ନୂଆଦିଲ୍ଲୀ: କୋରୋନା ମୁକାବିଲା ପାଇଁ ହିରୋ ଗ୍ରୁପ୍ 100 କୋଟି ଟଙ୍କା ପ୍ରଦାନ କରିବ । ଏହି ରାଶିର 50 କୋଟି ଟଙ୍କା, ପିଏମ-କେୟାର ପାଣ୍ଠିକୁ ପ୍ରଦାନ କରିବ । ସେହିପରି ଅବଶିଷ୍ଟ 50 କୋଟି ଟଙ୍କା ଅନ୍ୟ ରିଲିଫ କାର୍ଯ୍ୟରେ ଖର୍ଚ୍ଚ ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।
ଦେଶରେ କୋରୋନା ଏକ ଗୁରୁତର ସ୍ବାସ୍ଥ୍ୟ ସଂକଟ ସୃଷ୍ଟି କରିଛି । ଏହାର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ଦେଶକୁ 21 ଦିନ ପାଇଁ ଲକ ଡାଉନ କରିବାକୁ ଆହ୍ବାନ କରିଛନ୍ତି । ଏହା ସହ ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡକୁ ସହାୟତା ପ୍ରଦାନ କରିବାକୁ ଦେଶବାସୀଙ୍କୁ ଆହ୍ବାନ କରିଛନ୍ତି । ସଂଗୃହୀତ ଅର୍ଥ କୋରୋନା ମୁକାବିଲା କାର୍ଯ୍ୟରେ ନିୟୋଜିତ କରାଯିବ ।
ଅନ୍ୟପକ୍ଷରେ ଦେଶରେ କୋରୋନା ପଜିଟିଭଙ୍କ ସଂଖ୍ୟା 1251 ରହିଛି । ସେହିପରି କୋରୋନାରେ 32 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 102 ଜଣ ଲୋକ ସୁସ୍ଥ ହୋଇଥିବା ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଉଲ୍ଲେଖ କରିଛି ।
@ANI