ETV Bharat / bharat

କୋରେନା ଯୋଦ୍ଧାଙ୍କୁ ଆକ୍ରମଣ କଲେ ଏନଏସଏ ଆଧାରରେ ରୁଜୁ ହେବ ମାମଲା - up cm yogi orders to impose NSA

ଉତ୍ତର ପ୍ରଦେଶରେ ଚିକିତ୍ସା ବେଳେ ଅନେକ କୋରୋନା ଆକ୍ରାନ୍ତ ଡାକ୍ତରଙ୍କ ସହ ଖରାପ ବ୍ୟବହାର କରୁଥିବା ବେଳେ ପୋଲିସ ଉପରକୁ ଆକ୍ରମଣ ଅଭିଯୋଗ ଆସିଛି । ଆକ୍ରମଣକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

କୋରେନା ଯୋଦ୍ଧାଙ୍କୁ ଆକ୍ରମଣ କଲେ ଏନଏସଏ ଆଧାରରେ ରୁଜୁ ହେବ ମାମଲା

author img

By

Published : Apr 17, 2020, 7:02 AM IST

ଲକ୍ଷ୍ନୌ: କୋରୋନା ଯୋଦ୍ଧାଙ୍କ ସୁରକ୍ଷା ନେଇ କଡ଼ା ପଦକ୍ଷେପ ନେଇଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଚିକିତ୍ସା ବେଳେ ଅନେକ କୋରୋନା ଆକ୍ରାନ୍ତ ଡାକ୍ତରଙ୍କ ସହ ଖରାପ ବ୍ୟବହାର କରୁଥିବା ବେଳେ ପୋଲିସ ଉପରକୁ ଆକ୍ରମଣ ଅଭିଯୋଗ ଦେଖିବାକୁ ମିଳିଥିଲା । ଏହାପରେ ଯୋଗୀ ସରକାର ଆକ୍ରମଣକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଆକ୍ରମଣକାରୀଙ୍କ ବିରୋଧରେ ଏନଏସଏ ଆଧାରରେ ମାମଲା ରୁଜୁ ହେବ ବୋଲି ଯୋଗୀ ସରକାର ନିଷ୍ପତ୍ତି ନେଇଛନ୍ତି ।

ଉତ୍ତରପ୍ରଦେଶର ମୁରାଦାବାଦରେ ବୁଧବାର ପୋଲିସ ଓ ଡାକ୍ତରଙ୍କ ସହ ହିଂସା ହୋଇଥିବା ଦେଖିବାକୁ ମିଳିଥିଲା । ଗୁରୁବାର ସଂପୃକ୍ତ ଘଟଣାର ସମୀକ୍ଷା କରିବା ପରେ ଯୋଗୀ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ସେ କହିଛନ୍ତି ଡାକ୍ତର, ସ୍ବାସ୍ଥ୍ୟ କର୍ମଚାରୀ, ପୋଲିସଙ୍କ ବିରୋଧରେ ଆକ୍ରମଣ କଲେ ଜାତୀୟ ସୁରକ୍ଷା ଆଇନ (ଏନଏସଏ) ବିପର୍ଯ୍ୟୟ ପରିଚାଳନା ଆଇନ ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ସୂଚନାଯୋଗ୍ୟ, ବୁଧବାର ସ୍ଥାନୀୟ ଲୋକମାନେ ମୁରାଦାବାଦରେ କୋରୋନା ସନ୍ଦିଗ୍ଧ କରିବାକୁ ଆସିଥିବା ପୋଲିସ ଏବଂ ସ୍ବାସ୍ଥ୍ୟ କର୍ମଚାରୀଙ୍କ ସ୍କ୍ବାର୍ଡ ଉପରେ ପଥର ଫିଙ୍ଗିଥିଲେ । ଆମ୍ବୁଲାନ୍ସ ଏବଂ ପୋଲିସ ଗାଡି ଏଥିରେ କ୍ଷତିଗ୍ରସ୍ତ ହୋଇଥିଲା । ସମୀକ୍ଷା ବୈଠକ ପରେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ଯେ, ସରକାରୀ ସମ୍ପତ୍ତିରେ ହୋଇଥିବା କ୍ଷତି ଆକ୍ରମଣକାରୀ ଭରିବେ । ଜୋରିମାନା ଆଦାୟ କରଯିବ ନହେଲେ ଆକ୍ରମଣକାରୀଙ୍କ ସମ୍ପତ୍ତି ଜବରଦଖଲ କରାଯିବ । ଏହାବାଦ ସେ ଆହୁରି କହିଛନ୍ତି କୋରୋନା ଭାଇରସକୁ ନେଇ ଯିଏ ତଥ୍ୟ ଲୁଚାଇବା ସେ ମଧ୍ୟ ଅପରାଧ । ଏପରି ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍ ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.