ହାଇଦ୍ରାବାଦ: ମୂଷାଙ୍କୁ ତରଭୁଜ ପାଉଡର ଖାଇବାକୁ ଦେଲେ ହାନିକାରକ ସ୍ବାସ୍ଥ୍ୟ ସମସ୍ୟାରୁ ସେମାନଙ୍କୁ ରକ୍ଷା ମିଳିଥିଲା । ଏହି ଗବେଷଣାର ଫଳାଫଳ ପାଇବା ପରେ ଆଗକୁ ମନୁଷ୍ୟ ଶରୀରରେ ମଧ୍ୟ ଏହାକୁ ପ୍ରୟୋଗ କରାଯିବ। ଏହାକୁ ମନୁଷ୍ୟ ଭିତ୍ତିକ କ୍ଲିନିକାଲ ପରୀକ୍ଷା କହିପାରିବା।
ପ୍ରଥମେ 10ଟି ଦୁର୍ବଳ ମୂଷାଙ୍କୁ କମ୍ ଓ ଅଧିକ ଫ୍ୟାଟଯୁକ୍ତ ଖାଦ୍ୟ ଖାଇବାକୁ ଦେଲେ ଏହାପରେ ସେମାନଙ୍କୁ ତରଭୁଜକୁ ଡ୍ରାଏ କରି ଏହାର ପାଉଡର ଖାଇବାକୁ ଦିଆଗଲା। ଗବେଷଣା ଆରମ୍ଭରେ ସେମାନଙ୍କ ଓଜନ ଓ ସର୍କରାର ମାତ୍ରାକୁ ପରୀକ୍ଷା କରାଗଲା । ଯେଉଁ ମୂଷାଙ୍କୁ ଅଧିକ ଫ୍ୟାଟର ଖାଦ୍ୟ ଖାଇବାକୁ ଦିଆଯାଇ ତରଭୁଜ ପାଉଡର ଦିଆଗଲା, ସେମାନଙ୍କର ରକ୍ତରେ ଭଲ ଗ୍ଲୁକୋଜର ମାତ୍ରା ଦେଖିବାକୁ ମିଳିଲା।
ଗ୍ଲୁକୋଜର ମାତ୍ରା ଅଧିକ ରହିଲେ ଟାଇପ୍-2 ମଧୁମେହ ହୋଇଥାଏ। ଇନସୁଲିନକୁ ସଠିକ୍ ମାତ୍ରାରେ ବ୍ୟବହାର ହୋଇପାରେନି ଓ ହରମୋନ ଖାଦ୍ୟକୁ ଶକ୍ତିରେ ପରିବର୍ତ୍ତନ କରିଥାଏ । ଆମେରିକାରେ ଟାଇପ-2 ମଧୁମେହ ଏକ ସାଧାରଣ ରୋଗ। ତେବେ ତରଭୁଜ ପାଉଡର ଦେବା ଦ୍ବାରା ଶରୀରରେ ଅନେକ ଲାଭଦାୟକ ବ୍ୟାକ୍ଟେରିଆଙ୍କ ବଂଶ ବୃଦ୍ଧି ପାଇଥାଏ ଓ ଗ୍ଲୁକୋଜର ମାତ୍ରାକୁ ମଧ୍ୟ କମ୍ କରିଥାଏ।