ETV Bharat / entertainment

ମନ ଜିତିଲା 'ଗେମ୍ ଚେଞ୍ଜର', ପ୍ରଥମ ଦିନରେ ସେଞ୍ଚୁରୀ ମାରିଲା ରାମ ଚରଣଙ୍କ ଫିଲ୍ମ - GAME CHANGER COLLECTION DAY 1

ଦର୍ଶକଙ୍କ ମନ ଜିତିଲା ରାମ ଚରଣଙ୍କ ଫିଲ୍ମ 'ଗେମ୍ ଚେଞ୍ଜର' । ବ୍ଲକବଷ୍ଟର ଓପନିଂ ସହ ସାରା ବିଶ୍ୱରେ ୧୦୦ କୋଟିରୁ ଅଧିକ ରୋଜଗାର କରିଛି ।

Game Changer Box Office Collection Day 1
Game Changer Box Office Collection Day 1 (film poster)
author img

By ETV Bharat Entertainment Team

Published : Jan 11, 2025, 9:47 AM IST

ହାଇଦ୍ରାବାଦ: ମକର ସଂକ୍ରାନ୍ତି-ପୋଙ୍ଗଲ ଅବସରରେ ମୁକ୍ତିଲାଭ କରିଥିବା ରାମ ଚରଣ ଏବଂ କିଆରା ଆଡଭାନୀଙ୍କ ଫିଲ୍ମ 'ଗେମ୍ ଚେଞ୍ଜର' ବକ୍ସ ଅଫିସରେ ଧମାକା କରିଛି । ଏହି ଫିଲ୍ମ ଦର୍ଶକଙ୍କ ମନ ଜିତିଥିବା ବେଳେ ବକ୍ସ ଅଫିସରେ ବ୍ଲକବଷ୍ଟର ଏଣ୍ଟ୍ରି କରିଛି। ପ୍ରାରମ୍ଭିକ ଆକଳନ ଅନୁଯାୟୀ, ରାମ ଚରଣ ଅଭିନୀତ ଏହି ଚଳଚ୍ଚିତ୍ରଟିର ପ୍ରଥମ ଦିନ ବହୁତ ଭଲ ପ୍ରତିକ୍ରିୟା ସହ ଭଲ ବ୍ୟବସାୟ କରିଛି ।ପ୍ରଥମ ଦିନରେ ଏହା ୧୦୦ କୋଟି ଟଙ୍କା ରୋଜଗାର କରି ସାରା ବିଶ୍ୱରେ ଏକ ବ୍ଲକବଷ୍ଟର ଓପନିଂ କରିଛି । ସେହିପରି ଭାରତରେ ମଧ୍ୟ 50 କୋଟି ଟଙ୍କା ଅତିକ୍ରମ କରିବାରେ ସଫଳ ହୋଇଛି। ହେଲେ ଏହା ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ 'ପୁଷ୍ପା 2' ଏବଂ ଜୁନିଅର ଏନଟିଆରଙ୍କ ଫିଲ୍ମ 'ଦେବରା: ପାର୍ଟ 1'ର ରେକର୍ଡ ଭାଙ୍ଗିପାରିନାହିଁ।

'ଗେମ ଚେଞ୍ଜର' ପ୍ରଥମ ଦିନ କଲେକ୍ସନ

ସାକନିକଙ୍କ ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, 'ଗେମ୍ ଚେଞ୍ଜର' ପ୍ରଥମ ଦିନରେ ଭାରତରେ 51.25 କୋଟି ଟଙ୍କା ଆୟ କରିଛି। ରିପୋର୍ଟ ଅନୁସାରେ, ରାମ ଚରଣ ଅଭିନୀତ ଏହି ଫିଲ୍ମଟି ତେଲୁଗୁ ଭାଷାରେ ସର୍ବାଧିକ ରୋଜଗାର କରିଛି। ଏହା ତେଲୁଗୁ ସଂସ୍କରଣରେ 42 କୋଟି ଟଙ୍କା କଲେକ୍ସନ କରିଛି ଏବଂ ତାମିଲରେ ଏହା 2.1 କୋଟି ଟଙ୍କା, ହିନ୍ଦୀରେ 7 କୋଟି ଟଙ୍କା, ମାଲାୟଲମ ଏବଂ କନ୍ନଡରେ ଏହା ଯଥାକ୍ରମେ 5 ଲକ୍ଷ ଏବଂ 1 ଲକ୍ଷ ଟଙ୍କା ବ୍ୟବସାୟ କରିଛି । ରିପୋର୍ଟ ଅନୁଯାୟୀ, 'ଗେମ ଚେଞ୍ଜର' ସାରା ଭାରତରେ ତେଲୁଗୁ ଭାଷାରେ 3863ଟି ଶୋ ପାଇଛି । ତାମିଲରେ ପ୍ରାୟ 650ଟି ଶୋ ଏବଂ ହିନ୍ଦୀରେ 2485ଟି ଶୋ ଥିଲା । ଏହି ଚଳଚ୍ଚିତ୍ରଟି କିଛି ନିର୍ଦ୍ଦିଷ୍ଟ ଥିଏଟରରେ 2D ଏବଂ IMAX 2D ରେ ମୁକ୍ତିଲାଭ କରିଛି ।

