ETV Bharat / bharat

ଅଦାଲତ ଅବମାନନା ମାମଲା: ପ୍ରଶାନ୍ତ ଭୂଷଣଙ୍କୁ ଟଙ୍କାଏ ଜୋରିମାନା

author img

By

Published : Aug 31, 2020, 12:43 PM IST

Updated : Aug 31, 2020, 1:03 PM IST

ଅଦାଲତ ଅବମାନନା ମାମଲାରେ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କୁ ଟଙ୍କାଏ ଜୋରିମାନା କରିଛନ୍ତି ସୁପ୍ରିମକୋର୍ଟ ।

ଅଦାଲତ ଅବମାନନା ମାମଲା: ପ୍ରଶାନ୍ତ ଭୂଷଣଙ୍କୁ ଟଙ୍କାଏ ଜୋରିମାନା
ଅଦାଲତ ଅବମାନନା ମାମଲା: ପ୍ରଶାନ୍ତ ଭୂଷଣଙ୍କୁ ଟଙ୍କାଏ ଜୋରିମାନା

ନୂଆଦିଲ୍ଲୀ: ଅଦାଲତ ଅବମାନନା ମାମଲାରେ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କୁ ଟଙ୍କାଏ ଜୋରିମାନା କରିଛନ୍ତି ସୁପ୍ରିମକୋର୍ଟ । ସୋମବାର ଏପରି ଦଣ୍ଡବିଧାନ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଏହାସହ ସେ ଯଦି ସେପ୍ଟେମ୍ବର 15 ତାରିଖ ସୁଦ୍ଧା ଏହା ଦାଖଲ ନକରନ୍ତି, ତେବେ ତାଙ୍କୁ 3 ମାସ ଜେଲ ସହିତ 3 ବର୍ଷ ପ୍ରାକ୍ଟିସ୍‌ କରିବାକୁ ରୋକ ଲଗାଯିବ ।

ନ୍ୟାୟାଧିଶ ଅରୁଣ ମିଶ୍ରଙ୍କ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି । ଅଗଷ୍ଟ 25 ତାରିଖରେ ସର୍ବୋଚ୍ଚ ନ୍ୟାୟାଳୟ ନିଜର ରାୟ ସୁରକ୍ଷିତ ରଖିଥିଲେ ।

ସୂଚନା ଥାଉକି, ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣ ନ୍ୟାୟାପାଳିକ ପ୍ରତି ଅପମାନଜନକ ଟ୍ବିଟ୍‌ କରିଥିଲେ । ଯାହାକୁ ନେଇ ତାଙ୍କ ଉପରେ ମାମଲା ରୁଜୁ ହୋଇଥିଲା ।

ଅଗଷ୍ଟ 25 ତାରିଖରେ ରାୟ ସୁରକ୍ଷିତ ରଖିଥିଲେ ଅଦାଲତ

ସର୍ବୋଚ୍ଚ ନ୍ୟାୟାଳୟ ଅଦାଲତ ଅବମାନନା ମାମଲାରେ ନିଜ ରାୟକୁ ସୁରକ୍ଷିତ ରଖିଥିଲେ । ପୂର୍ବରୁ ପ୍ରଶାନ୍ତ ଭୂଷଣଙ୍କୁ ସୁପ୍ରିମକୋର୍ଟ ଦୋଷୀ ଦର୍ଶାଇଥିବାବେଳେ ତାଙ୍କୁ କ୍ଷମା ମାଗିବାକୁ କହିଥିଲେ । ହେଲେ ପ୍ରଶାନ୍ତ ନିଜର ଜିଦ୍‌ରେ ଅଟଳ ରହିବାରୁ ଅଗଷ୍ଟ 25 ତାରିଖରେ ରାୟ ସୁରକ୍ଷିତ ରଖିଥିଲେ କୋର୍ଟ ।

ଜାଣନ୍ତୁ ପୂରା ଘଟଣା

ଜୁନ 22 ତାରିଖରେ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ପ୍ରଧାନ ବିଚାରପତି ଓ 4 ଜଣ ପୂର୍ବ ପ୍ରଧାନ ବିଚାରପତିଙ୍କୁ ନେଇ ଆପତ୍ତିଜନକ ଟିପ୍ପଣୀ ରଖିଥିଲେ । ଏହାପରେ ଜୁନ 27 ତାରିଖରେ ସେ ଟ୍ବିଟ୍‌ କରି ସୁପ୍ରିମକୋର୍ଟର ଏବର୍ଷର କାମ ଉପରେ କହିଥିଲେ । ଯାହା ଉପରେ ନିଜ ଆଡୁ ଅଦାଲତ ଅବମାନନା ମାମଲା ରୁଜୁ କରିଥିଲେ ସୁପ୍ରିମକୋର୍ଟ ।

ତେବେ କୋର୍ଟ ଏନେଇ ପ୍ରଶାନ୍ତଙ୍କୁ କ୍ଷମା ମାଗିବାକୁ କହିଥିଲେ । ହେଲେ ପ୍ରଶାନ୍ତ କ୍ଷମା ନମାଗିବାରୁ ମାମଲା ଚାଲିଥିଲା ।

Last Updated : Aug 31, 2020, 1:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.