ETV Bharat / bharat

ଶୋଭାଯାତ୍ରା ଆରମ୍ଭ ପୂର୍ବରୁ ଚନ୍ଦ୍ରବାବୁ ନାଇଡୁଙ୍କୁ ଅଟକାଇଲା ପୋଲିସ - TDP president Chandrababu Naidu

ଆନ୍ଧ୍ରପ୍ରଦେଶ ବିଜୟୱାଡାରେ ଟିଡିପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁଙ୍କୁ ଅଟକାଇଛି ପୋଲିସ । ଅଧିକ ପଢନ୍ତୁ...

ଶୋଭାଯାତ୍ରା ଆରମ୍ଭ ପୂର୍ବରୁ ଚନ୍ଦ୍ରବାବୁ ନାଇଡୁଙ୍କୁ ଅଟକାଇଲା ପୋଲିସ

author img

By

Published : Jan 9, 2020, 1:42 AM IST

ବିଜୟୱାଡା: ବିରୋଧ ଯାତ୍ରା ଆରମ୍ଭ ପୂର୍ବରୁ ଝଟକା । ପୋଲିସ ଅଟକାଇବା ସହ ଶୋଭାଯାତ୍ରାକୁ କଲା ବନ୍ଦ । ଆନ୍ଧ୍ରପ୍ରଦେଶ ବିଜୟୱାଡାରେ ଘଟିଛି ଘଟଣା । ଟିଡିପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁଙ୍କୁ ଅଟକାଇଛି ପୋଲିସ ।

ଆନ୍ଧ୍ରପ୍ରଦେଶର ଜଗନ ସରକାରଙ୍କ 3 ରାଜଧାନୀ ଫର୍ମୁଲାକୁ ବିରୋଧ କରି ଟିଡିପି ଏହି ଶୋଭାଯାତ୍ରା ଆୟୋଜନ କରିଥିଲା । ଏହାର ନାମ ଅମରାବତୀ ପରିରକ୍ଷଣ ସମିତି ବସ ଯାତ୍ରା ରଖାଯାଇଥିଲା । ବିଜୟୱାଡାରେ ଶୋଭାଯାତ୍ରାକୁ ପତାକା ଦେଖାଇ ଚନ୍ଦ୍ରବାବୁ ନାଇଡୁ ଆରମ୍ଭ କରିବାକୁ ପୂର୍ବରୁ ସ୍ଥିର କରାଯାଇଥିଲା ।

ତେବେ ଆଗରୁ ଏନେଇ ପୋଲିସ ପ୍ରସ୍ତୁତି କରିଥିଲା । ଶାନ୍ତି ଓ ଶୃଙ୍ଖଳା ଦୃଷ୍ଟିରୁ ପୋଲିସ ପକ୍ଷରୁ ଶୋଭାଯାତ୍ରାକୁ ବନ୍ଦ କରାଯାଇଥିଲା । ପଦଯାତ୍ରା ଆରମ୍ଭ କରିବା ପୂର୍ବରୁ ପୋଲିସ ସେଠାରେ ପହଞ୍ଚି ସେମାନଙ୍କୁ ଅଟକାଇଥିଲା । ବସ ଭିତରେ ନାଇଡୁ ଓ ଅନ୍ୟ ନେତାମାନେ ବସି ରହିଥିଲେ । ପୋଲିସ ଶୋଭାଯାତ୍ରାକୁ ଆଗକୁ ବଢିବାକୁ ଦେଇନଥିଲା ।

ଏହାକୁ ବିରୋଧ କରି ଟିଡିପି ନେତା ସେଠାରେ ଧାରଣାରେ ବସିଥିଲେ । ପୋଲିସର ବୁଝାସୁଝା ପରେ ନଉଠିବାରୁ ସେମାନଙ୍କୁ ଅଟକ ରଖାଯାଇଥିଲା । ଅନ୍ୟ ନେତାଙ୍କ ସହ ନାଇଡୁଙ୍କୁ ପୋଲିସ ଅଟକାଇଥିଲା । ଅଟକ ଅନ୍ୟ ନେତା ହେଲେ ନାରା ଲୋକେଶ, ଦେଭିନେନି ଉମାମହେଶ୍ବର ରାଓ, ଆର ରାମାନାଇଡୁ ଓ ଅଶୋକ ବାବୁ ।

ଉଲ୍ଲେଖଯୋଗ୍ୟ ଯେ ଜିଏନ ରାଓ କମିଟି ଦ୍ବାରା ଆଗତ 3 ରାଜଧାନୀ ପ୍ରସ୍ତାବକୁ ଜଗନମୋହନ ସରକାର ଗ୍ରୀନ ସିଗନାଲ ଦେଇଛନ୍ତି । ଏହା ଉପରେ ଆଲୋଚନା କରି ପ୍ରସ୍ତାବକୁ ଚୂଡାନ୍ତ ରୂପରେଖ ଦେବାକୁ ସରକାର ପ୍ରସ୍ତୁତି ଚଲାଇଥିବାବେଳେ ବିରୋଧୀ ଏହାକୁ ବିରୋଧ କରୁଛନ୍ତି ।

Intro:Body:

cv

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.