ETV Bharat / bharat

ଆଜି ପବିତ୍ର ଧନତେରାସ: ଜାଣନ୍ତୁ ଏହି ପବିତ୍ର ଦିନର ମହତ୍ତ୍ବ - ଧନତେରାସରେ କିଣନ୍ତୁ ଏହିସବୁ ଧାତୁ

ଆଜି ପବିତ୍ର ଧନତେରାସ । ଆଜି ଭଳି ପବିତ୍ର ଦିନରେ ସୁନାରୂପା କିଣି ଘରକୁ ଆଣିଲେ ମାଆ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି।

ଫାଇଲ ଫଟୋ
author img

By

Published : Oct 25, 2019, 10:03 AM IST

ହାଇଦ୍ରାବାଦ: ଆଜି ପବିତ୍ର ଧନତେରାସ । କାର୍ତ୍ତିକ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥିକୁ ଧନ ତ୍ରୟୋଦଶୀ କୁହାଯାଇଥାଏ। ଏହାକୁ ଧନତେରାସ ମଧ୍ୟ କୁହାଯାଏ। ଧନତେରାସ ଅର୍ଥ ଧନ ବର୍ଷାର ଦିନ। ଏହି ଦିନ ଯମରାଜ, ଲକ୍ଷ୍ମୀ, ଧନ୍ବନ୍ତରୀଙ୍କ ସହ କୁବେରଙ୍କୁ ପୂଜା କରାଯାଏ । ଏହି ତିଥି ଅତ୍ୟନ୍ତ ଶୁଭ ଏବଂ ଏହି ଦିନ ଅର୍ଥ ଓ ଧନଲାଭର ସୁଯୋଗ ମିଳିଥାଏ ବୋଲି ମାନ୍ୟତା ରହିଛି । ବିଶ୍ବାସ ଅଛି ଯେ, ଏଭଳି ପବିତ୍ର ଦିନରେ ସୁନାରୁପା କିଣି ଘରକୁ ଆଣିଲେ ମାଆ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ।

ଶାସ୍ତ୍ର, ପୁରାଣ ଅନୁଯାୟୀ ସମୁଦ୍ର ମନ୍ଥନ ସମୟରେ ଅନ୍ୟ ଦୁର୍ଲଭ ଏବଂ ମୂଲ୍ୟବାନ ବସ୍ତୁ ବ୍ୟତୀତ ଶରଦ ପୂର୍ଣ୍ଣିମା ଦିନ ଚନ୍ଦ୍ର, କାର୍ତ୍ତିକ ଦ୍ବାଦଶୀ ଦିନ କାମଧେନୁ ଗାଈ, ତ୍ରୟୋଦଶୀ ଦିନ ଧନ୍ବନ୍ତରୀ ଏବଂ କାର୍ତ୍ତିକ ମାସର ଅମବାସ୍ୟା ତିଥିରେ ଭଗବତୀ ମାଆ ଲକ୍ଷ୍ମୀଙ୍କ ଅବତରଣ ହୋଇଥିଲା । ଏହି କାରଣରୁ ଦୀପାବଳି ଦିନ ଲକ୍ଷ୍ମୀ ପୂଜା ଏବଂ ଏହାର ପୂର୍ବ ତ୍ରୟୋଦଶୀ ଦିନ ଭଗବାନ ଧନ୍ବନ୍ତରୀଙ୍କ ଜନ୍ମ ଦିବସ ଧନତେରାସ ରୂପେ ପାଳନ କରାଯାଇଥାଏ ।

ଭଗବାନ ଧନ୍ବନ୍ତରୀଙ୍କୁ ଭଗବାନ ନାରାୟଣଙ୍କ ଏକ ରୂପ କୁହାଯାଇଥାଏ । ତାଙ୍କର ଚାରି ହସ୍ତରୁ 2ଟି ହସ୍ତରେ ଶଙ୍ଖ ଓ ଚକ୍ର ଧାରଣ କରିଥାନ୍ତି । ଅନ୍ୟ ଦୁଇ ହସ୍ତରେ ଔଷଧ ସହ ଅମୃତ କଳସ ଧାରଣ କରିଥାନ୍ତି । ମାନ୍ୟତା ରହିଛି ଅମୃତ କଳସ ପିତ୍ତଳରେ ପ୍ରସ୍ତୁତ ହୋଇଥାଏ । କାରଣ ପିତ୍ତଳ ଭଗବାନ ଧନ୍ବନ୍ତରୀଙ୍କ ପ୍ରିୟ ଧାତୁ । ଏହି କାରଣରୁ ଅଧିକାଂଶ ଲୋକମାନେ ଭଗବାନ ଧନ୍ବନ୍ତରୀଙ୍କ ଜନ୍ମଦିବସ ଅର୍ଥାତ ଧନତେରାସରେ ପିତ୍ତଳ ବାସନ କିଣିଥାନ୍ତି ।

ସେହିଭଳି ଏହି ଦିନ ଧାତୁରେ ତିଆରି ହୋଇଥିବା ବସ୍ତୁ କିଣିବାର ମଧ୍ୟ ମହତ୍ବ ରହିଛି । ସୁନା, ଚାନ୍ଦି, ପିତ୍ତଳ, କଂସା ଆଦି ଧାତୁ କିଣିଲେ ଶୁଭ ବୋଲି ମାନ୍ୟତା ରହିଛି । ଏହି ଦିନ କିଣାଯାଇଥିବା ଯେକୌଣସି ବସ୍ତୁ ଶୁଭ ଫଳ ପ୍ରଦାନ କରିଥାଏ । ତେବେ ଧନତେରାସ ଦିନ ଝାଡୁ କିଣିଲେ ଏହା ଶୁଭ ହୋଇଥାଏ । କିନ୍ତୁ କୌଣସି ଲୁହା ଜାତୀୟ ଧାତୁ ଠାରୁ ଏହି ଦିନ ଦୂରରେ ରହିବା ଉଚିତ୍।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.