ETV Bharat / bharat

କୋରୋନା କଟକଣା ସହ କେରଳରେ ଖୋଲିଲା ପର୍ଯ୍ୟଟନସ୍ଥଳୀ

author img

By

Published : Oct 12, 2020, 1:12 PM IST

ବିଶ୍ୱକୁ କୋରୋନା କବଳିତ କରିବା ଦିନଠୁ ସମସ୍ତ ପର୍ଯ୍ୟଟନସ୍ଥଳୀକୁ ଦୀର୍ଘ 7 ମାସ ହେବ ବନ୍ଦ କରାଯାଇଥିଲା । ସୋମବାରଠୁ କେରଳରେ କୋରେନା ଗାଇଡଲାଇନକୁ ମାନି ପର୍ଯ୍ୟଟନସ୍ଥଳୀଗୁଡିକୁ ଖୋଲା ଯାଇଛି । ଅଧିକ ପଢନ୍ତୁ...

Tourist destinations, except beaches reopened today in kerala
କୋରୋନା କଟକଣା ସବ କେରଳରେ ଖୋଲିଲା ପର୍ଯ୍ୟଟନସ୍ଥଳୀ

ଥିରୁଅନନ୍ତପୁରମ: ବିଶ୍ବରେ କୋରୋନା ଆତଙ୍କ ଖେଳାଇବା ଦିନଠୁ ଦେଶରେ ସମସ୍ତ ପର୍ଯ୍ୟଟନ ସ୍ଥଳୀକୁ 6 ମାସ ହେବ ବନ୍ଦ କରିଦିଆଯାଇଥିଲା । ଦୀର୍ଘ 7 ମାସ ପରେ ସୋମବାରଠୁ କେରଳର ସମସ୍ତ ବେଳାଭୂମି ସମେତ ପର୍ଯ୍ୟଟନ ସ୍ଥଳୀକୁ ପର୍ଯ୍ୟଟକଙ୍କ ପାଇଁ ପୁନଃ ଖୋଲା ଯାଇଛି ।

କୋରୋନା କାରଣରୁ ଲୋକଙ୍କ ସ୍ବାସ୍ଥ୍ୟବସ୍ଥାକୁ ଦୃଷ୍ଟିରେ ରଖି ସରକାର ସବୁ ପର୍ଯ୍ୟଟନସ୍ଥଳୀକୁ ବନ୍ଦ କରିବାକୁ ଘୋଷଣା କରିଥିଲେ । 6 ମାସ ପରେ କୋରୋନା ଗାଇଡଲାଇନକୁ ମାନିବା ସହ କେରଳ ସରକାର ରାଜ୍ୟର ସମସ୍ତ ପର୍ଯ୍ୟଟନସ୍ଥଳୀକୁ ଖେଲାଯାଇଛି । ପ୍ରଥମ ପର୍ଯ୍ୟାୟରେ ଦର୍ଶକଙ୍କୁ ସଫାରି, ସ୍ପିଡ ଡଙ୍ଗା ଓ ପାର୍ବତ୍ୟ ଅଞ୍ଚଳକୁ ଯିବାକୁ ଅନୁମତି ମିଳିଛି । ଦ୍ବିତୀୟ ପର୍ଯ୍ୟାୟରେ ନଭେମ୍ବର 1ରୁ ପର୍ଯ୍ୟଟକଙ୍କୁ ବେଳାଭୂମିକୁ ଅନୁମତି ଦିଆଯିବ ।

ସମସ୍ତ ଘରୋଇ ପର୍ଯ୍ୟଟକଙ୍କୁ ରାଜ୍ୟର କୋଭିଡ-19 ଜଗରଥ ପୋର୍ଟାଲରେ ନାମ ପଞ୍ଜିକରଣ କରିବା ସବ କୋଭିଡ ନିୟନକୁ ମାନିବାକୁ ପଡିବ । ପର୍ଯ୍ୟଟକଙ୍କୁ ମାସ୍କ ପିନ୍ଧିବା, ଦୁଇ ମିଟରର ସାମାଜିକ ଦୂରତା ରକ୍ଷା କରିବା ସହ ସାନିଟାଇଜର ବ୍ୟବହାର କରିବାକୁ ପଡିବ ବୋଲି ପର୍ଯ୍ୟଟକ ବିଭାଗ ପକ୍ଷରୁ କୁହାଯାଇଛି । ପର୍ଯ୍ୟଟନସ୍ଥଳୀରେ ସାତ ଦିନରୁ ଅଧିକ ଦିନ ରହିବାକୁ ଯୋଜନା କରୁଥିବା ପର୍ଯ୍ୟଟକଙ୍କୁ କୋଭିଡ଼ ପରୀକ୍ଷା ବାଧ୍ୟତାମୂଳକ କରାଯାଇଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.