ETV Bharat / bharat

ବଙ୍ଗ ନାଁ ବଦଳିବା ପ୍ରସଙ୍ଗ: ରାଜ୍ୟସଭା ମହାସଚିବଙ୍କୁ ଚିଠି ଲେଖିଲେ ଟିଏମସି ସାଂସଦ - MP

ଜୋର ଧରିଲା ୱେଷ୍ଟବେଙ୍ଗଲ ନାମ ପରିବର୍ତ୍ତନ ପ୍ରସଙ୍ଗ । ରାଜ୍ୟସଭାରେ ଏ ପ୍ରସଙ୍ଗରେ ଆଲୋଚନା କରିବାକୁ ରାଜ୍ୟସଭା ମହାସଚିବଙ୍କୁ ଚିଠି ଲେଖିଲେ ଟିଏମସି ସାଂସଦ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@ANI
author img

By

Published : Jun 27, 2019, 8:32 PM IST

Updated : Jun 27, 2019, 9:03 PM IST

ନୂଆଦିଲ୍ଲୀ: ପୁଣି ଜୋର ଧରିଲା ୱେଷ୍ଟବେଙ୍ଗଲ ନାମ ପରିବର୍ତ୍ତନ ପ୍ରସଙ୍ଗ । ରାଜ୍ୟସଭାରେ ଏ ପ୍ରସଙ୍ଗରେ ଆଲୋଚନା କରିବାକୁ ରାଜ୍ୟସଭା ମହାସଚିବଙ୍କୁ ଚିଠି ଲେଖିଲେ ଟିଏମସି ସାଂସଦ । ସାଂସଦ ଶୁଖେନ୍ଦୁ ଶେଖର ରଏ ଏନେଇ ମହାସଚିବ ଦେଶ୍‌ ଦୀପକ ବର୍ମାଙ୍କୁ ଚିଠି ଲେଖିଛନ୍ତି । ଏହା ସହ ସେ କହିଛନ୍ତି ରାଜ୍ୟର ନାମ ବିଧାନସଭାରେ ପାରିତ ହୋଇଥିବା ‘ବଙ୍ଗଳା’ ନାମ ରଖାଯାଉ ।

ସୂଚନାଥାଉକି, 2016 ଅଗଷ୍ଟ ମାସରେ ୱେଷ୍ଟବେଙ୍ଗଲ ବିଧାନସଭାରେ ରାଜ୍ୟର ନାମ ‘ବଙ୍ଗଳା’ ନାମ କରିବାକୁ ଏକ ପ୍ରସ୍ତାବ ପାରିତ ହୋଇଥିଲା । ତେବେ ସେ ସମୟରେ କେନ୍ଦ୍ର ସରକାର ରାଜ୍ୟସରକାରଙ୍କ ଏହି ପ୍ରସ୍ତାବକୁ କର୍ଣ୍ଣପାତ କରିନଥିଲେ ।

ଏହାଛଡା 2011 ମସିହାରେ ୱେଷ୍ଟବେଙ୍ଗଲ ନାମକୁ ପରିବର୍ତ୍ତନ କରି ପଶ୍ଚିମବଙ୍ଗ କରିବାକୁ ମଧ୍ୟ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା । ତେବେ ଏହାକୁ ଗ୍ରୀନ ସିଗନାଲ ମିଳିନଥିଲା ।

ରାଜ୍ୟର ନାମ ପରିବର୍ତ୍ତନର ମୁଖ୍ୟ କାରଣ ହେଲା ଯେତେବେଳେ ସବୁ ରାଜ୍ୟକୁ ନେଇ ଯେକୌଣସି ବୈଠକ ବସୁଛି ଅକ୍ଷର ଦୃଷ୍ଟିରୁ ୱେଷ୍ଟବେଙ୍ଗଲର ପାଳି ସଭା ଶେଷରେ ପଡୁଛି ।

Intro:Body:

sdg


Conclusion:
Last Updated : Jun 27, 2019, 9:03 PM IST

For All Latest Updates

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.