । କାରଣ, ଆମ ଦେଶ ପରିସରରେ ରହିଥିବା ପାକିସ୍ତାନ ଅଧିକୃତ କାଶ୍ମୀର, ଗିଲଗିଟ୍‌-ବାଲୋଚିସ୍ଥାନ ଭଳି ସ୍ଥାନରେ ଚୀନ-ପାକିସ୍ତାନ ଅର୍ଥନୈତିକ ସୀମା (CPEC) ଏବଂ ସମଗ୍ର ଚୀନ୍‌ର ଆର୍ଥିକ ଏବଂ ସାମରିକ ସ୍ବାର୍ଥ ରହିଛି । ସେମାନେ ଚିନ୍ତିତ ହୋଇପଡ଼ିଛନ୍ତି ଏବଂ ସେମାନଙ୍କ ସ୍ବାର୍ଥରେ ବାଧା ସୃଷ୍ଟିର ସମ୍ଭାବନାକୁ ଏଡ଼ାଇ ଯିବା ପାଇଁ କାରାକୋରମ ସମେତ ଏହି ବିସ୍ତୃତ ଅଞ୍ଚଳକୁ ନିଜ ଅକ୍ତିଆରରେ ରଖିବାକୁ ଚାହୁଁଛନ୍ତି ।

ସ୍ମିତା ଶର୍ମା, ନୂଆଦିଲ୍ଲୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.