ନୂଆଦିଲ୍ଲୀ: ନିର୍ଭୟା ଦୋଷୀଙ୍କୁ ଫାଶୀ ଦେବା ପାଇଁ ତିହାର ଜେଲ କର୍ତ୍ତୃପକ୍ଷ ଜହ୍ଲାଦ ପବନଙ୍କୁ ଆମନ୍ତ୍ରିତ କରିଛନ୍ତି । ଫେବୃଆରୀ 1 ତାରିଖରେ 4 ଜଣ ଦୋଷୀଙ୍କୁ ଫାଶୀ ଦିଆଯିବ ବୋଲି ଡେଥୱାରେଣ୍ଟ ବାହାରିଥିବାରୁ ଜହ୍ଲାଦ ପବନଙ୍କୁ ଜାନୁଆରୀ 31 ଓ ଫେବୃଆରୀ 1 ତାରିଖ ଦୁଇଦିନ ପାଇଁ ଆମନ୍ତ୍ରିତ କରିଛନ୍ତି ଜେଲ କର୍ତ୍ତୃପକ୍ଷ ।
ପୂର୍ବରୁ ମିରଟର ଏହି ଜହ୍ଲାଦ ପବନ 4 ଦୋଷୀଙ୍କୁ ଫାଶୀରେ ଝୁଲାଇବା ଲାଗି ପ୍ରସ୍ତୁତ ଥିବା କହିଥିଲେ । ତେବେ ପୂର୍ବରୁ ଜାନୁଆରୀ 22 ତାରିଖ ପାଇଁ ଡେଥ ୱାରେଣ୍ଟ ଜାରି ହୋଇଥିବାବେଳେ ଦିଲ୍ଲୀ କୋର୍ଟ ନୂଆ ଡେଥ ୱାରେଣ୍ଟ ଜାରି କରି ଫେବୃଆରୀ 1 ତାରିଖ ସକାଳ 6ଟା ପାଇଁ ଧାର୍ଯ୍ୟ କରିଛନ୍ତି । ଏହି ଦିନ ଦୋଷୀ ବିନୟ, ଅକ୍ଷୟ, ପୱନ ଓ ମୁକେଶକୁ ଫାଶୀ ଦିଆଯିବ ।