ETV Bharat / bharat

ପିୟୁଷଙ୍କ ଦୃଢୋକ୍ତି: ଦୁର୍ଘଟଣା ଶୂନ୍ୟ ଓ ଉତ୍ତମ ରେଳ ସେବା - ପିୟୁଷ

ଦ୍ବିତୀୟ ଥର ପାଇଁ ରେଳମନ୍ତ୍ରୀ ଦାୟିତ୍ବ ଗ୍ରହଣ କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ ନିଜ କାର୍ଯ୍ୟକୁ ସୁଚାର ରୂପେ ତୁଲାଇବା ନେଇ କହିଛନ୍ତି ପିୟୁଷ ଗୋଏଲ।

ଫାଇଲ ଫଟୋ
author img

By

Published : May 31, 2019, 11:10 PM IST

ନୂଆଦିଲ୍ଲୀ: ପୁଣିଥରେ ରେଳ ମନ୍ତ୍ରାଳୟର କାର୍ଯ୍ୟଭାର ସମ୍ଭାଳିଛନ୍ତି ପିୟୁଷ ଗୋଏଲ। ତେବେ ଦ୍ବିତୀୟ ଥର ପାଇଁ ରେଳମନ୍ତ୍ରୀ ଭାବେ ଦାୟୀତ୍ୱ ମିଳିଥିବାରୁ ସେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ ନିଜ କାର୍ଯ୍ୟକୁ ସୁଚାର ରୂପେ ତୁଲାଇବା ନେଇ ସେ କହିଛନ୍ତି ।

ସେ ଏଥର ମାଲ ଏବଂ ଯାତ୍ରୀ ବ୍ୟବସାୟରେ ଦ୍ବିଗୁଣିତ ଲାଭ ନେଇ ମଧ୍ୟ ପ୍ରତିଶୃତି ଦେଇଛନ୍ତି । ଏହାସହ ରେଳ ଦୁର୍ଘଟଣାକୁ ଶୂନ୍ୟତମ ସ୍ତରରେ ପହଞ୍ଚାଇବା ପାଇଁ ମଧ୍ୟ କହିଛନ୍ତି ଗୋଏଲ।

ଏନେଇ ସେ କହିଛନ୍ତି, ଆମେ ସମସ୍ତେ ମିଶି ଭାରତୀୟ ରେଳସେବାକୁ ଉନ୍ନତି ସ୍ତରକୁ ନେଇ ପାରିବା। ସେହିପରି ଯାତ୍ରୀଙ୍କ ଅନୁଭବକୁ ଉତ୍ତମ କରିବା ନେଇ ମଧ୍ୟ ମତବ୍ୟକ୍ତ କରିଥିଲେ ଗୋଏଲ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.