'ଗେମ୍ ଚେଞ୍ଜର' ପ୍ରଥମ ଦିନ ବିଶ୍ୱବ୍ୟାପୀ କଲେକ୍ସନ

ଫିଲ୍ମ ଇଣ୍ଡଷ୍ଟ୍ରି ଟ୍ରାକର ମନୋବାଲା ବିଜୟବାଲନ ରାମ ଚରଣଙ୍କ ନୂତନ ଫିଲ୍ମର ବିଶ୍ୱବ୍ୟାପୀ କଲେକ୍ସନ ରିପୋର୍ଟ ସେୟାର କରିଛନ୍ତି। ତାଙ୍କ ଅଫିସିଆଲ୍‌ ଏକ୍ସରେ ପୋଷ୍ଟଟି ସେୟାର କରି ସେ ଲେଖିଛନ୍ତି, 'ଗେମ୍ ଚେଞ୍ଜର ବିଶ୍ୱବ୍ୟାପୀ ବକ୍ସ ଅଫିସରେ ୧୦୦ କୋଟି ଟଙ୍କାରୁ ଅଧିକ ବ୍ୟବସାୟ କରିଛି।'

'ପୁଷ୍ପା 2', 'ଦେବରା' ରେକର୍ଡ ଭାଙ୍ଗିପାରିଲା ନାହିଁ

'ଗେମ୍ ଚେଞ୍ଜର' 'ପୁଷ୍ପା 2' ଏବଂ 'ଦେବରା' ରେକର୍ଡ ଭାଙ୍ଗିପାରିଲା ନାହିଁ । 'ଗେମ୍ ଚେଞ୍ଜର' ହୁଏତ ସାରା ବିଶ୍ୱରେ 100 କୋଟି ଟଙ୍କାରୁ ଅଧିକ ଆୟ କରି ରେକର୍ଡ ଭାଙ୍ଗିଛି, କିନ୍ତୁ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ 'ପୁଷ୍ପା 2' ଏବଂ ଜୁନିଅର ଏନଟିଆରଙ୍କ 'ଦେବରା' ରେକର୍ଡ ଭାଙ୍ଗିପାରିଲା ନାହିଁ । 'ପୁଷ୍ପା 2' ସାରା ବିଶ୍ୱରେ ପ୍ରଥମ ଦିନ 294 କୋଟି ଟଙ୍କା ଆୟ କରିଥିବା ବେଳେ ଭାରତରେ ଏହା 175 କୋଟି ଟଙ୍କା ବ୍ୟବସାୟ କରିଥିଲା। ସେହିପରି 'ଦେବରା' ୧୭୨ କୋଟି ଟଙ୍କା ସହ ବିଶ୍ୱବ୍ୟାପୀ ବକ୍ସ ଅଫିସରେ ଆୟ କରିଥିବା ବେଳେ ଘରୋଇ ବକ୍ସ ଅଫିସରେ ୭୭ କୋଟି ଟଙ୍କା ରୋଜଗାର କରିଥିଲା ।

ଏହା ମଧ୍ୟ ପଢନ୍ତୁ: ରାମ ଚରଣ-ଜାହ୍ନବୀଙ୍କ 'RC16' ସୁଟିଂ ଆରମ୍ଭ, ମା' ଚାମୁଣ୍ଡେଶ୍ୱରୀଙ୍କ ଆଶୀର୍ବାଦ ନେଲେ ନିର୍ଦ୍ଦେଶକ

'ଗେମ ଚେଞ୍ଜର' ବିଷୟରେ କହିବାକୁ ଗଲେ, ଶ୍ରୀ ଭେଙ୍କଟେଶ୍ୱର କ୍ରିଏସନ୍ ଦ୍ୱାରା ନିର୍ମିତ କରିଥିବା ବେଳେ ଏଥିରେ ରାମ ଚରଣଙ୍କ ବ୍ୟତୀତ କିଆରା ଆଡଭାନୀ, ଅଞ୍ଜଲି, ଏସ.ଜେ ସୂର୍ଯ୍ୟ, ଶ୍ରୀକାନ୍ତ, ଜୟରାମ, ସୁନୀଲ, ସାମୁଥିରକାନି ଏବଂ ନାସରଙ୍କୁ ପ୍ରମୁଖ କଳାକାର ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ । ରାମ ଚରଣଙ୍କ 'ଗେମ୍ ଚେଞ୍ଜର'ର ରନ୍ ସମୟ ହେଉଛି 2 ଘଣ୍ଟା 45 ମିନିଟ୍ । ନିର୍ଦ୍ଦେଶକ ଶଙ୍କର ଏହାର ନିର୍ଦ୍ଦେଶନା ଦେଇଛନ୍ତି । ଯିଏ ପୂର୍ବରୁ 'ହିନ୍ଦୁସ୍ତାନୀ', 'ଇଣ୍ଡିଆନ୍ ୨', 'ଅପରିଚିତ', 'ରୋବଟ୍' ଭଳି ହିଟ୍ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.